ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର ଦଫା ଦାବି ନେଇ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

ବାର ଦଫା ଦାବି ନେଇ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

କୋଇଡା  // କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ହଜାର ହଜାର ସିପିଆଇଏମ୍ କର୍ମୀଙ୍କୁ ନେ଼ଇ ଗଣ ବିକ୍ଷୋଭ ଜାରିରହିଛି। ଗଣ ବିକ୍ଷୋଭ ର ମୂଖ୍ୟ ଦାବୀ ଖଣିରେ ରେଜିଂ ଠିକା ସଂସ୍ଥା ଆଦାନୀ କମ୍ପାନୀର ମନମୁଖୀ କାର୍ଯ୍ୟ, ଆଦାନୀ ଓ ଜେଏସଡବ୍ଲୁ କର୍ତ୍ତୃପକ୍ଷଙ୍କ ସମସ୍ତ ପରିବହନ ସହ ରେଳ ସାଇଡିଂରେ କାର୍ଯ୍ୟ କରିବା ଚୁକ୍ତିନାମାକୁ ବିରୋଧ କରିବା ସହ ପାରିପାର୍ଶିକ ଉନ୍ନତି, ନିଯୁକ୍ତି ଓ ସମସ୍ତ ବେଆଇନ୍ ଚୁକ୍ତିନାମାକୁ ବାତିଲ କରିବା ନେଇ ବିକ୍ଷୋଭ ଓ ଗଣ ଧାରଣା ଜାରି ରହିଥିବା ଜଣାପଡିଛି। ଆଗାମୀ ଦିନରେ ଖଣ୍ଡାଧାର ଓଏମସି ଖଣି,ଜେଏସଡବ୍ଲୁ ଖଣି ଏବଂ ସମସ୍ତ ରେଳ ସାଇଡ଼ିଂକୁ ସମ୍ପୂର୍ଣ ବନ୍ଦ କରାଯିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। କୋଇଡା ଖଣି ମଣ୍ଡଳ ଅଧିନସ୍ଥ ରେଳ ସାଇଡିଂ ରେଞ୍ଜଡା, ରକ୍ସୀ, ବିମଲାଗଡ, ପଟାସାହି, ବର୍ସୁଆଁ, ଚାନ୍ଦିପୋଷ ଭଳି ସମସ୍ତ ରେଳ ସାଇଡିଂ ରେ ୧୨ ହଜାର ରୁ ଉର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟରତ ଅଛନ୍ତି। ଆଦାନୀ ଯଦି ନିଜେ ଏଠାରେ ଲୋଡ଼ିଂ ଓ ପରିବହନ କରେ ତାହେଲେ ୧୨ ହଜାର ଶ୍ରମିକ ନିଜ ପରିବାର କିଭଳି ପ୍ରତିପୋଷଣ କରିବେ ବୋଲି ବିଧାୟକ କହିଛନ୍ତି। ଦାବୀ ଗୁଡ଼ିକ ଖଣି କର୍ତ୍ତୃପକ୍ଷ ଓ ସରକାର ଯଥାଶୀଘ୍ର ସମାଧାନ ନକଲେ ଆଗାମୀ ତେର ତାରିଖ ଠାରୁ ସମସ୍ତ ରେଲୱେ ସାଇଡିଙ୍ଗ କୁ ବନ୍ଦ କରାଯିବା ସହିତ ବିକ୍ଷୋଭ ଆହୁରି ତୀବ୍ରତର ହେବ ବୋଲି ସିପିଆଇଏମ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଚେତାବନୀ ଦେଇଛନ୍ତି। ଏହି ଧାରଣାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ସାମଲ,ରାଜ୍ୟ ସମ୍ପାଦକ ପ୍ରଭାତ କୁମାର ପଣ୍ଡା, କୋଇଡା (ଖ) ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା, ଜନ ଡୁଙ୍ଗଡୁଙ୍ଗ,ବାଟୁ ମୁଣ୍ଡା, ଅଶୋକ ସାମଲ ଙ୍କ ସମେତ ହଜାର ହଜାର ସିପିଆଇଏମ୍ କର୍ମୀ ମହିଳା ପୁରୁଷ ଯୋଗଦେଇଥିଲେ।

କୋଇଡା ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

masiha

ଇନ୍ଦ୍ରାବତୀ ଠାରୁ କେସିଙ୍ଗାକୁ ବାବୁଲି ନାମକ ଘରୋଇ ବସ ଚଳାଚଳ କରିବା ପାଇଁ ଦାବୀ

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!