ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଜଗନ୍ନାଥ ମହୋତ୍ସବ ର ପ୍ରସ୍ତୁତି ବୈଠକ । ବିଧାୟକ ଛବି ମଲ୍ଲିକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ 

ଶ୍ରୀଜଗନ୍ନାଥ ମହୋତ୍ସବ ର ପ୍ରସ୍ତୁତି ବୈଠକ । ବିଧାୟକ ଛବି ମଲ୍ଲିକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ 

କଟକ : ଆଗାମୀ ମାର୍ଚ୍ଚ ୨୪ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହୋତ୍ସଚର ଦ୍ୱିତୀୟ ପ୍ରସ୍ତୁତି ବୈଠକ କୁରlଙ୍ଗ ଶାସନ ସ୍ଥିତ ଆମ୍ରପଲ୍ଲୀ ରିସର୍ଟ ପରିସରରେ କଟକ ସଦର ଥାନାଞ୍ଚଳ ଶାନ୍ତି କମିଟିର ଉପଦେଷ୍ଟା ତଥା ଆଧ୍ୟାତ୍ମିକ ସ୍ତମ୍ଭକାର ଇଂ.ଶ୍ରୀସନ୍ନ୍ୟାସୀ ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ନିଆଳିର ମାନ୍ୟବର ବିଧାୟକ ଛବି ମଲ୍କିକ ଯୋଗ ଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି କିପରି ଆହୁରି ସର୍ବାଙ୍ଗ ସୁନ୍ଦର ହୋଇ ପାରିବ ସେଥିପାଇଁ ସେ ମନ ପ୍ରାଣ ଦେଇ ସହଯୋଗ କରିବେ ବୋଲି ମତ ଦେଇଥିଲେ । ପଞ୍ଚ ଦିବସୀୟ ଏହି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ଙ୍କ ସହ ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଓ ଏହାର ଗୌରବମୟ ସଭ୍ୟତା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ l ବୈଠକରେ ସର୍ବ ସମ୍ମତି କ୍ରମେ ବିଧାୟକଙ୍କୁ ମହୋତ୍ସବ କମିଟି ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ନିଆଳି ଯୁବ ଜାଗ୍ରତ ମଞ୍ଚ ର ପ୍ରତିଷ୍ଠାତା କଳ୍ପତରୁ ଖୁଣ୍ଟିଆ ବିଧାୟକଙ୍କୁ ସ୍ୱାଗତ କରିବା ସହ ଆୟୋଜନ ବାବଦରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ l ପ୍ରାଚୀ ପ୍ରଜ୍ଞା ପରିଷଦ ର ଅଧକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ଆଇନୀଜୀବୀ କବି ନାରାୟଣ ଜେନା,ବରିଷ୍ଠ ସଂଗଠକ ଆଦିତ୍ୟ ପାଣି,ପ୍ରଦୀପ୍ତ ମହାନ୍ତ,ଆଞ୍ଚଳିକ ଶାନ୍ତି କମିଟି ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ଅଶୋକ କୁମାର ରଥ,ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ,କାନନ ବିହାରୀ ନାୟକ,ଦିଲ୍ଲୀପ କୁମାର ପାତ୍ର,ସରୋଜ କୁମାର ସ୍ୱାଇଁ ଉମାକାନ୍ତ କର, ଅନୁପ କୁମାର ସାସମଲ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ହିତାଂଶୁ ଶେଖର ଦାସ,ଗୌରାଙ୍ଗ ଚରଣ ନାଥ,ଦେବଜ୍ୟୋତି ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଶେଷରେ ସମାଜସେବୀ ସ୍ୱାଧୀନଚେତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ଯୁବ ଜାଗ୍ରତ ମଞ୍ଚର ସମ୍ପାଦକ ଅରୁଣ କୁମାର ସାହୁ,ଦିଲ୍ଲୀପ କୁମାର ବେହେରା ସୁମିତ୍ରା ଦାସ,ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

masiha

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ    

Sunil Chandra Nayak

Leave a Comment

error: Content is protected !!