ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ 

ଆଜି ତା : ୦୨ . ୦୨ . ୨୦୨୫ ରିଖ ରବିବାର ଦିନ ସ୍ଥାନୀୟ ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲରେ ନିଆରେ ଢଙ୍ଗରେ ଶ୍ରୀ ବସନ୍ତ ପଞ୍ଚମୀ ପାଳନ କରାଯାଇଅଛି ।ଏହାର ମୁଖ୍ୟ ଆକର୍ଷଣ ଥିଲା ନୂତନ ପିଲାମାନଙ୍କ ଅକ୍ଷର ଅଭ୍ୟାସ କାର୍ଯ୍ୟକ୍ରମ ।ଏହା ଗୋଟିଏ ଇଂରାଜୀ ମାଧ୍ୟମ ସ୍କୁଲ ହେଲେ ମଧ୍ୟ ସେ ସର୍ବଦା ଆମ ପରମ୍ପରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରି କିଛି ଅଲଗା ଚିନ୍ତା କରିଛି । ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧ୍ୟେଶ ଥିଲା ଅଞ୍ଚଳର ସମସ୍ତ କୁନି କୁନି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା । ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଅକ୍ଷର ଅଭ୍ୟାସ ନିମନ୍ତେ ଆବଶ୍ୟକୀୟ ସିଲଟ , ଖାତା , ଖଡି , ପେନ୍ ସିଲ , ରବର ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇ ବିନା ପଇସାରେ ଅକ୍ଷର ଅଭ୍ୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ବହୁସଂଖ୍ୟାରେ ଅଭିଭାବକ ମାନେ ଆସି ଆନନ୍ଦର ସହ ନିଜ ନିଜ ପିଲାଙ୍କ ଅକ୍ଷର ଅଭ୍ୟାସ କରାଇଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦର ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ସତ୍ୟ ସାଇ ବିହାର ପରିସରରେ ଅଖଣ୍ଡ ଭଜନ 

masiha

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

masiha

ଦେବ ଦମ୍ପତି ଶିବ ପାର୍ବତୀଙ୍କ ବିବାହ ଉତ୍ସବ

Leave a Comment

error: Content is protected !!