ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେରଣା ତାଲିମ ଶିବିର ଉଦଯାପିତ

ପ୍ରେରଣା ତାଲିମ ଶିବିର ଉଦଯାପିତ

ଆସିକା ,୧୩/୨/୨୫ // ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସମ୍ବଳ ସଂଯୋଜକ ସୌରୀ ଶଙ୍କର ବେହେରା, ଏ ବି ଇ ଓ ସୀମାଞ୍ଚଳ ବେହେରା, ବିଭୁତି ଭୁଷଣ ପାତ୍ର ଙ୍କ ସହଯୋଗ ରେ ବରଡାବିଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରେରଣା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଭୌତିକ ପରିବେଶ ଠାରୁ ଆରମ୍ଭ କରି ଶିକ୍ଷାଦାନ ସହ ଶିକ୍ଷଣ ପ୍ରକ୍ରିୟାର ମାନ ନିର୍ଦ୍ଧାରଣ,ସଂଗଠିନିକ ପରିବେଶ ର ବିକାଶ,ଗୋଷ୍ଠୀ ସହ ସଂପୃକ୍ତ ମାନବୀୟ ପରିବେଶର ବିକାଶ ସମ୍ପର୍କରେ କର୍ମଶାଳାରେ ତାଲିମ ପ୍ରଦାନ କରାଯାଇଥିଲା। ଉକ୍ତ କର୍ମଶାଳାରେ ସି ଆର ସି ସି ଜଗନ୍ନାଥ ପଢ଼ିହାରି,ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ସହକାରୀ ଶିକ୍ଷକ ଦେବାଶିଷ ବେହେରା,ଶିକ୍ଷୟତ୍ରୀ ରଶ୍ମିତା ରାଉଳ ତାଲିମ ପ୍ରଦାନ କରିଥିଲେ। ସି ଆର ସି ସି ଅରୁଣ କୁମାର ସେଠୀ ଏଥିରେ ସଂଯୋଜନା କରିଥିବା ବେଳେ ସମସ୍ତ ସି ଆର ସି ସି ସହଯୋଗ ପ୍ରଦାନ କରିଥିଲେ। ଏଥିରେ ଅଂଶ୍ରହଣ କରିଥିବା ସମସ୍ତ ନବ ନିଯୁକ୍ତ 41 ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏଚ ପି 32 ଯିବି ମେମୋରୀ ବିଶିଷ୍ଟ ପେନ ଡ୍ରାଇଭ ପ୍ରଦାନ କରାଯାଇଥିଲା।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଭରଚୁଆଲ ମାଧ୍ୟମରେ ଉଦଘାଟନ

masiha

ପି ଆଇ କଲେଜ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!