ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହେରୁ ଯୁବକ ସଂଘ ପକ୍ଷରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

କର୍ଲାମୁଣ୍ଡା: ଭାରତ ସରକାର ଯୁବାବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତତ୍ତ୍ଵାବଧାନରେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ନେହେରୁ ଯୁବକ ସଂଘ, ତେରେସିଂହା ପକ୍ଷରୁ ସ୍ଥାନୀୟ ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜର ପ୍ରତିଷ୍ଠା ଓ ଉଦ୍ଦେଶ୍ୟରେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ l ଉକ୍ତ ବୈଠକରେ ତେରେସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ମୁରଲିଧର ରଣା ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ଗହିର ମୁଖ୍ୟବକ୍ତା, ମିଶନ ଶକ୍ତିର ଉପ ସଭାନେତ୍ରୀ ଶ୍ରୀମତି ସୁଷମା ରଣା ସମ୍ମାନିତ ଅତିଥି, ନେହରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସନତ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିବା ବେଳେ ଏକଲ ଅଭିଯାନର ବ୍ଲକ ପ୍ରମୁଖ ନିର୍ମଳ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏଥିରେ ପୂର୍ବତନ ସଂଘ ସମ୍ପାଦକ ସୁଶାନ୍ତ ରଣା, ସୁରଥ ରଣା, ଟିକେରାମ ରଣା, ଦକ୍ଷରାଜ ରଣା, ଟିକେମନ ରଣା, ସାଇରାଜ ରଣା, ଶାନ୍ତନୁ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ସଂଘ ସମ୍ପାଦକ ହେମନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କେସିଙ୍ଗା ପୁଲିସର ବଡ ସଫଳତା, ରାତ୍ର ପେଟ୍ରୋଲିଂ ସମୟରେ ବାଇକ୍ ରେ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଜଣ ଅଟକ ରହିଥିବା ବେଳେ ଚାରିଟି ବାଇକ୍ ଜବତ

Sunil Chandra Nayak

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

Sunil Chandra Nayak

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

Sunil Chandra Nayak

Leave a Comment

error: Content is protected !!