ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଘାଟିତ ହେଲା କଳାକାର ଗୃହ

ଉଦଘାଟିତ ହେଲା କଳାକାର ଗୃହ

ବଡବାରବା(କନ୍ଧମାଳ), ତା. ୦୯/୦୨/୨୫ – କଳା ଓ କଳାକାର ହୀତ ଉଦ୍ଦେଶ୍ୟ ନେଇ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” କନ୍ଧମାଳ ଜିଲ୍ଲା ଶାଖା ତରଫରୁ ରାଇକିଆ ବ୍ଲକ ଅନ୍ତର୍ଗତ ବଡବାରବା ଗ୍ରାମ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ” କଳାକାର ଗୃହ “ର ଶୁଭ ଉଦ୍ଘାଟନ କରି କଳାକାରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ନାଟ୍ୟଗୁରୁ ରମେଶ ଚନ୍ଦ୍ର ସ୍ୱାଇଁ, ନାଟ୍ୟଗୁରୁ ସୀମାଞ୍ଚଳ ସାହୁ, ବରିଷ୍ଠ ନାଟ୍ୟ ସଂଗଠକ ତଥା ଅଭିନେତା ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବାରବା ସରପଞ୍ଚ ରବିଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉଦଘାଟିତ କଳାକାର ଗୃହ ରାଜ୍ୟ ସ୍ଥରରେ ପ୍ରଥମ ଏବଂ ଏହା ନିର୍ମାଣ ସହାୟତାର ହାତ ବଢ଼େଇଥିବା ନାଟ୍ୟ ମନସ୍କ ଗ୍ରାମବାସୀ ମାନେ ସାଧୁବାଦାର୍ହ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ରୂପେ ମହାସଂଘ ପକ୍ଷରୁ ମନୋନୀତ କରାଯାଇଥିଲା ।

            ପରେ ମା’ କନ୍ଧୁଣୀ ଦେବୀଙ୍କ ତ୍ରୟ ବାର୍ଷିକୀ ପୂଜାର୍ଚନା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ଗ୍ରାମସ୍ଥ ଶ୍ରୀଶ୍ରୀ ମା’ କନ୍ଧୁଣୀ ଦେବୀ ନାଟ୍ୟସଙ୍ଘ ପ୍ରଯୋଜିତ ପୌରାଣିକ ନାଟକ ” ଶ୍ରୀରାମ ଭକ୍ତ ମାରୁତି “କୁ ଅତିଥିମାନେ ଉଦ୍ଘାଟନ କରିଥିଲେ । ପୂର୍ବତନ ଗ୍ରାମ୍ୟ ସଭାପତି ରଘୁନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟ୍ୟ ଗୁରୁ ଦୟାନିଧି ପାତ୍ର, ଉପ-ମହାସଚିବ ପ୍ରଦୀପ କୁମାର ସାହୁ, ଯୁବ ଅଭିନେତା ଦୀପକ କୁମାର ପ୍ରଧାନ, ଗ୍ରାମ୍ୟ ସଭାପତି ପଞ୍ଚୁ ମହାଙ୍କୁଡ, ବିପ୍ର ପାତ୍ର, ସୁରେଶ ପାତ୍ର, ନାଟ୍ୟ ସଂଘ କୋଷାଧ୍ୟକ୍ଷ କନ୍ଧ ଚରଣ ସାହୁ ପ୍ରମୁଖ ମଂଚାସୀନ ଥିଲେ । ସୀମା-ରମେଶଙ୍କ ନିର୍ଦ୍ଦେଶନାରେ ନାଟକଟି ସଫଳତାର ସହ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ୍ୟ କମିଟି, ସ୍ବେଛାସେବୀ ବର୍ଗ ଏବଂ ନାଟ୍ୟ ସଂଘ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

Sunil Chandra Nayak

ଶିକ୍ଷା ସଚେତନ ରଥ କୁ ଫୁ, ମଦ ନିଶାରେ ମତୁଆଲା ହେଉଛନ୍ତି ଆଦିବାସୀ ଛାତ୍ର

Sunil Chandra Nayak

Leave a Comment

error: Content is protected !!