ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

ଲକ୍ଷ୍ମୀପୁର ୦୫/୦୨ // ନାରାୟଣପାଟଣା ର ବ୍ଲକ କନିଷ୍ଠ ଯନ୍ତ୍ରୀ ସତେନ୍ଦ୍ର ଦତ୍ତ ଙ୍କୁ ଠାରୁ ଦଶ ହଜାର ଟଙ୍କା ଧମକ ଦେଇ ନେଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଦୁଇଜଣ। ସେଥି ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟ ଜଣେ ଅବସର ପ୍ରାପ୍ତ ଶିକ୍ଷକ ବୋଲି ଜଣା ପଡିଛି।ଏନେଇ ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ କୌଣସି ତଥ୍ୟ ଆମର ଗସ୍ତଗତ ହୋଇପାରିନି।ଉକ୍ତ ଦୁଇଜଣ ହେଲେ ଜି.ଭି.ଆର୍ ପଟନାୟକ ଓ ଭି.ଦେବ କିଶୋର ପଟ୍ଟନାୟକ।ଏ ଦୁହେଁ ଆରଟିଆଇ ପକେଇ ବିଭିନ୍ନ ସରକାରୀ ଅନୁଷ୍ଠାନ ର କର୍ମଚାରୀ ଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବା ସହ ନକ୍ସଲ ନାମରେ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ।ଏମାନଙ୍କ ସହ ଆହୁରି ଅନେକ ଥିବା ଅନୁମାନ କରି ପୋଲିସ ତଦନ୍ତ ଚଳାଇଥିବା ଜଣା ପଡିଛି।ବର୍ତମାନ ଏଇ ଦୁହେଁ ପଇସା ନେଉଥିବା ଏକ ଭିଡିଓ ମଧ୍ୟ ଭାଇ ରାଲ ହେବରେ ଲାଗିଛି। ଅପର ପଟେ ଯନ୍ତ୍ରୀ ଜଣକ ମଧ୍ୟ ତାଙ୍କୁ କଣ ପାଇଁ ଟଙ୍କା ଦେଉଥିଲେ ତାହା ମଧ୍ୟ ତଦନ୍ତ ପରିସରକୁ ଆସିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ କୃଷିବିଜ୍ଞାନକେନ୍ଦ୍ର ରେ ପ୍ରାକୃତିକ କୃଷି ସଚେତନତା କାର୍ଯ୍ୟକ୍ରମ    

Sunil Chandra Nayak

ଜାତୀୟ ଖାଉଟି ଦିବସ-୨୦୨୨ ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପାଳିତ

Sunil Chandra Nayak

ସ୍ବରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!