ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

 

ହରେ କୃଷ୍ଣ ହରେ ରାମ

ଏ ନାମ ଧରିଲେ ସୁନ୍ଦର ମନ ହେ ମଣିମା

ତୁମ ନାମଟି ଅମୃତ ସମ ହେ ମଣିମା ll

 

ଯିଏ ଧରେ ଏହି ନାମ

ଭକତି ତାହାର ବଢେ ଅସୀମ ହେ ମଣିମା

ତୁମ ନାମ ଟି ମହାମହିମ ହେ ମଣିମା ll

 

କଳୁଷ ଭାବନା ଯେତେ

ଦୂର ହୁଏ ନାମ ଧରିବ ସେତେ ହେ ମଣିମା

ତୁମ ନାମ ଶିଖାଇବ ମୋତେ ହେ ମଣିମା ll

 

ଭବ ସିନ୍ଧୁ ପାରି ପାଇଁ

ଏକା ତୁମ ନାମ ସାହା ହୁଅଇ ହେ ମଣିମା

ତୁମ ନାମର ତ ସୀମା ନାହିଁ ହେ ମଣିମା ll

 

ଏହି ଗୁହାରି ଠାକୁର

ଏ ନାମ ରଖିବ ସବୁ ଅନ୍ତର ହେ ମଣିମା

ଧରା ହୋଇବ ନିଶ୍ଚେ ସୁନ୍ଦର ହେ ମଣିମା ll

ଫୁଲବାଣୀ, କନ୍ଧମାଳ

Related posts

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ଦୀପାବଳି ରେ ଗରିବ ଙ୍କୁ ବସ୍ତ୍ର ବାଣ୍ଟିଲେ ସମାଜସେବୀ 

Sunil Chandra Nayak

ବିଦ୍ୟାଳୟ ପରିସରରେ ଦୁଷିତ ପାଣି

Sunil Chandra Nayak

Leave a Comment

error: Content is protected !!