ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାୟଲ ର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

ପାୟଲ ର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

ରାଉରକେଲା: ସହରର ଅନ୍ୟତମ ନୃତ୍ୟ ଓ କଳାନୁଷ୍ଠାନ ପାୟଲ ର ୩୭ତମ ବାର୍ଷିକୋତ୍ସବ ରିଦିମ୍ ୨୦୨୫ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପାୟଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଗୁରୁ କେତକୀ ଭଟ୍ଟାଚାର୍ଯ୍ୟ, ସଭାପତି କୃଷ୍ଣଲାଲ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ଅନିଲ ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଶିଷ୍ଟ ଅତିଥି, ଆରଏସପିର ଇଡି ପ୍ରୋଜେକ୍ଟ ସୁଦୀପ ପାଲ ଚୈ।ଧୁରୀ, ସିଆଇଏସଏଫ୍ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ଆଲୋକ ବୋଷ , ଦୀପିକା ମହିଳା ସଂହତି ର ସାରିକା ମାମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦିକା ଡାକ୍ତର ପୂଜା ପତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ପାୟଲ ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ସାଂସ୍କୃତିକ କ୍ଷେତ୍ରରେ ଏକ ଜାଗରଣ ବୋଲି ମତ ରଖିଥିଲେ। ଏହି ଅବସରରେ ସୁନ୍ଦର ଥିମ୍, ପରମ୍ପରା ଓ ସଂସ୍କୃତି କୁ ନେଇ କଥକ,ଓଡିଶୀ, ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩ ବର୍ଷରୁ ୬୦ ବର୍ଷ ବୟସର ପ୍ରାୟ ୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଲିଖିତା ସେଠୀ, ଗୁରୁ କେତକୀ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେର୍ଶନାରେ ନୃତ୍ୟ ଶିଳ୍ପୀ ସ୍ନେହା ଗାଙ୍ଗୁଲି, ମୋନାଲିସା ଗୁପ୍ତା,ଭିକି ଶର୍ମା,ଅନିଶା ସାହୁ, ସସ୍ମିତା ଜେନା, ଅଙ୍କିତା ଅନନ୍ୟା ଗୟା, ମାନସୀ ଚକ୍ରବର୍ତ୍ତୀ,ସ୍ବସ୍ତି ପଣ୍ଡା ପ୍ରମୁଖ ବହୁ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ଭଟ୍ଟାଚାର୍ଯ୍ୟ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

masiha

କଳାକାର ଭବନ ନିର୍ମାଣ ପାଇଁ କଳାକାରଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

masiha

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ

masiha

Leave a Comment

error: Content is protected !!