ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସମ୍ମିଳନୀ ଓ ଗୁଣାତ୍ମକ ଶିକ୍ଷା ରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

ଶିକ୍ଷକ ସମ୍ମିଳନୀ ଓ ଗୁଣାତ୍ମକ ଶିକ୍ଷା ରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

କୋଇଡା – ୧୧/୦୨ // ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ରୂପାନ୍ତିକରଣ ଓ ଶୁଭ ଉଦଘାଟନ ଅବସରରେ ବିଘ୍ନବିନାଶକ ଙ୍କ ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଭଞ୍ଜପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ସମ୍ମିଳନୀ ଓ ଗୁଣାତ୍ମକ ଶିକ୍ଷା ରେ ଶିକ୍ଷକ ଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଇଡା ବ୍ଲକ ଅଧକ୍ଷ ସୁରେଶ କୁମାର ନାଏକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ I ସଂମାନିତ ଅତିଥି ରୂପେ କୋଇଡା ଡିଗ୍ରୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଅଧ୍ୟାପକ ପ୍ରଦୀପ କୁମାର ପଟନାୟକ, ବରସୁଆଁ ଲୌହ ଖଣି ର ସିଏସଆର ପ୍ରବନ୍ଧକ ଅମୀୟ ରାଉତ, ଟେଂସା ସରପଞ୍ଚ ଅନିତା ପୂର୍ତ୍ତୀ, ସମାଜସେବୀ ପ୍ରଭାତ ପଣ୍ଡା, ସେଲ ହସ୍ପିଟାଲ ର ଦନ୍ତ ବିଶେଷଜ୍ଞ ଡାକ୍ତର ଅଯୋଧ୍ୟା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ରେ ଶିକ୍ଷକ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ I କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯାୟ ରେ ବଣାଇ, ଗୁରୁଣ୍ଡିଆ, କୁତ୍ରା ବ୍ଲକ ର ଗୋଷ୍ଟୀ ଶିକ୍ଷା ଅଧିକାରୀ ମାନେ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ବ୍ଲକ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷକ ମାନଙ୍କ ର ଭୂମିକା ବିଷୟରେ ବୁଝାଇଥିଲେ I ଏହି କାର୍ଯ୍ୟକ୍ରମ ରେ କୋଇଡା ଗୋଷ୍ଟୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା ସଭାପତିତ୍ୱ କରିଥିବା ବେଳେ ଟେଂସା ସିଆରସିସି ପ୍ରଶାନ୍ତ କୁମାର ପରିଡା ମଞ୍ଚ ପରିଚାଳନା କରିଥିଲେ I ଏହି ଅବସରରେ ସମସ୍ତ ଅତିଥି, ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସାମ୍ବାଦିକ ମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା I ମନୋରମା ଦାସଙ୍କ ଦ୍ୱାରା ଲିଖିତ ଶିଶୁ ପୁସ୍ତକ ଉନ୍ମୋଚିତ କରାଯାଇଥିଲା I କୋଇଡା ବ୍ଲକ ଶିକ୍ଷକ ସଙ୍ଘ ତରଫରୁ ଆୟୋଜିତ ଏକ ରକ୍ତଦାନ ଶିବିର ରେ ବଣାଇ ରକ୍ତ ଭଣ୍ଡାର ର ଡାକ୍ତର ଅନିରୁଦ୍ଧ ବେହେରା ତତ୍ୱାବଧାନ ରେ ୩୭ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ସ୍ବେଛାସେବୀ ସଂଗଠନ ଏସପେୟାର ମୁଖ୍ୟ ଵାପିଲି ଗୋସ୍ୱାମୀ ଏବଂ ସମସ୍ତ ସଦସ୍ୟ ମାନେ ଶିକ୍ଷା ମେଳା ପ୍ରଦର୍ଶନ କରିବା ସହିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I 

କୋଇଡା ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜI

Related posts

ଇମାନୁଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Sunil Chandra Nayak

ପାପଡାହାଣ୍ଡି ବ୍ଳକ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ଦେବସ୍ମୀତା 

masiha

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!