ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

ଅନୁଷ୍ଠିତ ହେଲା ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

ଖଇରା,୧୩/ ୦୨/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସ୍ଥିତ କୁମାରମୌଦା ଓ ଡୁମା ସନାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଏବଂ ସାଂସ୍କୃତିକ ଉତ୍ସବ ଜିତେନ୍ଦ୍ର ଦାଶ ସ୍ମୃତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡୁମା ସନାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ମତ୍ତଗଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ମଣ୍ଡଳ ସଭାପତି ପତିତପାବନ କର ଓରଫ କୁନି ନନା ଯୋଗ ଦେଇଥିବା ବେଳେ ବର୍ତ୍ତନା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ମିଶ୍ର ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର କୁମାର ଦାଶ, ବିଦ୍ୟାଳୟ ପ୍ରତିଷ୍ଠାତା ଭରତ ଚନ୍ଦ୍ର ସ୍ବାଇଁ, ବିଶିଷ୍ଟ ସାହିତ୍ୟିକ ଓ ପାଲାଗାୟକ ପ୍ରଭାତ ଚନ୍ଦ୍ର ବାରିକ, ଅନ୍ତରା ସିଆରସିସି ତଥା ବିଦ୍ୟାଳୟ ଶିକ୍ଷକ ଲମ୍ବୋଦର ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ଗଣପତି ବାରିକ୍, ଏସ ଏମ ସି ସଭାପତି ରଞ୍ଜିତା ବେହେରା । ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀକୃଷ୍ଣ ପ୍ରଧାନ । ବିବରଣୀ ପାଠ କରିଥିଲେ ସସ୍ମିତା ବାଳା ଦାସ । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଜାନକୀ ଦାଶ, ଭାରତୀ ଗାହାଣ, କବିତା ମଲ୍ଲିକ, ଲିଜା ଦାସ ଓ ଅନ୍ୟ ସମସ୍ତ ସଭ୍ୟାସଭ୍ୟ । ଅତିଥି ମାନଙ୍କ ବକ୍ତବ୍ୟ ପରେ ପିଲା ମାନଙ୍କୁ କ୍ରୀଡା ପ୍ରମାଣ ପତ୍ର ପ୍ରଦାନ କରିଥିଲେ ମଞ୍ଚାସୀନ ଅତିଥି ମାନେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସୁନିଲ କୁମାର ଦାଶ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କ ନିକଟତର କରିବା ପ୍ରୟାସ 

masiha

ଏସସିବିସି ସର୍ଭେ ପାଇଁ ତାଲିମ

Sunil Chandra Nayak

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

masiha

Leave a Comment

error: Content is protected !!