ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ କର୍ମଚାରୀ ଆଚରଣ ନିୟମ ଉଲଂଘନ କରିଛନ୍ତି ଡିଡ଼ବ୍ଲୁଓ ଅଭିଯୋଗ ଟାଇମିଙ୍ଗ ନେଇ ସନ୍ଦେହ ଘେରରେ ମଙ୍ଗଳ ବିଭାଗ ଅଧିକାରୀ 

ସରକାରୀ କର୍ମଚାରୀ ଆଚରଣ ନିୟମ ଉଲଂଘନ କରିଛନ୍ତି ଡିଡ଼ବ୍ଲୁଓ

ଅଭିଯୋଗ ଟାଇମିଙ୍ଗ ନେଇ ସନ୍ଦେହ ଘେରରେ ମଙ୍ଗଳ ବିଭାଗ ଅଧିକାରୀ 

ରାୟଗଡା, ୮/୨/୨୪ // ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଆଦେଶ ବିରୁଦ୍ଧରେ ଗଣମାଧ୍ୟମକୁ ଯିବା କୁ ନେଇ ଏବେ ଚର୍ଚ୍ଚାର ପରିଧି ମଧ୍ୟରେ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକରୀ ଅସୀମା ରାଓ I ଡିଡ଼ବ୍ଲୁଓ ରାୟଗଡା ଜଣେ ସରକାରୀ କର୍ମଚାରୀ ହୋଇଥିବା ସ୍ଥଳେ ସରକାରୀ କର୍ମଚାରୀ ଆଚରଣ ନିୟମ ଉଲଂଘନ କରିଛନ୍ତି ବୋଲି ବୁଦ୍ଧିଜୀବୀଙ୍କ ଗୋଟିଏ ବର୍ଗ ମତ ରଖିଥିବା ବେଳେ ଅନ୍ୟ ବର୍ଗ ତାଙ୍କ ଟାଇମିଙ୍ଗ ନେଇ ମଧ୍ୟ ସନ୍ଦେହ କରାଯାଉଥିବା କୁହାଯାଉଛି I ପ୍ରକାଶଥାଉକି ତା ୨୮. ୧. ୨୫,ପତ୍ର ସଂଖ୍ୟା ୨୨୮/୨୦୨୫ ମାଧ୍ୟମରେ ରେ ଜିଲ୍ଲାପାଳ ରାୟଗଡା, ଡିଡ଼ବ୍ଲୁଓ ଅସୀମା ରାଓଙ୍କୁ ନିଜ ଦାୟତ୍ୱରୁ ରିଲିଫ କରିଥିଲେ ଯାହାପର ଠାରୁ ଏହା ଚର୍ଚ୍ଚା ର ବିଷୟ ହୋଇଛି I ଜଣେ କାର୍ଯ୍ୟରତ ଅଧିକାରୀ ଭାବେ, ଜିଲ୍ଲାପାଳଙ୍କ ତରଫରୁ ଚାପ, ରିଲିଫ ନିର୍ଦେଶ ବିରୁଦ୍ଧରେ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଅଭିଯୋଗ କରିବା ପୂର୍ବରୁ ବିଭାଗୀୟ ପ୍ରକ୍ରିୟା ପ୍ରତି କିପରି ଧ୍ୟାନ ଦେଲେ ନାହିଁ ତାହାକୁ ନେଇ ବୁଦ୍ଧିଜୀବୀ ନିଜର ମତ ଦେଇଛନ୍ତି I ବିଭାଗୀୟ ପ୍ରକ୍ରିୟା ଆଧାର ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଜିଲ୍ଲାପାଳଙ୍କ ଚାପ ଓ ଅନୀତି ବିରୁଦ୍ଧରେ ପ୍ରାଥମିକ ସ୍ତର ରେ ଉଚ୍ଚ ପଦସ୍ଥ ଅଧିକାରୀ, ବିଭାଗୀୟ ସଚିବଙ୍କ, ନିର୍ଦେଶକଙ୍କ ଠାରେ ଅପିଲ କରିବାର ବିଦ୍ଧିବଦ୍ଧ ପ୍ରକ୍ରିୟା ରହିଛି I ଉପରିସ୍ଥ ଅଧିକାରୀ ଯଦି ଅଭିଯୋଗ ପ୍ରତି କୌଣସି ଦୃଷ୍ଟି ନ ଦିଅନ୍ତି ତେବେ ସମ୍ବିଧାନିକ ଅଧକାର ଆଧାର ରେ ସେ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ତ ହେବା କଥା I କିନ୍ତୁ ଏହି କ୍ଷେତ୍ରରେ ଆଦେଶ ର ଦୁଇ ଦିନ ମଧ୍ୟରେ ଗଣମାଧ୍ୟମକୁ ଯିବା “ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ୧୯୫୯” ର ଉଲଂଘନ ବୋଲି ବିଶେଷଜ୍ଞଙ୍କ ମତ I ତେବେ ଏତେ ତରବରିଆ ଭାବେ ଅଧିକାରୀ ଜଣକ ଗଣମାଧ୍ୟମ ସାମ୍ନାକୁ କାହିଁକି ଗଲେ,ରିଲିଫ ନିର୍ଦେଶ ପରେ ଜିଲ୍ଲାପାଳଙ୍କ ପ୍ରତି ଅଭିଯୋଗ କାହିଁକି ଆଣିଲେ, ସେ କାହିଁକି ଏତେ ଦିନ ଧରି ନିରବ ରହିଲେ ଏବଂ ରିଲିଭିଂ ଅଡର ପରେ ହଠାତ୍ ଗଣମାଧ୍ୟମ ପାଖକୁ ଯାଇଥିଲେ ଓ ଏଥି ପୂର୍ବରୁ ସେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଫାଇଲ ରେ ଦସ୍ତଖତ ନେଇ ଚାପ, ମାନସିକ ଯନ୍ତ୍ରଣା ଆଦିକୁ ନେଇ ଅଭିଯୋଗ କରିଛନ୍ତି ନା ନାହିଁ ଏହା ବର୍ତମାନ ଏକ ବଡ଼ ପ୍ରଶ୍ନ ବୋଲି ବିଶେଷଜ୍ଞଙ୍କ ମତ I

ତେଵେ ନିଜ ବିଭାଗର ଦୋଷ ଦୁର୍ବଳତା କୁ ଲୁଚାଇବାକୁ ଯାଇ ଅଧିକାରୀ ଜଣକ ଏଭଳି ଅଭିଯୋଗ ଆଣିଥିବା ଅନୁମାନ କରାଯାଉଥିବା ବେଳେ ନିକଟରେ ବିଷମକଟକ ସ୍ଥିତ ଗତିଗୁଡା ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ର ଆତ୍ମହତ୍ୟା ପରେ ଉତ୍ତେଜିତ ଲୋକଙ୍କ ଶିକ୍ଷକକୁ ଆକ୍ରମଣ କରିବା ଘଟଣା I ଏହା ସତ୍ୱେ ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା, ସମରଲେଣ୍ଡି ଆଶ୍ରମ ବିଦ୍ୟାଳୟରେ ୨ଶ୍ରେଣୀର ଛାତ୍ର ସଙ୍ଗେ ଘଟି ଥିବା ଅମାନବୀୟ ଘଟଣା କୁ ଚପାଇଦେବାର ଉଦ୍ୟମ କରିବା,ବିଭାଗୀୟ ଫାଇଲ ଗୁଡିକରେ ବର୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଦସ୍ତଖତ ନ ହେବା, ତାଙ୍କ ଟୁର ଚାର୍ଟ,ଟେବୁଲ ରେ କୁଢ଼ କୁଢ଼ ଫାଇଲ ଗଦା ହେବା, ସମୀକ୍ଷା ବୈଠକ, ଅଭିଯୋଗ ଶୁଣାଣି ଆଦି ରେ ଅନୁପସ୍ଥିତ ରହିବା, ନିଜ କାର୍ଯ୍ୟାଳୟ ପରିବର୍ତ୍ତେ ରାଜଧାନୀରେ ଅଧିକାଂଶ ସମୟ ଉପସ୍ଥିତ ରହିବା ଆଦି ଘଟଣା କୁ ନେଇ ତାଙ୍କ ଭୂମିକା ବିବାଦ ଘେରରେ ଥିବା ସନ୍ଦେହ କରାଯାଉଥିଲା ବୋଲି ତାଙ୍କ ପୂର୍ବତନ ସହଯୋଗୀ ପ୍ରକାଶ କରିଛନ୍ତି I 

ଏ ନେଇ ଶ୍ରୀମତୀ ରାଓଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ବେଳେ “ଉକ୍ତ ଅଧିକାରୀ ଆମ ପ୍ରଶାସନର ଜଣେ ଅଧିକାରୀ ହୋଇଥିବାରୁ ଥିବାରୁ, ଏହି ବିଷୟ ଉପରେ କିଛି କହିବା ଉଚିତ ହେବ ନାହିଁ, କିନ୍ତୁ ମୁଁ ବ୍ୟବସ୍ଥା ଓ ଭଗବାନ ଉପରେ ଆସ୍ଥା ରଖେ। ଶ୍ରୀ ଜଗନ୍ନାଥ ଏହାର ବିଚାର କରିବେ ବୋଲି ପ୍ରକାଶ କରିଛନ୍ତି ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରୀ।”ଏଭଳି ଭାବେ ଯଦି କୋୖଣସି କର୍ମଚାରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ଗଣମାଧ୍ୟମକୁ ଯିବେ ତାହେଲେ ଏହା ରାଜ୍ୟ ସରକାର ପାଇଁ ଏକ ବଡ଼ ଚେତାବନୀ ହୋଇ ପଡିବ ବୋଲି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ପ୍ରସ୍ତୁତି ବୈଠକ

Sunil Chandra Nayak

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

Sunil Chandra Nayak

ଭାରତୀୟ ମଜଦୁର ସଂଘ ର ୩୦ ତମ ପ୍ରତିଷ୍ଠା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!