ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

କଲମପୁର -୨୫/୨(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ସାପ୍ତାହିକ ବଜାରରେ ଆଜି ଅଭାବନୀୟ ଘଟଣା ଘଟି ଯାଇଛି,ବିରୁଡି(ମହୁମାଛି) ଆକ୍ରମଣ ଯୋଗୁଁ ବଜାରର ଲୋକମାନେ ଛିନ୍ନଛତ୍ର ଦେଇଥିବା ବେଳେ ୧୩ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି,ମିଲିଥିବା ସୂଚନା ଅନୁସାରେ ଆଜି ମଙ୍ଗଳବାର ସକାଳୁ ବନ୍ଧକନାରେ ବସିଥାଏ ସାପ୍ତାହିକ ବଜାର,ଜନ ଗହଳି ହୋଇ ଆସୁଥିବା ବେଳେ ସେହି ସାପ୍ତାହିକ ବଜାରର ଏକ ଗଛରୁ ବିରୁଡି ସଦଳବଳେ ଧାଇଁ ଆସି ଅତର୍କିତ ଭାବେ ଆକ୍ରମଣ କରିବାରେ ଲାଗିଲେ, କିଏ କେହି ବୁଝିବା ପୁର୍ବରୁ ବିରୁଡି ଗୁଡିକ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିବାରେ ଲାଗିଲେ, ଫଳରେ ଲୋକେ ଯେ ଯୁଆଡେ ଜୀବନ ବିକଳରେ ଧାଇଁ ବାରେ ଲାଗିଲେ, ସାପ୍ତାହିକ ବଜାର କିଛି ସମୟ ମଧ୍ୟରେ ଜନଶୁନ୍ୟ ହୋଇଯାଇଥିଲା, ଆକ୍ରମଣର ଶିକାର ହୋଇଥିବା ହାରାମାଳ ଗ୍ରାମର ସୁବାସ ଚନ୍ଦ୍ର ପଣ୍ଡା,ଥୁଆମୂଳ ରାମପୁର ବ୍ଲକ ତୁମନିଖୋୱ ଗ୍ରାମର ଆୟୁ ମାଝି,କଲମପୁରର ବାଲେଶ୍ଵର ସୁନାନୀ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ବନ୍ଧକନାର ବିଚାରପତି ଚଲାନ , ତେନ୍ତୁଳିଖୁଣ୍ଟିର ଜୟ ଶଙ୍କର ଛତ୍ରିଆ,ଚୁରାଗାଁର ପ୍ରହରାଜ ରାଉତ,ଟେମରାର ମୋହନ ରାଉତ,ଆମଯୋରର ଟିକେଶ୍ଵର ରାଉତ,ପରୁଆଗୁଡାର ଦୁତି ବାହନ ପଟେଲ, ବ୍ରାହ୍ମଣ କେନ୍ଦୁଗୁଡାର ହୃଦାନନ୍ଦ ଶବର,ଝାରକୁଣ୍ଡାମାଳର କାହ୍ନୁ ଶବର, ବନ୍ଧକନାର ହିମାଂଶୁ ରାଉତ, ଟେମେରାର ଶଦାଶିବ ନାଏକ,ହାରାମାଲର ପ୍ରକାଶ ନିଆଲ , ଅଭିଷେକ ମେହେର ପ୍ରମୁଖ ବନ୍ଧକନା ସ୍ଵାସ୍ଥ୍ୟ ଉପ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି, ସୂଚନା ଯେ ଏହି ସାପ୍ତାହିକ ବଜାରରେ ପୂର୍ବରୁ ମଧ୍ୟ ଅକାଧିକ ଥର ଏଭଳି ଘଟଣା ଘଟିଥିବା ନଜିର ରହିଛି, କିନ୍ତୁ ପ୍ରତିକାର କିଛି ହେଉଥିବା ନ ଥିବାରୁ ବାରମ୍ବାର ଏଭଳି ଘଟଣାର ସାମ୍ନାକୁ ଆସିବାରେ ଲାଗିଛି।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ 

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

masiha

ରାଇରଙ୍ଗପୁର କୋର୍ଟ ପରିସରରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Leave a Comment

error: Content is protected !!