ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବୁନଭାଡି ଏବଂ ବାଞ୍ଜିପଦର ନାଳ ଉପରେ ସୁଉଚ୍ଚ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

ସାବୁନଭାଡି ଏବଂ ବାଞ୍ଜିପଦର ନାଳ ଉପରେ ସୁଉଚ୍ଚ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

ଧର୍ମଗଡ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଟିପିଗୁଡା ଏବଂ ଡୁମେରଗୁଡା କୁ ସଂଯୋଗୀକରଣ କରୁଥିବା ଏକ ବିଶାଳ ନାଳ ଉପରେ ଏକ ସୁଉଚ୍ଚ ପୋଲ ସହ ୨କିମି ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଷୀ । ସରକାର ଙ୍କ ତରଫରୁ ଏଥିପାଇଁ ୨କୋଟି ୭୪ଲକ୍ଷ ଟଙ୍କା ମଂଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି । ସୁଉଚ୍ଚ ପୋଲ ଦୁଇପାଖରେ ଏହା ସହିତ ୨କିମି ପିଚୁରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି କାର୍ଯ୍ୟ ସରିଲେ ଆଖପାଖର ସମସ୍ତ ପଂଚାୟତ ର ୪୦ଖଣ୍ଡ ଗ୍ରାମବାସୀ ଉପକୄତ ହେବେ । ଏହି କାର୍ଯ୍ୟକ୍ରମ ରେ ଗ୍ରମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କପିଳେଶ୍ବର ସିଂ,ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା,କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ ସମେତ ହିମାଂଶୁ ପଣ୍ଡା, ଅପ୍ରେସ ସ୍ବାଇଁ, ଚତୁର୍ଭୁଜ ତାଣ୍ଡି, ସ୍ଥାନୀୟ ପଞ୍ଚାୟତ ମାନଙ୍କ ସରପଞ୍ଚ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମ୍ପନ ହେଲା ଚନ୍ଦାହାଣ୍ଡି ଠାରେ ରାଷ୍ଟ୍ର ଜାଗରଣ ଓ 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

masiha

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ

masiha

Leave a Comment

error: Content is protected !!