ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସିଙ୍ଗମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଙ୍କାପଳା କୁ ହରାଇ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ

ସିଙ୍ଗମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଙ୍କାପଳା କୁ ହରାଇ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ

କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଖେଳ ପଡିଆ ରେ ଜୟ ବର୍ଷେଳ ମାଝୀ ଲାଲ ବାହାଦୂର ଯୁବକ ସଙ୍ଘ ଆନୁକୂଲ୍ୟରେ ସପ୍ତ ଦିବସୀୟ ସିଙ୍ଗମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଟୁର୍ଣ୍ଣାମେଣ୍ଟ ବଙ୍କାପଳା ଓ ଝାର କୁଣ୍ଡାମାଲ ମଧ୍ୟରେ ଚିତାକର୍ଷକ ଖେଳ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ ର ଫାଇନଲ ରେ ଯୁବକ ସଙ୍ଘ ର ସଭାପତି ଘନଶ୍ୟାମ ନାଏକ ଓ ସମ୍ପାଦକ ଡମ୍ବରୁଧର ଦୁର୍ଗା ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବରିଷ୍ଠ ବିଜେଡି ନେତା ଦୁର୍ଗା ପ୍ରସାଦ ନାଏକ, ନିଳାମ୍ବର ମାଝୀ, ଦିଲୀପ କୁମାର ଯୋଶୀ, ପଞ୍ଚକ ପୋଢ଼,ଗୋକୁଳ ଖମାରି, ରମେଶ ଚନ୍ଦ୍ର ଦୁର୍ଗା, ଗୁଣନିଧି ନାଏକ, କରୁଣା ନାଏକ, କ୍ଷେତ୍ର ନାଏକ, ଯୁଧିଷ୍ଠିର ନାଏକ, ସାମ୍ବାଦିକ ସନତ କୁମାର ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଶୀ ଯୋଗଦେଇ ଉଭୟ ଦଳ ର ଖେଳାଳି ଙ୍କ ସହ ଅତିଥି ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟ କୁ ରେଫରି ଖେଳ ଶିକ୍ଷକ ଶଙ୍କର ପୋଢ଼, ଅଜୟ ସରାଫ, ଚିତ୍ତରଞ୍ଜନ ଠାକୁର ଓ ରାଧାକାନ୍ତ ପଟ୍ଟନାୟକ ପରିଚାଳନା ରେ ସହଯୋଗ କରିଥିଲେ। ଖେଳ ର ବିଶୃତ ଧାରା ବିବରଣୀ ହୃଷିକେଶ ଦୁର୍ଗା ଓ ବିକ୍ରମ କେତକୀ, ଚଇ ଗୋପାଳ ପ୍ରଦାନ କରିଥିଲେ।ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି ଦଳ କାହାକୁ ଗୋଲ ସ୍କୋର କରିବାରେ ଅସମର୍ଥ ହେବାରୁ ଟ୍ରାଇ ବ୍ରେକର ରେ ଝାର କୁଣ୍ଡାମାଲ ଦଳ ମ୍ୟାଚ ଚମ୍ପିୟାନ ହୋଇଥିଲା। ପରେ ଉପସ୍ଥିତ ଅତିଥିମାନେ ଚାମ୍ପିୟାନ ଝାର କୁଣ୍ଡାମାଲ ଦଳ ଓ ରନର୍ସ ଅପ ବଙ୍କାପଳା ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଖେଳ ପରିଚାଳନା ରେ ଲାଲ ବାହାଦୂର ଯୁବକ ସଙ୍ଘ ର ସଦସ୍ୟ ବେଣୁ ନାଏକ, ସଞ୍ଜୟ ଦୁର୍ଗା, ସୁଧାଂଶୁ ଦାସ,କ୍ଷେତ୍ର ନାଏକ, ଶ୍ରୀକାନ୍ତ ନାଏକ, ସୁରେନ୍ଦ୍ର ନାଏକ, ସୁଶାନ୍ତ ମାଝୀ,ପପୁନ ମାଝୀ, ପପୁନ ଦୁର୍ଗା, ବିଟୁ ଦୁର୍ଗା ହେମନ୍ତ ଖମାରି ପ୍ରମୁଖ ସହଯୋଗ କରିଥିଲେ। ଖେଳ ଦେଖିବାକୁ ପଡିଆ ରେ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜେ କେ ପୁର କୁ ହରାଇ ବ୍ରହ୍ମପୁର ବିଜୟୀ 

masiha

ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ଵାଟରରେ ମହିଚଲା 

Sunil Chandra Nayak

Differently Abled Cricket Council of India receives PCI recognition.

masiha

Leave a Comment

error: Content is protected !!