ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ

ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

ଜୁନାଗଡ଼,୪/୨(ମନୀ ସ) ରାଜ୍ୟରେ ବ୍ଲକ୍ ସମ୍ପ୍ରସାରଣ ନେଇ ରାଜ୍ଯ ସରକାର ଘୋଷଣା କରିବା ପରେ ବିଭିନ୍ନ ପଞ୍ଚାୟତକୁ ବ୍ଲକ୍ ଘୋଷଣା ଦାବି ତେଜିଛି। ଏହି କ୍ରମରେ ଜୁନାଗଡ଼ ବ୍ଲକ୍ କୁ ବିଭାଜନ କରି ଏକ ନୂତନ ବ୍ଲକ ଗଠନ ଦାବି ହୋଇଛି। ଚାରବାହାଲ ପଞ୍ଚାୟତ ଏବଂ ଆଖ ପାଖ୧୫ ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ୍ ଗଠନ ଏବଂ ଚାରବାହାଲ କୁ ବ୍ଲକ୍ ମୁଖ୍ୟାଳୟ ଗଠନ ନେଇ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ଦାବି ନେଇ ଚାରବାହାଲ ବ୍ଲକ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପଂଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଆବାହକ ରବି ନାରାୟଣ ଚଲାନଙ୍କ ପରିଚାଳନାରେ ଆଇନଜିବି ଲଳିତ କିଶୋର ପଣ୍ଡା, ବିଜେପି ନେତା ପ୍ରାଣ କିଶୋର ପଣ୍ଡା, ଶ୍ରମିକ ନେତା ସୁରେନ୍ଦ୍ର ମୋହନ କର, ରୋଚେନ ବାଗ, ରାମ ନାରାୟଣ ପଣ୍ଡା, ସମୀର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଗାମି କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହି ଦାବି ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ନେଇ ଆଲୋଚନା ହୋଇଥିଲା। ନିବେଦକ ନିକୁଞ୍ଜ ବିହାରି ଚଲାନ ଧନ୍ୟବାଦ୍ ଦେଇଥିଲେ। 

ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯତୀନ୍ଦ୍ର ମହାନନ୍ଦ,ଆଶିଷ ପଣ୍ଡା,ସଚ୍ଚିଦାନନ୍ଦ ଚଲାନ,ଟଙ୍କଧର ଚଲାନ,ସୁମନ୍ତ କର,ନବ ପାନ,ଚନ୍ଦ୍ର ଶେଖର କର,ସନ୍ତୋଷ କର,କାହୁଁ ଚରଣ ସାହୁ, ଶଶାଙ୍କ ସିଂ,ଜଗନ୍ନାଥ ଘି,ମଧୁସୂଦନ ତାଣ୍ଡି,ଭୋକରଧନ ଧ ମାଝୀ ଉପସ୍ଥିତ ଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବଙ୍ଗୀୟ ଦମ୍ପତ୍ତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ 

masiha

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

masiha

ପରିତ୍ୟକ୍ତ ଘରର ଛାତ ଭୁଷୁଡି ୧ ନାବାଳକ ମୃତ, ୧ ନାବାଳକ ଆହତ 

masiha

Leave a Comment

error: Content is protected !!