ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

ବାଲେଶ୍ବର,୦୩/୦୨/୨୫ – ଖାଉଟି ଅଧିକାର ସଂଗଠନ ସର୍ବ ଭାରତୀୟ ସ୍ତରରେ ଓଡିଶା ସମେତ ୨୫ ଟି ରାଜ୍ୟରେ କାର୍ଯ୍ୟ କରୁଛି । ଖାଉଟି ଅଧିକାର ସଂଗଠନ ଓଡିଶା ଶାଖା ଦ୍ୱାରା ଓଡିଶାର ଅଗଣିତ ଖାଉଟି ମାନଙ୍କୁ ସଚେତନ ଓ ଖାଉଟି ସୁରକ୍ଷା ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛି । ଖାଉଟି ଅଧିକାର ସଂଗଠନ ଓଡିଶାରେ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଖାଉଟି ମାନଙ୍କୁ ଖାଉଟିଙ୍କ ଅଧିକାର, ଦାୟିତ୍ୱ ଓ ଖାଉଟିଙ୍କୁ କିପରି ଆଇନୀଗତ ଅଧିକାର ମିଳିପାରିବ ସେଥିପାଇଁ ତତ୍ପର ହୋଇ ଉଠିଛି । ଓଡ଼ିଶାର ଖାଉଟି ମାନଙ୍କୁ ଠକୁଥିବା ସଂସ୍ଥା, ସେବା ପ୍ରଦାନ କରୁଥିବା ସଂସ୍ଥା ଓ ସାଇବର ଠକ ଠାରୁ ସୁରକ୍ଷା ପ୍ରଦାନ କରିଯାଇ ପାରିବ ବୋଲି ସଂଗଠନର ଲକ୍ଷ୍ୟ ଏବଂ ଉଦେ । ଏହା ଦ୍ୱାରା ସଂଗଠନ ଓଡ଼ିଶାର ସମସ୍ତ ଖାଉଟି ମାନଙ୍କୁ ସଚେତନତା ମାଧ୍ୟମରେ ଆସ ଆମେ ଓଡିଶାରେ ବନେଇବା ଏକ ଖାଉଟିର ଚେନ (“AAO BANAYEN CONSUMER CHAIN”) । ଖାଉଟି ସଚେତନ ହେଲେ ଠକାମୀର ଶିକାର ହେବେନାହଁ ବୋଲି ସଙ୍ଗଠନ କହିଛି । ଓଡ଼ିଶାର ଅଗଣିତ ଖାଉଟି ମାନଙ୍କୁ ସଚେତନ କରିବା ଏବଂ ଅଧିକାରର ସୁରକ୍ଷା କରିବା ଓ ଖାଉଟି ସଚେତନ ହେଲେ ଠକେଇର ଶିକାର ହେବେ ନାହିଁ ଵୋଲି ସଂଗଠନ ସଭାପତି ନବୀନ .ପି. ଶର୍ମା ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । 

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦରମା ହାର ବୃଦ୍ଧି ସମେତ କିଛି ଦାବୀ ନେଇ ପଞ୍ଚାୟତ ସମିତି ଅଣ ଗେଜେଟେଡ଼ କର୍ମଚାରୀ ପ୍ରତୀକ ଧର୍ମଘଟ ରେ

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଅବହେଳିତ ଅବସ୍ଥାରେ ରାସ୍ତା

Leave a Comment

error: Content is protected !!