ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋର୍ଟ ପରିସରରେ ବୃକ୍ଷ ରୋପଣ

ଚନ୍ଦାହାଣ୍ଡି(ମନିସ) ଚନ୍ଦାହାଣ୍ଡି ସଦର ସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ସୁମନ୍ତ କୁମାର କୁଣ୍ଡୁ ବିଭିନ୍ନ ପ୍ରକାର ବୃକ୍ଷ ଯୋଗାଇ ଥିବା ବେଳେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯିବା ସହ କୋର୍ଟ ଚତୁପାଶ୍ବରେ ଫୁଲ ବଗିଚା କରି କୋର୍ଟ ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ ସମସ୍ତ ଓକିଲ ମାନେ ନିଷ୍ପତ୍ତି ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ମହମ୍ମଦ ହୁସେନ,ହୀରାଧର ମାଳି, ଜୟଦେବ ଖମାରୀ, ହୁମେଶ୍ବର ହଂସ, କୋର୍ଟ କର୍ମଚାରୀ କେଦାରଗୌରୀ ପାଞ୍ଜିଆ, କେଶରୀ ମାନହୀର,ସର୍ବେଶ୍ୱର ପୁଜାରୀ,ରେଣୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

କବିତା – କବିତା ଦିବସ

Sunil Chandra Nayak

Leave a Comment

error: Content is protected !!