ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଚିଲା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ 

ଚିଲିଚିଲା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟରର ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକଙ୍କ ସଂଯୋଜନା କ୍ରମେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ଓ କ୍ରୀଡା ବିଭାଗ ଜିଲ୍ଲା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଗୋପୀନାଥ ମହାନନ୍ଦ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ, ସମ୍ମାନିତ ଅତିଥି ଭାବରେ ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ, ଧର୍ମଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ,ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ସମିତି ସଭ୍ୟା ପ୍ରତିନିଧି ଜୀବନ୍ତ ମାଝୀ,ସ୍କୁଲ ର ପ୍ରଧାନ ଶିକ୍ଷକ ଚକ୍ରଧର ପ୍ରଧାନ, ସମାଜସେବୀ ସତ୍ୟବାନ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ସମସ୍ତ ଅତିଥି ବୃନ୍ଦ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏଫଏଲଏନର ଚାରିଟି ଶିକ୍ଷଣ କେନ୍ଦ୍ର ବୁଲି TLM ମାଧ୍ୟମରେ ଅଭିନବ ଶିକ୍ଷା ଦାନ ପ୍ରଣାଳୀ ଦେଖିବା ସହ ପ୍ରଶଂସା କରିଥିଲେ। ଅତିଥିମାନଙ୍କ ଦ୍ୱାରା ସମସ୍ତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ଓ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା I କାର୍ଯ୍ୟକ୍ରମ ପରିଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ କାଙ୍କେରୀ ସିଆରସିସି ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ସି ଆର ସି ସି ଟିକେଶ୍ୱର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରଧାନ ଶିକ୍ଷକ ସରୋଜ ଧଙ୍ଗଡା ମାଝୀ, ଧୀରେନ୍ଦ୍ର ସୁନାନୀ ଓ ବରିଷ୍ଠ ଶିକ୍ଷକ ଆଶିଷ କୁମାର ମୁଣ୍ଡ ଓ ନରେନ୍ଦ୍ର ମାଝୀ ସମେତ ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ରସିକ ଚନ୍ଦ୍ର ବେହେରା ଓ ଯଦୁନାଥ ଜେନା

masiha

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

masiha

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

Sunil Chandra Nayak

Leave a Comment

error: Content is protected !!