ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା ପ୍ରଶାସନିକ ତଦନ୍ତ ଆରମ୍ଭ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା

ପ୍ରଶାସନିକ ତଦନ୍ତ ଆରମ୍ଭ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

ଲାଞ୍ଜିଗଡ, ୧୨/୦୨(ମନିସ)-ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ପାଳ କୁଡ଼ିଆ ଜଳି ୨ ଶିଶୁଙ୍କ ଜୀବନ୍ତ ଦଗ୍ଧ ଘଟଣାକୁ ନେଇ ମସୀହାରେ ସର୍ବ ପ୍ରଥମ ଖବର ପ୍ରସାରଣ ସହିତ ମୃତକ ଦୁଇ ଶିଶୁଙ୍କ ବାପ-ମାଆଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଏପରିକି ନିଜର ଦୁଇ ଶିଶୁଙ୍କୁ ହରାଇ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ପଡ଼ିଥିବା ବଡ଼ବିଶି ମାଝୀ ଓ ସୁଶାରୀ ମାଝୀ ଅଜ୍ଞତା ବଶତଃ ପୁଲିସ, ପ୍ରଶାସନର ଦ୍ୱାରସ୍ତ ନହୋଇ ଶବ ସତ୍କାର କରି ଦେଇଥିଲେ। ତେବେ ମାନବିକତା ଦୃଷ୍ଟିରୁ ମସୀହା ଏହାର ଖବର ପ୍ରସାରଣ ସହିତ କ୍ଷତିପୂରଣ ଦାବି କରିବା ପରେ ଆଜି ଗାଁକୁ ପୁଲିସ ପ୍ରଶାସନ ପହଂଚିବା ସହିତ ତଦନ୍ତ କରିଛନ୍ତି। ପୁଲିସ ପକ୍ଷରୁ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ବିଜେପୁର ଥାନାଧିକାରୀ ବିଶ୍ୱମ୍ବର କହଁର, ବିଜେପୁର ରାଜସ୍ୱ ନିରୀକ୍ଷକ……ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ମୃତକ ଶିଶୁଙ୍କ ବାପ-ମାଆ ଓ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ତଦନ୍ତ କରି ସେମାନେ ରିପୋର୍ଟ ଦେଇଥିବାବେଳେ ସରକାର ଓ ପ୍ରଶାସନ ଯାହା ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଅପରପକ୍ଷରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେଇଥିବାବେଳେ ଆଞ୍ଚଳିକ ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଧର ପେସନିଆ ମୃତକଙ୍କ ବାପ- ମାଆଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନିଜର ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ କୋଳଶୂନ୍ୟ ହୋଇପଡିଥିବା ସୁଶାରୀ ଓ ବଡ଼ବିଶିଙ୍କ ଆଖିରୁ ଲୁହ ଶୁଖିନଥିବାବେଳେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏପରିକି ଆଦିବାସୀ ପରିବାର ଓ ଅଜ୍ଞତା ବଶତଃ ସେମାନେ ଶବ ପୋଡ଼ି ଦେଇଥିବାରୁ ଏବଂ ସରକାରୀ ପ୍ରକ୍ରିୟା ସମ୍ପନ୍ନ ହୋଇନଥିବାରୁ କ୍ଷତିପୂରଣ ମିଳିବା ଆଶଙ୍କା ଥିବାରୁ ଏହି ଘଟଣାରେ ଖୋଦ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ।

ମସୀହା ନ୍ୟୁଜ ସର୍ଭିସ

Related posts

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

masiha

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ନେଇ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦାବୀ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ପ୍ରିୟଦର୍ଶିନୀ

masiha

Leave a Comment

error: Content is protected !!