ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କୁଷ୍ଠ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅଭିଯାନ

ଜାତୀୟ କୁଷ୍ଠ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅଭିଯାନ

ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ବଡ଼ବସୁଲ ଗ୍ରାମ ପଞ୍ଚାୟତ ସଭା ଗୃହରେ “ଜାତୀୟ କୁଷ୍ଠ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅଭିଯାନ” ପକ୍ଷ ପାଳନ (ତା.୩୦/୦୧/୨୦୨୫ ଠାରୁ ୧୩/୦୨/୨୦୨୫ ପର୍ଯ୍ୟନ୍ତ)ର ଶେଷ ଦିନରେ ଏକ ସଚେତନତା ସଭା ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଶ୍ରୀ ଚିଦାନନ୍ଦ ପଣ୍ଡା, ସ୍ୱାସ୍ଥ୍ୟ କର୍ମୀ ଶ୍ରୀ ସୁଶାନ୍ତ କୁମାର ବେହେରା (ବିଏନଏଲବ୍ଲୁ ), ଜୁନାଗଡ଼ ନେତ୍ର ଚିକିତ୍ସାଳୟର ଆଉଟ୍ ରିଚ୍ କୋର୍ଡିନେଟର କିନୁ ଚରଣ ଭରତିଆ ଯୋଗଦେଇ କୁଷ୍ଠ ରୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ ତଥା ଏହାର କାରଣ, ଲକ୍ଷଣ, ଚିହ୍ନଟିକରଣ, ଚିକିତ୍ସା ଓ ନିରାକରଣ ଓ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସାମାଜିକ ଓ ଆର୍ଥିକ ସ୍ତରରେ କିପରି ପ୍ରଭାବିତ ହୁଏ ତାହା ସଭାରେ ଅବଗତ କରାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବଡ଼ବସୁଲ ପଞ୍ଚାୟତର ସରପଞ୍ଚଙ୍କ ସମେତ ଅନ୍ୟ ନିର୍ବାଚିତ ପ୍ରତିନିଧି ସମୂହ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀଗଣ ଏବଂ ଏମବିକେ ଓ ସି ଆରପି-ସି ସଦସ୍ୟମାନେ ଉପସ୍ଥିତ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀ ମୁକୁନ୍ଦ ଶବର ସଭାସଦ୍ ବୃନ୍ଦଙ୍କୁ କୁଷ୍ଠ ନିରାକରଣ ଅଭିଯାନର ଶପଥ ପାଠ କରାଇ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ରୂପେ ସୁବ୍ରତ କୁମାର ଘୋଷାଲଙ୍କ ଦାୟିତ୍ୱ ଗ୍ରହଣ

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

masiha

ଠକି ଦଉଛି ଠିକାଦାର ଓ ବିଭାଗୀୟ ଅଧିକାରୀ ବାବୁ 

Sunil Chandra Nayak

Leave a Comment

error: Content is protected !!