ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

ଥୁଆମୁଳ ରାମପୁର:୧୩/୦୨ – (ମନିସ):- ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସେଥିପାଇଁ କଳାହାଣ୍ତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଳକର ୨୪ ଟି ପଞ୍ଚାୟତର ଗ୍ରାମ ମାନଙ୍କରେ ବସୁଧା ଯୋଜନା କାର୍ଯ୍ଯ କରୁଛି। ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କିଛି ଠିକାଦାରଙ୍କ ସହିତ ବିଭାଗୀୟ କର୍ମଚାରୀ ହାତ ମିଳାଇ ନିମ୍ନମାନର କାର୍ଯ୍ଯ କରିବା ସହିତ ନିମ୍ନମାନର ପାଇ ବ୍ଯବହାର କରିଥିବା ଯୋଗୁଁ ଅନେକ ସ୍ଥାନରେ ପାଇଫାଟି ଯାଉଛି ବୋଲି ଅନୁମାନ କରାଯାଏ, ଅପରପକ୍ଷରେ ବସୁଧା ଯୋଜନରରୁ ପାଣି ନପାଇ ଗ୍ରାମବାସୀ ମାନେ ଏନେଇ ବାରମ୍ବାର ବିଭାଗୀୟ କର୍ମଚାରୀ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଘଟଣାରୁ ପ୍ରକାଶ ଯେ ସବୁ ଗ୍ରାମରେ ବସୁଧା ଯୋଜନା କାର୍ଯ୍ଯ ପାଇଁ ଠିକାଦାରମାନଙ୍କୁ ଇ – ଟେଣ୍ଡର ଜରିଆରେ କାର୍ଯ୍ଯାଦେଶ ଦିଆଯାଇଛି। ଏଥିରେ ବୋରୱେଲ ଖନନ କରିବା ପମ୍ପ ହାଉସ ନିର୍ମାଣ କରିବା, ଓଭର ହେଡ ଟାଙ୍କି ନିର୍ମାଣ, ଟାଙ୍କି ଠାରୁ ହିତାଧିକାରୀଙ୍କ ଘର ପର୍ଯ୍ୟନ୍ତ ମାଟିତଳେ ପାଇପ ବିଛାଇଵା ପ୍ରତ୍ୟେକଙ୍କ ଘର ସାମ୍ମାରେ ଟ୍ଯାପ ଷ୍ଟାଣ୍ତ ନିର୍ମାଣ କରିବା ଇତ୍ୟାଦି କାର୍ଯ୍ଯ କରାଯାଇଥାଏ। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଥୁଆମୁଳରାମପୁର ବ୍ଳକର ଅନେକ ପଞ୍ଚାୟତରେ ଏପରି କାର୍ଯ୍ଯର ବାଟମାରଣା ହୋଇଥିବା ଅନୁମାନ କରାଯାଏ । କେଉଁଠି ଓଭର ହେଡ ଟାଙ୍କିକୁ ପାଣି ଉଠୁନାହିଁ, କେଉଁଠି ଓଭର ହେଡ ଟାଙ୍କି ନିର୍ମାଣ ଶେଷ ହୋଇଥିବାବେଳେ କେଉଁଠି ନିମ୍ନମାନର ପାଇପ ବିଛାଯାଇଥିବା ଯୋଗୁଁ ପାଇପ ଫାଟିଯାଉଛି। ପୁଣି କେଉଁଠି ଓଭର ହେଡ ଟାଙ୍କି ନିର୍ମାଣ ଓ ପାଇପ ବିଛା କାମ ଶେଷ ହୋଇଛି ହେଲେ ପାଣି ଯୋଗାଣ ହୋଇ ପାରିନାହିଁ। ସେପରି କିଛି ସ୍ଥାନରେ ଓଭର ହେଡ ଟାଙ୍କିରୁ ପାଣି ଝରୁଛି। ଏଭଳି ଅବସ୍ଥାରେ ଥିବାବେଳେ ସିନ୍ଧିପଦର ଗ୍ରାମର ନିଚେମସ୍କା, କନ୍ଦାଝିପି, ପଲସାପଡା, ପୋଈଗୁଡା ସମାପଲା ଗାଁ ମାନଙ୍କରେ ଓଭର ହେଡ ଟାଙ୍କି ନିର୍ମାଣର ୩/୪ ବର୍ଷ ଅତିକ୍ରମ କରିସାରି ତଥିପ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇ ପାରିଲାନାହି। ଏନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁନଥିବା ପ୍ରକାଶ କରିଛନ୍ତି ଉକ୍ତ ଗ୍ରାମବାସୀ। ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନା ବିଫଳ ହୋଇଯାଇଛି ବୋଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉକି ଏହି ସିନ୍ଧିପଦର ଗ୍ରାମ ପଞ୍ଚାୟତ କୁ ପୂର୍ବ ବିଜେଡି ସରକାରଙ୍କ ସମୟରେ ଆଦର୍ଶ ପଞ୍ଚାୟତ ଭାବରେ ଘୋଷଣା କରିଛନ୍ତି ମାତ୍ର ଆଦର୍ଶ ପଞ୍ଚାୟତ ଭାବରେ ପରିଚୟ ପାଇଥିବା ପଞ୍ଚାୟତର ଅବସ୍ଥା ଅତି ଶୋଚନୀୟ ହୋଇ ରହିଛି। ବସୁଧା ଯୋଜନା କାର୍ଯ୍ଯ କରିଥିବା ଠିକାଦାର ମାନେ କାହିଁକି ଏହା ଉପରେ ଗୁରୁତ୍ୱ ଦେଇ ଲୋକଙ୍କୁ ପାଣି ଯୋଗାଇ ଦେବା ପାଇଁ ତତ୍ପରତା ଦେଖାଉ ନାହାଁନ୍ତି ବରଂ ଚୂପ ରହିବା କାରଣ କଣ ହୋଇଥାଇ ପାରେ ବୋଲି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ଜଣାପଡିଛି। ତେବେ ଏବେ ଦେଖିବାକୁ ବାକି ରହିଲା ଡବଲ ଇଞ୍ଜିନ ବିଜେପି ସରକାର ଏହା ଉପରେ କିଭଳି ପଦକ୍ଷେପ ଗ୍ରହଣ କରିବେ ତାହା ଏବେ ଦେଖିବାକୁ ବାକିରହିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

ସୀମାନ୍ତ ପତ୍ରିକା ପ୍ରତିଷ୍ଠାତା ଓ ବିଶିଷ୍ଟ ବଂଶୀ ବାଦକ ପଦ୍ମ ଚରଣ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

masiha

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

masiha

Leave a Comment

error: Content is protected !!