ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ଃ ସୁନୀଲ ଧଙ୍ଗଡାମାଝୀ ଦେବଗିରି ମଠର ନୂତନ ଟ୍ରଷ୍ଟି

ଡ଼ଃ ସୁନୀଲ ଧଙ୍ଗଡାମାଝୀ ଦେବଗିରି ମଠର ନୂତନ ଟ୍ରଷ୍ଟି

ନର୍ଲା,୧୫/୨( ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠରେ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠିତ ହେବା ସହ ଡ଼ଃ ସୁନୀଲ କୁମାର ଧଙ୍ଗଡାମାଝୀ ଟ୍ରଷ୍ଟି ଦାଇତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼କୁ ଅନୁମୋଦନ ମିଳିଛି। ଏନେଇ ପୂର୍ବରୁ ଆସିଷ୍ଟାଣ୍ଟ ଏଣ୍ଡୋମେଣ୍ଟ କମିଶନର ବ୍ରହ୍ମପୁର, ବିଭାଗୀୟ ଇନିସପେକ୍ଟର, ନର୍ଲା ତହସିଲଦାର ପ୍ରମୁଖଙ୍କୁ ଦେବୋତ୍ତର ଆୟୁକ୍ତ ଓଡ଼ିଶା ପତ୍ର ମାଧ୍ୟମରେ ଅବଗତ କରିଥିଲେ। ଲୋକସଂସ୍କୃତି ଗବେଷକ ଡ଼ଃ ସୁନୀଲ କୁମାର ଧଙ୍ଗଡାମାଝୀ ମଠର ନୂତନ ମେନେଜିଙ୍ଗ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଥିବାବେଳେ ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସୁରେନ୍ଦ୍ର ମାଝୀ, ଡ଼ଃ ସଞ୍ଜୟ ଧଙ୍ଗଡାମାଝି, ରଜନୀ ଗଉଡ, ଲୋକନାଥ ଗଉଡ, ଭରତ ଧଙ୍ଗଡାମାଝୀ, ତପିବର ଦାସ, ବିଭିଷଣ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ ପ୍ରମୁଖ ୧୨ଜଣ ସଦସ୍ୟ ରହିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡିର ନାଗବଂଶୀ ମହାରାଜ ମାନଙ୍କ ଅମର କିର୍ତ୍ତି ଦେବଗିରି ମଠ ଦେଶ ସ୍ବାଧୀନ ହେବାପରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନରେ ରହିଲା। ପୂର୍ବରୁ ମଠରେ ଅନେକ ଟ୍ରଷ୍ଟି ନିଯୁକ୍ତ ହୋଇଥିବାବେଳେ ୨୦୦୮ ମସିହାରୁ ଏହା ଏକପ୍ରକାର ସ୍ଥାଣୁ ହୋଇ ଯାଇଥିଲା। ଏହାପରେ ଏଡଭାଇଜରି କମିଟି ଓ ପରିଚାଳନା କମିଟି ମାଧ୍ୟମରେ ମଠ ପରିଚାଳିତ ହେଉଥିଲା। ୨୦୦୨ ରୁ ୨୦୨୫ ପର୍ଯ୍ୟନ୍ତ ଡ଼ଃ ଧଙ୍ଗଡାମାଝୀ ମଠର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ଦୀର୍ଘ ବର୍ଷ ପରେ ଦେବଗିରି ମଠରେ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠିତ ହେବା ସହ ଟ୍ରଷ୍ଟି ନିଯୁକ୍ତ କରିଥିବାରୁ ବୁଢୀପଦର ଗ୍ରାମବାସୀ ଦେବୋତ୍ତର କମିଶନର ଓଡ଼ିଶା ଏବଂ ଦେବୋତ୍ତର ଇନିସପେକ୍ଟର କଳାହାଣ୍ଡି/ନୂଆପଡ଼ାଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ଦେବଗିରି ମଠର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବା ସହ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗର ସମସ୍ତ ନିତି ନିୟମକୁ ଅନୁପାଳନ କରିବି ବୋଲି ନବ ନିଯୁକ୍ତ ଟ୍ରଷ୍ଟି ପ୍ରକାଶ କରିଛନ୍ତି। 

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ଆନନ୍ଦପୁର – ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବିଷ ପାନକରି ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କଲା ପୋଲିସ୍

Sunil Chandra Nayak

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗଙ୍ଗା ପାର

Leave a Comment

error: Content is protected !!