ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ  କଲଚରାଲ ଏକାଡେମୀ ର ସାହିତ୍ୟ ସଭା

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ 

କଲଚରାଲ ଏକାଡେମୀ ର ସାହିତ୍ୟ ସଭା

ରାଉରକେଲା : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ସପ୍ତମ ସନ୍ଧ୍ୟାରେ କଲଚରାଲ ଏକାଡେମୀ ର ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଙ୍କ ସଭାପତିତ୍ବ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟର ଉଦଘାଟକ ଭାବେ ବିଷ୍ଣୁ ଚରଣ ମହାନ୍ତି ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟକ ଶ୍ରୀ ମହାନ୍ତି ପାଠାଗାରର ପୁସ୍ତକମେଳା ଓ ସାହିତ୍ୟ ସଭା ଆୟୋଜନ କରି ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ଏହାର ପ୍ରଚାର ପ୍ରସାର କିପରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି,ସେ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ କାର୍ଯ୍ୟକ୍ରମ କଲଚରାଲ ଏକାଡେମୀ ଆନୁକୂଲ୍ୟରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା । ଏକାଡେମୀ ର ସଭାପତି ପଶୁପତିନାଥ ଚାଟାର୍ଜୀ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ କାଶୀନାଥ ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାନ୍ତି ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼ଃ ନଗେନ ଦାସ, ସମ୍ମାନିତ ବକ୍ତା ଭାବେ ସ୍ତମ୍ଭକାର ଭୂପେନ ମହାପାତ୍ର ଯୋଗଦେଇ ଆଲୋଚ୍ୟ ବିଷୟ ” ରାଉରକେଲା ପ୍ରଗତିଶୀଳ ସାହିତ୍ୟରେ ରୂପକାର ଲକ୍ଷ୍ମୀଧର ମହାପାତ୍ର”ଙ୍କ ଜୀବନାଦର୍ଶ ଓ ତାଙ୍କ ଦ୍ବାରା ସୃଷ୍ଟି ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ଃ ଦାସ ତାଙ୍କ ବକ୍ତବ୍ୟରେ ଲକ୍ଷ୍ମୀଧର ଙ୍କ କଲଚରାଲ ଏକାଡେମୀ ସହ ସମ୍ପୃକ୍ତି ଓ ତାଙ୍କ ଦ୍ବାରା ପ୍ରଗତିଶୀଳ ସାହିତ୍ୟର ବିକାଶ କିପରି ହୋଇଥିଲା, ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଶ୍ରୀ ମହାପାତ୍ର ତାଙ୍କ ସହ ବିତାଇଥିବା ମୁହୁର୍ତ୍ତ ଓ ତାଙ୍କର ରହଣି କାଳରେ ସାହିତ୍ୟ କିପରି ବିକଶିତ ହୋଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଲକ୍ଷ୍ମୀଧରଙ୍କ ସାହିତ୍ୟକୃତି ଅନବିଦ୍ୟ ସୃଷ୍ଟି ବୋଲି ମତ ରଖିବା ସହ ସାଧାରଣ ଜନତାଙ୍କ ସ୍ବର କୁ କବିତା ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ କଲେ ତାହା ପାଠକଙ୍କ ମଧ୍ୟରେ ଆଦୃତ ହେବ ବୋଲି କହିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଏକାଡେମୀର ପ୍ରଗତିଶୀଳ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ସମ୍ପାଦକ ଶ୍ରୀ ପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ।

 ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଡାକ୍ତର କୃପାସିନ୍ଧୁ ନାୟକ ଙ୍କ ସଭାପତିତ୍ବ, କବି ବଳରାମ ରାଉଳ ଓ ମୀନକେତନ ପଶାୟତ ଙ୍କ ସଂଯୋଜନାରେ ସହରର ବହୁ କବି ତଥା ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ଶ୍ରୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। 

     ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ,ଡାକ୍ତର ବସନ୍ତ କୁମାର ଦାସ, ପର୍ଶୁରାମ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ , କରୁଣାକର ପାଟ୍ଟଶାଣୀ,ଟୁକଲା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକରେ ଧଳା ସୁନାର କଳା କାରବାର , ମଣ୍ଡି ସମସ୍ୟା ଯୋଗୁ କପା ଚାଷୀ ଅଭାବୀ ବିକ୍ରିର ଶିକାର

masiha

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

Sunil Chandra Nayak

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

Leave a Comment

error: Content is protected !!