ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭଗାଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ଶିବିର 

କୁମ୍ଭଗାଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ଶିବିର 

ବନ୍ଧୁଗାଁ ତା, ୧୦/୨/୨୫, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ର କୁମ୍ଭଗାଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାନୀ ଶିବିର ଅନୁଷ୍ଠିତ ହୋଇଯାଇଛି I ବନ୍ଧୁଗାଁ ବ୍ଲକର ବିଡ଼ିଓ ଙ୍କ ଅନୁପସ୍ଥିତ ହେତୁ ବ୍ଲକର (ଜି.ପି ଓ ) ଶ୍ରୀ ଅମୀର ଅକ୍ଷୟ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ଆଜିର ପଞ୍ଚୟତ ସ୍ତରୀୟ ସଚେତନତା ଅଭିଯୋଗ ଜନଶୁଣାନୀ କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ମୋଟ ରେ ୮ ଗଟି ଅଭିଯଗ ଶୁଣିଥିଲେ I ଏଥିରେ ଥିଲା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସୋଡକ ଯୋଜନାର କାମ ନିମ୍ନ ମାନର କାମକୁ ନେଇ ଦୁଇଟି ୧.ବଡ଼ ମାତୁର ଠାରୁ ଉପର ପଟେସୁ ରାସ୍ତା ଓ ୨. ଚିନା କାମରା ଠାରୁ ପେଦା କାମରା ରାସ୍ତା କାମର ନିମ୍ନ ମାନ କାମକୁ ନେଇ ଓ ଦୁଇ ଜଣଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଶେଷ ଟଙ୍କା ଖାତାକୁ ନ ଆସିବା, ଦୁଇଜଣ ବିକଳାଙ୍ଗ ଙ୍କୁ ବାର୍ଦ୍ଧକ୍ଷ ଭତାରେ ଅନ୍ତର୍ଗର୍ଭୁକ୍ତ,ଜଣଙ୍କର ଭତାର ଯୋଗ୍ୟ ଥାଇ ମଧ୍ୟ ଅଯୋଗ୍ୟ ହୋଇ ରହିଥିବା ଏହିପରି ଆଠ ଗଟି ଅଭିଯୋଗ ଶୁଣିଥିଲେ I ଏଥିରେ ବ୍ଲକର ଅଧିକ ବିଭାଗର କର୍ମଚାରି ମାନେ ଅନୁପସ୍ଥିତ ରହିଥିବାର ଦେଖି ପଞ୍ଚାୟତ ବାସି ସାଧାରଣରେ ସମ୍ବାଦ ଦାତା ବା ଗଣ ପ୍ରତିନିଧିଙ୍କୁ କହିଥିଲେ I ବହୁବାର କୁମ୍ଭଗଣ୍ଡା ପଞ୍ଚାୟତ ଠାରେ ଅଭିଯୋଗ ଶୁଣାନୀ ହେଉଛି କିନ୍ତୁ ବ୍ଲକର ବହୁ ବିଭାଗର ଅଧିକାରୀ କର୍ମଚାରି ମାନେ ଅନୁପସ୍ଥିତ ରହୁଛନ୍ତି କାହିଁକି କଣ ପାଇଁ ଏହିପରି ଅଣଦେଖା କରୁଛନ୍ତି ବଲି ସାଧାରଣରେ ଦାବି କରିଛନ୍ତି I ଏଥିରେ ଉପସ୍ଥିତ ରହିଥିଲେ ଜଳ ବିଭାଗ ଅଧିକାରୀ ଶ୍ରୀ ସନ୍ତୋଷ ବେହେରା, ସରପଞ୍ଚ ଇରାମା କାଡ୍ରାକା, ସମିତି ସଭ୍ୟା ନିମ୍ବୁ କାଡ୍ରାକା, ପଞ୍ଚାୟତର ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ଓ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଓ ଆଶା କର୍ମୀ ଓ ଏ.ଏନ.ଏମ. ଶିକ୍ଷା ବିଭାଗର ଅଧିକାରୀ, ବନ ବିଭାଗ ଅଧିକାରୀ, ବିଜୁଳି ବିଭାଗ ଅଧିକାରୀ, ସିଆରସିସି,ତୋହସିଲ ବିଭାଗର ଅଧିକାରୀ ଏହିପରି ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ I ଆଜିର ଅଭିଯୋଗ ଶୁଣାନିର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁଗାଁ ଥାନା ଅଧିକାରୀ ଆଇ ଆଇ ସି ଶ୍ରୀ ପ୍ରଶ୍ନ କିମର ମିଶ୍ର ଓ ଥାନା ଷ୍ଟାଫ ଉପସ୍ଥିତ ତୋହିଥିଲେ I 

================…….===

ତିନିବର୍ଷ ନିଶା ଗ୍ରସ୍ତରେ ରହି ଶରୀରର ସମସ୍ତ ଭାଗ ଅଚଳ ଯୋଗୁଁ ମୃତ୍ୟୁ 

ବନ୍ଧୁଗାଁ ତା,୯/୨/୨୫,ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଅନ୍ତର୍ଗତ ବି.ତିରୁଗୁଡ଼ି ଗ୍ରାମର ତିଲି ବିଡ଼ିକାଙ୍କ ମୃତ୍ୟୁ ହୋଇଯାଇଛି I ବିଶେଷ ସୂତ୍ରରୁ ଖବର ମିଳିଛିକି ଗତ ତିନି ବର୍ଷ ହବ ଦିନ ରାତି ମଦ ନିଶାରେ ଯୋଡିତ ରହି ଖାଇବା ଖାଦ୍ୟ ପୁରା ମାତ୍ରରେ କମକୋରୀ ଦେଇଥିଲେ I ଯେତିକି ନିଶାରେ ଥିଲେ ମଧ୍ୟ ନିଜର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପାଠ ପଢାଇବାରେ ପିଲାଙ୍କ ପ୍ରତି ଧ୍ୟାନ ମଧ୍ୟ ରଖୁଥିଲେ ଓ ଘର ପ୍ରତି ସମସ୍ତ ପ୍ରକାରର ଭଲ ମନ୍ଦ ଓ ଘର ପ୍ରତି ତାଙ୍କର ଧ୍ୟାନ ମଧ୍ୟ ରହିଥିଲା I କିନ୍ତୁ ଅଧିକ ମାତ୍ରାରେ ନିଶାରେ ମାତି ରହି ଖାଇବାରେ ଅବହେଳା କରୁଥିଲେ I ଖାଇବାର ଅବହେଳା ଯୋଗୁଁ ପ୍ରାୟଦିନ ହେଲା ତିଲିଙ୍କ ଦେହ ଖରାପ ଅବସ୍ଥା ଦେଇ ଗତି କରୁଥିବାର ପରିବାର ଲୋକେ ଓ ଗାରିଡି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଓ ତିଲିଙ୍କ ବଡ଼ ବାପାଙ୍କ ପୁଅ ଅଟନ୍ତି ଗପୀନାଥ ବିଡ଼ିକା ଓ ତିଲିଙ୍କ ସ୍ତ୍ରୀ ଓ ପରିବାର ଲୋକେ ଗତକାଲି ତିଲିଙ୍କୁ ନେଇ ନିକଟ ରାୟଗୋଡ଼ା ଜିଲ୍ଲାର ଏକ ଘରୋଇ ମେଡିକାଲ ନେଇ ଚିକିତ୍ସା କରେଇବା ନେଥିବାରୁ ସେଠାରେ ଡାକ୍ତର ଦେଖି କହିଥିଲେ କି ତିଲିଙ୍କ ଦେହର କୌଣସି ଅଙ୍ଗ ମଧ୍ୟ ଭଲନାହିଁ ଯାହାକି ସମସ୍ତ ଅଙ୍ଗ ପୁରା ଅଛଳ ହୋଇପଡିଛି ଭଲ ହେବାର ବହୁତ ଅସମ୍ଭବ ପରି ହବ ବଲି ମୃତ ବ୍ୟକ୍ତି ତିଲିର ପରିବାର ଲୋକଙ୍କୁ ଡାକ୍ତର ଜଣେଇଥିଲେ I ପରେ ତିଲିଙ୍କ ପରିବାର ଲୋକେ ଉପାୟ ନ ପାଇଁ ନିଜ ଗାଁର ତୁରୁଗୁଡ଼ି ଥିବା ଘରକୁ ନେଇ ଆଣିଥିଲେ I ରାତି ତମମ ତିଲି ପରିବାରୋଙ୍କ ଶହ ଭଲରେ କଥା ବାର୍ତ୍ତା ହୋଇ ଭଲରେ ଥିଲେ ଆଜି ସକାଳ ୭ ଟା ସମୟରେ ତିଲିଙ୍କ ମୃତ ହୋଇଥିଲା I ତିଲିଙ୍କ ମୃତୁ ସମୟରେ ପରିବାରର ସମସ୍ତ ଲୋକେ ଉପସ୍ଥିତ ରହିଥିଲେ, ତିଲି ଥିଲେ ଜଣେ ସାଧାରଣ ଭାବରେ ଚାଲିଚଲଣ କରି ସମସ୍ତିଙ୍କ ସହିତ ହଁସ ଖୁସିରେ ମିଳିମିଶି ରହିବା ଶହ ବିଜେଡି ଦଳର ଏକ ଶକ୍ରିୟ ଭାବରେ କାମ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା I ତିଲିଙ୍କ ମୃତ ଖବର ଶୁଣି ଅଞ୍ଚଳବାସୀ ଦୁଃଖରେ ମର୍ମାହତ ହୋଇଥିଲେ I ପରିବାର ଲୋକେ ସମସ୍ତେ ଉପସ୍ଥିତ ରହି ତିଲିଙ୍କ ମୃତ ଶରୀରକୁ ସ୍ମସାନରେ ଶେଷକୃତ ସମ୍ଫନ କରିଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ଓଡିଶା ସାହିତ୍ଯ ଏକାଡେମୀ ର ସଫଳ କାର୍ଯ୍ୟକ୍ରମ “ଆମ ଗାଁ ଆମ ସାହିତ୍ଯ”

Sunil Chandra Nayak

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

Sunil Chandra Nayak

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!