ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଗ୍ୟବତୀ ଦାସ (ଜହ୍ନ) ଶ୍ରାଦ୍ଧ ବାର୍ଷିକୀ ରେ ” ଜହ୍ନ ଗଲାପରେ ” ସ୍ମୃତି ଗ୍ରନ୍ଥ ଉନ୍ମୋଚିତ 

ଭାଗ୍ୟବତୀ ଦାସ (ଜହ୍ନ) ଶ୍ରାଦ୍ଧ ବାର୍ଷିକୀ ରେ ” ଜହ୍ନ ଗଲାପରେ ” ସ୍ମୃତି ଗ୍ରନ୍ଥ ଉନ୍ମୋଚିତ 

ଜଳେଶ୍ଵର, ୦୫/୦୨/୨୦୨୫ – ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଦେଉଳା ଗ୍ରାମର ପୈତୃକ ବାସ ଭବନରେ ବଡ଼ ଖବରର ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସଙ୍କର ସୁକନ୍ୟା ସ୍ୱର୍ଗଗତା ଜହ୍ନର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ” ଜହ୍ନ ଗଲାପରେ ” ସ୍ମୃତି ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାର ସଭାପତି ଭାବେ ଶ୍ରୀଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼. ନୀଳକଣ୍ଠ ଖଣ୍ଡା ସଭା ପରିଚାଳନା କରିଥିଲେ । ପିତା ସଞ୍ଜୟ ଦାସ ମଞ୍ଚ ଆହ୍ଵାନ କରିବା ସହିତ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଓ ସମାଲୋଚକ ଡ଼. କାଳୀପଦ ପଣ୍ଡା ଜଣେ ଦିବଙ୍ଗତା ଆତ୍ମା ଭାଗ୍ୟବତୀ (ଜହ୍ନ ) ଅନେକ ଭାବେ ଏ ମର୍ତ୍ତ୍ୟରେ ପରିବ୍ୟାପ୍ତ ହେବା ସମ୍ପର୍କରେ ଆଶାବାଦୀ ହୋଇ ଅମର ଅତ୍ମାର ସଦ୍ଗତି କାମନା କରି ଶବ୍ଦ ନୈବେଦ୍ୟ ଅର୍ପଣ କରିଥିଲେ । ” ଧ୍ଵନି ପ୍ରତିଧ୍ଵନି” ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଭାଗ୍ୟବତୀ ( ଜହ୍ନ ) କୁ ସୁରଭି – ସଂଚାରି ମଲ୍ଲୀ ଫୁଲ ସହିତ ତୁଳନା କରି ସ୍ମୃତି ଅର୍ଘ୍ୟ ଅର୍ପଣ କରିଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ବ୍ୟଙ୍ଗକାର କବି ପ୍ରଭାକର ସାହୁ ଜହ୍ନ ଉଦ୍ଦେଶ୍ୟରେ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ନିବେଦନ କରିଥିଲେ । ଡି. ଏନ ଉଚ୍ଚ ବିଦ୍ୟାଳୟ ଦେଉଳାର ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ପରିଡା ଜହ୍ନ ଭଳି ମେଧାବୀ ତଥା ସୁଶୀଳା ଛାତ୍ରୀ ତାଙ୍କ ୩୫ ବର୍ଷ ଶିକ୍ଷକତା ଜୀବନରେ ଦେଖି ନାହାନ୍ତି ବୋଲି କହି ଭାବପ୍ରବଣ ହୋଇଯାଇଥିଲେ । ପିତା ସଞ୍ଜୟ ଦାସ ଆନୁଷ୍ଠାନିକ ଭାବେ ” ଭାଗ୍ୟବତୀ ସ୍ମୃତି ପରିଷଦ ” ସଂଗଠନ ହେବାର ଆନୁଷ୍ଠାନିକ ଘୋଷଣା କରିବା ସହିତ କମିଟିର ରୂପ ରେଖ ଓ ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିଥିଲେ । ଚିତ୍ରାଙ୍କନ କ୍ଷେତ୍ରରେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଜହ୍ନର ସ୍ମୃତି ଉଦ୍ଦେଶ୍ୟରେ ” ଭାଗ୍ୟବତୀ (ଜହ୍ନ ) ଚିତ୍ରାଙ୍କନ ପ୍ରତିଭା ସମ୍ମାନ – ୨୦୨୫ “

ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପ୍ରିୟାଂଶୀ ଶତପଥୀ , ଡି.ଏନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଜଶ୍ରୀ ଜେନା ଓ ଶ୍ରୀ ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରୀ ସୋନାଲି ପରିଡ଼ା ତ୍ରୟଙ୍କୁ ମାନପତ୍ର, ଅଙ୍ଗ ବସ୍ତ୍ର , ପୁସ୍ତକ ଓ ଫୁଲ ଚାରା ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଡ଼. ଅଜିତ କୁମାର ମହାନ୍ତି, ଗୁରୁପ୍ରସାଦ ସେନାପତି, ବରିଷ୍ଟ ସାମ୍ବାଦିକ ଦୁର୍ଗାଶଙ୍କର ଗିରି, ଆଇନଜୀବୀ କାଳୀଚରଣ ପାତ୍ର, ଶିକ୍ଷୟିତ୍ରୀ ଉମାଦେବୀ ଜେନା, ସମାଜସେବୀ ସୁଦାମ ଚରଣ ପାତ୍ର, ସପନ କୁମାର ଜେନା, ବିଶ୍ୱଜିତ୍ ପାଳ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ଜେନା, ଅନ୍ତରଙ୍ଗ ବାନ୍ଧବୀ ତନୁଶ୍ରୀ ଜେନା ଓ ଶୁଭଶ୍ରୀ ଦାସ ପ୍ରମୁଖ ଶବ୍ଦ ଶ୍ରଦ୍ଧାଞ୍ଜଳୀ ନିବେଦନ କରିଥିଲେ । ପରିବାର ତରଫରୁ ଶୁଭଶ୍ରୀ ଦାସ ଶେଷରେ ଧନ୍ୟବାଦ୍ ଅର୍ପଣ କରିବା ପରେ ଡ଼. ନୀଳକଣ୍ଠ ଖଣ୍ଡା ସଭା ସାଙ୍ଗ ଘୋଷଣା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରତିଯୋଗୀତା 

masiha

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

Sunil Chandra Nayak

ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

masiha

Leave a Comment

error: Content is protected !!