ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶଂସାର ପାତ୍ର ଓଡ଼ିଆପୁଅ ନୂତନ ନିର୍ଦ୍ଧେଶକ ରୋହିତ କୁମାର-ଖଣିବାସୀ

ପ୍ରଶଂସାର ପାତ୍ର ଓଡ଼ିଆପୁଅ ନୂତନ ନିର୍ଦ୍ଧେଶକ ରୋହିତ କୁମାର-ଖଣିବାସୀ

ଯୋଡ଼ା:-ଦୀର୍ଘ ସମୟ ଧରି ଯାହା ହୋଉନଥିଲା ତାହାକୁ ଓଡ଼ିଆପୁଅ ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କା ଖଣିବାସୀ ଏବଂ ରାଜ୍ୟବାସୀଙ୍କ ପ୍ରଗତି ନିମନ୍ତେ କାର୍ଯ୍ୟ କରି ଦେଖାଇବା ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଆପୁଅ ନିର୍ଦ୍ଧେଶକ ରୋହିତ କୁମାର ରାଜ୍ୟ ରିସର୍ଚ୍ଚ ଲାବୋରଟରୀର ଏବଂ ଯୋଡ଼ା ପ୍ରୟୋଗଶାଳାର କେଇ ଜଣ ଦୁର୍ନୀତି ପଙ୍କରେ ବୁଡି ରହିଥିବାଙ୍କୁ ଆଉ ନିସ୍ତାର ଦେବାର ନାହିଁ ବୋଲି ସ୍ୱାଗତଯୋଗ୍ୟ ପଦକ୍ଷେପ ଆରମ୍ଭ କରିଛନ୍ତି।ତେବେ ଦେଖିବାକୁ ଗଲେ ରାଜଧାନୀ ଭୁବନେଶ୍ୱରରେ ଥିବା ସରକାରଙ୍କ ରିସର୍ଚ୍ଚ ଲାବୋରଟରୀରେ ଚାକିରୀ ଜୀବନ ଆରମ୍ଭରୁ ବଦଳି ପକ୍ରିୟାରୁ ନିଜକୁ ସୁରକ୍ଷିତ ରଖିଥିବା ଆସିଷ୍ଟାଣ୍ଟ କେମିଷ୍ଟ ପ୍ରବୀଣ କୁମାର ପ୍ରଧାନ, ଅନିତା ଦାସ, ନିବେଦିତା ନାୟକ ପ୍ରମୁଖ ସମସ୍ତେ ଦଶବର୍ଷରୁ ଉର୍ଦ୍ଧ୍ୱଦିନ ଥିବାବେଳେ ଏକାକୀ ଡ଼ିଡ଼ିସିଏ ପୂର୍ଣ୍ଣଶଶୀ ଶେଖର ରାଉଳ ଯେତେବେଳେ ଯୋଡ଼ା ପ୍ରୟୋଗଶାଳା ଏସିଡ ନଥିବା ଜାଣି ଲୁହାପଥର ଅସଂଖ୍ୟ ନମୁନା ପରୀକ୍ଷାରେ ନିଜର କାଉଣ୍ଟର ଦସ୍ତଖତ କରି, ହଜାର’ହଜାର କୋଟି ଟଙ୍କାର ରାଜସ୍ୱହ୍ରାସ କରିଥିବା ସିଏଜି ରିପୋର୍ଟ ଆଧାରରୁ ପ୍ରମାଣିତ ଡ଼ିଡ଼ିସିଏ ପୂର୍ଣ୍ଣ ରାଉଳ ମଧ୍ୟ ରିସର୍ଚ୍ଚ ଲାବୋରଟରୀରେ ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ୱବର୍ଷ ରହିଥିବାର ଜଣାପଡେ।ଆଉ ଦେଖିବାକୁ ଗଲେ ଲୁହାପଥର ଗ୍ରେଡ଼ ହେରାହେରିରେ ବିଶ୍ୱ ରେକର୍ଡ ସ୍ଥାପନ କରି ଚାଲିଥିବା ତଥା ଇତିହାସ ସୃଷ୍ଟି କରୁଥିବା ଯୋଡ଼ା ପ୍ରୟୋଗଶାଳାର ପ୍ରମାଣିତ ଭିଡିଓରୁ ଡ଼ିଡ଼ିସିଏ ଦାସାମାତା ସୋରେନ ଓ ତାହାର ଦୁଇ ଦୁର୍ନୀତିକାରୀ ପ୍ରମୁଖ ସହଯୋଗୀ ଆସିଷ୍ଟାଣ୍ଟ କେମିଷ୍ଟ ମୁରଲୀ ଦେ ଏବଂ ଏକାଧିକ କେଳାଙ୍କାରୀରେ ଜର୍ଜରିତ ଚେହେରା ସସ୍ମିତା ବେହେରା ଚଳାଇଥିବା ରାଜ୍ୟର ଯୋଡ଼ା”କୋଇଡା ମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରି,ଉଚିତ ରାଜସ୍ୱ ନଦେଇ ରାଜ୍ୟକୁ କ୍ଷତି ପହଞ୍ଚାଇଥିବାର ପରିଣାମ ଖୋଦ ଓଡ଼ିଆପୁଅ ରୋହିତ କୁମାର ଉଚିତ ସମୟ ଅନୁଯାୟୀ ପଦକ୍ଷେପ ନେବେ ବୋଲି ଖଣିବାସୀଙ୍କ ଆଶା ଓ ବିଶ୍ୱାସକୁ ନିଶ୍ଚୟ ସାକାର କରିବେ।ହେଲେ ଆଗକୁ ଆଉ ଏତେ ସହଜ ନୁହଁ ଅସାଧୁ କମ୍ପାନୀ ଲିଙ୍କରେ ରହି ଗ୍ରେଡ଼ ହେରାଫେରିର ମାଷ୍ଟର ମାଇଣ୍ଡ ଡ଼ିଡ଼ିସିଏ ସୋରେନ, ମୁରଲୀ(ଆସିଷ୍ଟାଣ୍ଟ କେମିଷ୍ଟ)କେଇ କମ୍ପାନୀ ଦଲାଲଙ୍କୁ ଧରି ସରକାରୀ ପ୍ରୟୋଗଶାଳାରେ ଲୁହାପଥର ଗୁଣ୍ଡରେ ମିଶ୍ରଣ କରିବା ଦୁର୍ନୀତି ଏବଂ ଏକ୍ସଆରଏଫ କେନ୍ଦ୍ରରେ ସସ୍ମିତା ବେହେରାର ଦୁର୍ନୀତି,କାରଣ ନାମକୁ ମାତ୍ର ବିଭାଗେ ଲାଗିଥିବା ସି:ସି କ୍ୟାମେରା ଏବେ ସମ୍ପୂର୍ଣ୍ଣ ଭାବରେ ଲଗାଯିବାର ଜଣାପଡେ। ଏପରିକି 2015/16 ମସିହା ଠାରୁ 2022 ମସିହା ପର୍ଯ୍ୟନ୍ତ ଯୋଡ଼ା ପ୍ରୟୋଗଶାଳାରେ କେମିକାଲ ନଥିବା ଜାଣି ମଧ୍ୟ ହଜାର’ହଜାର ସଂଖ୍ୟା ଲୁହାପଥର ନମୁନା ପରୀକ୍ଷା ଏବଂ ଡୁପ୍ଲିକେଟ ରିପୋର୍ଟରେ ତତ୍କାଳୀନ ଡ଼ିଡ଼ିସିଏ ପ୍ରଦ୍ୟୁମ୍ନ ଚରଣ ସା(ପଦୁବାବୁ),ଏବେର ଯୁଗ୍ମ-ନିର୍ଦ୍ଧେଶକ ସଲିଲ ବେହେରା,ରିସର୍ଚ୍ଚ ଲାବୋରଟରୀର ଡ଼ିଡ଼ିସିଏ ପୂର୍ଣ୍ଣଶଶୀ ଶେଖର ରାଉଳ,ଡ଼ିଡ଼ିସିଏ ଦାସମାତ ସୋରେନ, ବ୍ରଜବନ୍ଧୁ ସାହୁ ଓ ଦେବବ୍ରତ ବର୍ଦ୍ଧନ,କାଳନ୍ଦୀ ଜେନା(କିରାଣୀ)ସାମିଲ ରହିଥିବାର ମହାଦୁର୍ନୀତି ଏଜି/ସିଏଜି ରିପୋର୍ଟ ଆସିଥିବା ସୁଦ୍ଧା ଦୋଷୀ ମୁକୁଳି ରହିଥିବାର ଖବର କାଗଜରେ ପ୍ରକାଶନକୁ ଜାଣିବା ସହିତ ରାଜ୍ୟହିତକୁ ଦୃଷ୍ଟିରେ ନୂତନ ନିର୍ଦ୍ଧେଶକ ଏହାରି ଉପରେ କଡା ପଦକ୍ଷେପ ଚିଠି କରିଥିବା ଜାଣିବାକୁ ମିଳେ। ଏପରିକି ସମୟ ବ୍ୟବଧାନ ମଧ୍ୟରେ ଉତ୍ତର ରଖିବାରେ ହେଳା କରିଲେ, ନିର୍ଦ୍ଧେଶକ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି ।ତେବେ ଡିପାର୍ଟମେଣ୍ଟକୁ କୁଳସିତ ତଥା ପ୍ରୟୋଗଶାଳାକୁ ଖୋଳ କରି, ଡ଼ିଡ଼ିସିଏ ସୋରେନ ଅଞ୍ଚଳର ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ ସାଧାରଣ ଖଣିବାସୀଙ୍କ ଉଜ୍ବଳ ଭବିଷ୍ୟତକୁ ନଷ୍ଟ କରିଥିବାରୁ ସମଗ୍ର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆଶା ଓ ସ୍ବପ୍ନ ଯେ ଡ଼ିଡ଼ିସିଏ ସୋରେନ ଅସାଧୁ କମ୍ପାନୀଙ୍କ ଲିଙ୍କରେ ଦୀର୍ଘଦିନ ରହି ଯେଉଁ କଳାଧନ ଆଦାୟ କରି କେନ୍ଦୁଝର ସଦରରେ ତିନି ମହଲା ବିଶିଷ୍ଟ ରଙ୍ଗମହଲ ନିର୍ମାଣ କରି ବିଳାସ ଜୀବନ ଜାପନର ସ୍ବପ୍ନ ଦେଖିବା ହେଉଛି ତାହାକୁ କେବଳ ଓଡ଼ିଆ ଟୋକା ନିର୍ଦ୍ଧେଶକ ରୋହିତ କୁମାର ସଠିକ ପଦକ୍ଷେପ ନେଇ,ଖଣିବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଦୃଷ୍ଟିରେ ରଖି ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନକୁ ବଦଳି ପୂର୍ବରୁ ନିଶ୍ଚୟ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଖଣିବାସୀଙ୍କ ଭରସାକୁ ବଜାୟ ରଖିବେ ବୋଲି ବିଶ୍ୱାସରେ ଖଣିବାସୀ ଅଛନ୍ତି ବୋଲି ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବସ୍ତା କୃଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଠିତ

Sunil Chandra Nayak

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

Sunil Chandra Nayak

Leave a Comment

error: Content is protected !!