ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ମାଣ୍ଡିଆ ର ଖାଦ୍ୟମେଳା ଅନୁଷ୍ଠିତ

ସରସ୍ଵତୀ ଶିଶୁ ମାଣ୍ଡିଆ ର ଖାଦ୍ୟମେଳା ଅନୁଷ୍ଠିତ

ଅଞ୍ଚଳଗୁମ୍ମା ସରସ୍ଵତୀ ଶିଶୁ ମାଣ୍ଡିଆ ର ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ପରିଚାଳନା କରିଥିଲେ। ଉକ୍ତ ଖାଦ୍ୟମେଳା କୁ ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଅଶୋକ ପଟ୍ଟନାୟକ ଏବଂ କୃଷି ବିଭାଗ ରୁ ଓଭର୍ସିୟର ବନ୍ଦିତା ମହାରଣା ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। 

  ଏହି ପରିପେକ୍ଷୀ ରେ ବିଦ୍ୟାଳୟ ପରିସରରେ ଏକ ମାଣ୍ଡିଆ ରୁ ନିର୍ମିତ ଖାଦ୍ୟ ଷ୍ଟଲ ସହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ମାଣ୍ଡିଆ ମିଲେଟ୍ସ ଖାଦ୍ୟ ଖାଇବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପରାମର୍ଶ ଦିଆଯାଇଥିଲା । 

ଖାଦ୍ୟମେଳା ରେ ମାଣ୍ଡିଆ ସୁପ, କାଙ୍ଗୁ ଖିରୀ, ମାଣ୍ଡିଆ ପକୁଡ଼ି, ମାଣ୍ଡିଆ କାକରା, ମାଣ୍ଡିଆ ଲଡୁ, ମାଣ୍ଡିଆ ଗୁଲାବ ଯାମୁନ ଆଦି ମହିଳା ସ୍ୱୟଂ ସହାୟକ ଦଳ ର ମହିଳା ମାନେ ପ୍ରସ୍ତୁତ କରିଥିଲେ । ବୈଠକ ଅନୁଷ୍ଠିତ ହେବା ପରେ ବିଦ୍ୟାଳୟ ର ସମସ୍ତ ଷ୍ଟାଫ୍ ଏହି ମିଲେଟ୍ସ ଷ୍ଟଲ କୁ ଯାଇ ମାଣ୍ଡିଆ ରୁ ନିର୍ମିତ ଖାଦ୍ୟ ର ମଜା ଉଠାଇଥିଲେ। 

 ଖାଦ୍ୟ ମଧ୍ୟରେ ମାଣ୍ଡିଆ ରେ ତିଆରି ସୂପ୍ ଏବଂ ମାଣ୍ଡିଆ କାକରା ସମସ୍ତଙ୍କ ମନ କିଣି ନେଇଥିଲା । ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ନିଜ ନିଜ ଘରେ ମିଲେଟ୍ସ ଜନିତ ଖାଦ୍ୟ ଖାଇବା ଏବଂ ଚାଷ କରିବା ପାଇଁ କୁହାଯାଇଥିଲା । ମାଣ୍ଡିଆ ର ଗୁଣ, ଉପକାରିତା ଏବଂ ଏହାର ଚାହିଦା ଉପରେ କୃଷି ଓଭର୍ସିୟର ପିଲା ମାନଙ୍କୁ କହିଥିଲେ ଏବଂ ଅଣାଯାଇଥିବା କିଛି କିଛି ମିଲେଟ୍ସ ର ବିହନ ମଧ୍ୟ ସମସ୍ତଙ୍କୁ ପ୍ରଦର୍ଶନ କରାଗଲା । ଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ଙ୍କୁ ଧନ୍ୟବାଦ୍ ଜଣାଇ ଏହି ଖାଦ୍ୟ ମେଳା କୁ ସମାପ୍ତ କରାଯାଇଥିଲା। ଅଗ୍ରଗାମୀ ଓ ଶ୍ରୀ ଅନ୍ନ ଅଭିଯାନ ତରଫରୁ ହିମାଂଶୁ ଦଳେଇ, ଟଙ୍କଧର ଝୋଡ଼ିଆ, ଜଗନ୍ନାଥ ଦିଶାରି, ଜୟ ପାତ୍ର, ସୁରେନ୍ଦ୍ର ନାୟକ ପ୍ରମୁଖ ଭାବରେ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି।

Related posts

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ

masiha

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

Sunil Chandra Nayak

ଓଡ଼ିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

masiha

Leave a Comment

error: Content is protected !!