ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୩ ଟି ବ୍ଲକରୁ ୩୯ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା

ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୩ ଟି ବ୍ଲକରୁ ୩୯ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା

ଡାବୁଗାଁ, ୧୪/୨ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ, ଝରିଗାଁ ଓ ଚନ୍ଦହାଣ୍ଡି ବ୍ଲକ ରୁ ଭୁବନେଶ୍ଵର ବରମୁଣ୍ଡା ଖେଳ ପଡିଆ ଠାରେ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଯୋଗ ଦେବା ନିମନ୍ତେ ୩ ଟି ବ୍ଲକରୁ ୩୯ ଜଣ ଜଣ ଚାଷୀ ଭୁବନେଶ୍ଵର ଅଭିମୁଖେ ଶୁକ୍ରବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି | ଡାବୁଗାଁ ବ୍ଲକ ର ମତ୍ସ୍ୟ ବିଭାଗ ର ୧୩ ଜଣ ଝରିଗାଁ ବ୍ଲକର ୧୩ ଜଣ ଓ ଚନ୍ଦହାଣ୍ଡି ବ୍ଲକ ରୁ ୧୩ ଜଣ ଲେଖାଏଁ ମୋଟ ୩୯ ଜଣ ଚାଷୀ ୧ ଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି | ବସରେ ଚାଷୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ୩ ଟି ବ୍ଲକ ର ୩ ଜଣ ନୋଡାଲ ଅଧିକାରୀ ରହିଛନ୍ତି | ଏହି ଯାତ୍ରା ସମୟରେ ଚନ୍ଦହାଣ୍ଡି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ ନାୟକ, ଡାବୁଗାଁ ବ୍ଲକ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ ଓ ଝରିଗାଁ ବ୍ଲକ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଉତ୍ତମ ଗଣ୍ଡ ପ୍ରମୁଖ ଚାଷୀ ଙ୍କ ସହିତ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବାଣୀଧାରା ଟ୍ରଷ୍ଟ ଆରମ୍ଭ କଲେ ଜହରମୁକ୍ତ ଜିଲ୍ଲାର ଅଭିଯାନ 

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ

masiha

୩ ରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର 

masiha

Leave a Comment

error: Content is protected !!