ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ  

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ  

କନ୍ଧମାଳ, ତା, ୨୫/୦୨: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପୋଖରୀବନ୍ଧ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଜାର୍ଗୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀନାଥ ଦଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସେବା ନିବୃତ ଶିକ୍ଷକ ବଂଶୀଧର ପଣ୍ଡା, ଶିକ୍ଷକ କାଶୀନାଥ ସାହୁ, ଜଗଦୀଶ ଚନ୍ଦ୍ର ବେହେରା, ସିଆରସିସି ସୁଶାନ୍ତ ମଳିକ ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମର ଉଦେଶ୍ୟ ଓ ଉପଯୋଗୀତା ସହ ଶୈକ୍ଷିକ ବିକାଶରେ ମାତା ଓ ପିଲାଙ୍କ ଭୁମିକା ସମ୍ପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ ପଦ୍ମଲୋଚନ ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l 

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

ତିନି ଗ୍ରାମର ଅଷ୍ଟପ୍ରହରୀରେ ଯୋଗଦେଲେ ବ୍ଲକ ସଭାପତି ରାଜେନ୍ଦ୍ର ଦୁରିଆ

Sunil Chandra Nayak

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!