ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଦୁର୍ନୀତିର ଭଣ୍ଡାର ରାଜ୍ୟ ରିସର୍ଚ୍ଚସେଣ୍ଟର” ଡ଼ିଡ଼ିସିଏ-ପୂର୍ଣ୍ଣ ରାଉଳର ଉତ୍କଳ’ଆଲୁମିନା ସହ ଦୁର୍ନୀତିର ଖେଳ

“ଦୁର୍ନୀତିର ଭଣ୍ଡାର ରାଜ୍ୟ ରିସର୍ଚ୍ଚସେଣ୍ଟର” ଡ଼ିଡ଼ିସିଏ-ପୂର୍ଣ୍ଣ ରାଉଳର ଉତ୍କଳ’ଆଲୁମିନା ସହ ଦୁର୍ନୀତିର ଖେଳ

ଭୁବନେଶ୍ୱର:-ରାଜ୍ୟ ରିସର୍ଚ୍ଚ ଲାବୋରଟରୀର କେଇ ଦୁର୍ନୀତିଖୋର ଅଫିସରଙ୍କ ପାଇଁ ରାଜଧାନୀ ମାଟିରେ ଥିବା ଏହି ବିଭାଗଟି ଦୁର୍ନୀତିର ଭଣ୍ଡାର ପାଲଟିଛି।ତେବେ ଏହି ରିସର୍ଚ୍ଚ ଲାବୋରଟରୀର କେଇ ଅଫିସର ଦୁର୍ନୀତିଖୋର ବୁଡି, ରିସର୍ଚ୍ଚ ଲାବୋରଟରୀକୁ ଦୁର୍ନୀତିର ଭଣ୍ଡାର ତଥା କେନ୍ଦ୍ରସ୍ଥଳ କରିବା ବ୍ୟତୀତ ତାହାର ଅଧୀନରେ ଥିବା ସରକାରଙ୍କ ବହୁ ପ୍ରୟୋଗଶାଳା ଶାଖା ଗୁଡିକୁ ପଙ୍ଗୁ ଅବସ୍ଥାରେ ବର୍ଷ’ବର୍ଷ କରି ରଖିଛନ୍ତି।ତେବେ ସେ ଭିତରୁ କେବିକେ ଜିଲ୍ଲା ନିମନ୍ତେ ଉପଲ୍ଲବଦ୍ଧ ରହିଥିବା ଚକ୍ରାନ୍ତକାରୀ”ଦୁର୍ନୀତିକାରୀ ରିସର୍ଚ୍ଚସେଣ୍ଟର ପ୍ରମୁଖ କେତେକ ଅଫିସର ବଲାଙ୍ଗୀର ପ୍ରୟୋଗଶାଳା ଶାଖାକୁ ଅତ୍ୟନ୍ତ ଚତୁରତାର ସହ ପଙ୍ଗୁ କରି, ସେଠାକାର ଉତ୍କଳ ଆଲୁମିନା ନାମକ ଏକ ବକ୍ସାଇଟ ଖଣି କମ୍ପାନୀର ନମୁନା ଗୁଣ୍ଡକୁ ସିଧା ସଳଖ ପରୀକ୍ଷା କରିବାରେ ରିସର୍ଚ୍ଚ ଲାବୋରଟରୀ ଲାଗିପଡ଼ିଛି ଦଶନ୍ଧିରୁ ଉର୍ଦ୍ଧ୍ୱ ଦିନ ଧରି ବୋଲି ଜଣାପଡେ।ତେବେ ଦିନ ପରେ ଦିନ ବିତି ଚାଲିଛି, ସରକାରଙ୍କ ବଲାଙ୍ଗୀର ପ୍ରୟୋଗଶାଳାକୁ ପଙ୍ଗୁ ଅବସ୍ଥାରେ ରଖି ରାଜ୍ୟ ରିସର୍ଚ୍ଚ ଲାବୋରାଟରୀର ଦାୟତ୍ୱବାନ ଅଧିକାରୀ/ଅଫିସର ମୋଟା ଅଙ୍କର ବେତନ ନେଇ, ଡିପାର୍ଟମେଣ୍ଟ ଏବଂ ରାଜ୍ୟ ନିମନ୍ତେ ନିଜର ଦାୟତ୍ୱ ସମାପନ କରି,ଇତିହାସ ସୃଷ୍ଟି କରିବାରେ ବୋଲି ଜଣାପଡେ।ତେବେ ଏପରିପକ୍ଷରେ ଦେଖିବାକୁ ଗଲେ,ବର୍ତ୍ତମାନର ରିସର୍ଚ୍ଚ ଲାବୋରଟରୀର ଡ଼ିଡ଼ିସିଏ ପୂର୍ଣ୍ଣଶଶୀ ଶେଖର ରାଉଳ, ଯେତେବେଳେ ଡେପୁଟେସନରେ ଯୋଡ଼ାରେ ନିଯୋଗ ଥାଇ,ଯୋଡ଼ା ପ୍ରୟୋଗଶାଳାରେ ବିନା-କେମିକାଲରେ ପରୀକ୍ଷା ହୋଇଥିବା ଲୁହାପଥର ରିପୋର୍ଟରେ ନିଜର ଗୁରୁତ୍ୱପୂର୍ଣ୍ଣ କାଉଣ୍ଟର ଦସ୍ତଖତ ହଜାର’ହଜାର ସଂଖ୍ୟା କରି, ରାଜ୍ୟ ରାଜକୋଷକୁ ପ୍ରଭାବିତ କରିଥିବା ଏଜି/ସିଏଜି ରିପୋର୍ଟ ଆସିବାରୁ ଜଣାପଡେ। ଆଉ ଏହି ପୂର୍ଣ୍ଣ ରାଉଳ ବର୍ତ୍ତମାନ ରିସର୍ଚ୍ଚ ଲାବୋରାଟରୀରେ ରହି ଅହରହ ରାୟଗଡା ସ୍ଥିତ କାଶୀପୁର ଅଧିନସ୍ଥ ଉତ୍କଳ-ଆଲୁମିନା କମ୍ପାନୀର ନମୁନା ପରୀକ୍ଷାରେ ଦସ୍ତଖତ କରି,ଦୀର୍ଘବର୍ଷ ଧରି ଦୁର୍ନୀତିର ଖେଳ ଚଳାଇଛି ବୋଲି ବିଭାଗୀୟ ବିଶ୍ଵସ୍ଥ ସୂତ୍ରରୁ ଜଣାପଡେ।ତେବେ ଏଜି/ସିଏଜି ରିପୋର୍ଟ ଅନୁଯାୟୀ ପୂର୍ଣ୍ଣ ରାଉଳର ଭିଅଇଥିବା କାରନାମା ତଥା ରାଜସ୍ୱହ୍ରାସକୁ ଓଡ଼ିଆପୁଅ ନିର୍ଦ୍ଧେଶକ ରୋହିତ କୁମାର ବିଳମ୍ବ ନକରି,ରାଜ୍ୟହିତ ଏବଂ ରିସର୍ଚ୍ଚ ଲାବୋରଟରୀରୁ ଦୁର୍ନୀତିମୁକ୍ତ ନିମନ୍ତେ ଏଭଳି ଭ୍ରଷ୍ଟ ଡ଼ିଡ଼ିସିଏ ପୂର୍ଣ୍ଣଶଶୀ ଶେଖର ରାଉଳକୁ ତୁରନ୍ତ ବଲାଙ୍ଗୀର କିମ୍ବା ସମ୍ବଲପୁର ପ୍ରୟୋଗଶାଳା ଶାଖାକୁ ବଦଳି କରି ରାଜସ୍ୱବୃଦ୍ଧିରେ କାର୍ଯ୍ୟ କରାଯାଉ ବୋଲି ଡିପାର୍ଟମେଣ୍ଟରେ ତୀବ୍ର ଚର୍ଚ୍ଚାରୁ ହେଉଥିବାରୁ ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

Sunil Chandra Nayak

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ସଦର ବ୍ଲକ ଅନ୍ତର୍ଗତ ଚହ ଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ !!

masiha

Leave a Comment

error: Content is protected !!