ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

ଉନ୍ନୟନ ମୂଳକ କାର୍ଯ୍ୟରେ ୨୦ପ୍ରତିଶତ ପିସି 
ବାରମ୍ବାର ବିଡ଼ିଓ ଙ୍କୁ  ଅଭିଯୋଗ ପରେ ବି  ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ 

ବେଲପଡ଼ା..୨୫/୦୨/୨୫ // ବେଲପଡ଼ା ବ୍ଲକ କାର୍ଯ୍ୟାଳୟ ରେ ସୋମବାର ବିକଶିତ ଓଡ଼ିଶା କାର୍ଯକ୍ରମ ପାଇଁ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଯାଇଅଛି। ସଭାରେ ସରକାର ଘୋଷଣା କରିଥିବା 2025-26ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ଦ୍ବାରା ପ୍ରାୟ 3 କୋଟି ଟଙ୍କା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯଥା ପ୍ରହରୀ ମଣ୍ଡପ,ରାସ୍ତା, ଭଗବତ୍ ଟୁଙ୍ଗୀ,ପୋଖରୀ, ଗଢ଼ୁଆତୁଠ,ପୋଲ ପାଇଁ ବ୍ୟୟ ବରାଦ ପାଇଁ ପ୍ରସ୍ତାବ ହୋଇଥିଲା । ଏହି ସମୟରେ ସମିତି ସଭ୍ୟ,ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବ୍ଲକ ରେ କାହିଁକି ଉନ୍ନୟନ କାମ ଗତ ଜୁଲାଇ ରୁ ବନ୍ଦ ରହିଛି ଅହିପାଇଁ କଣ ସରକାରୀ ନିର୍ଦ୍ଦେଶ ଅଛି କି  ବୋଲି ବିଡ଼ିଓ ରାଜେଶ ମେହେର ଙ୍କୁ ପ୍ରଶ୍ନ କରିଥିଲେ ।ବ୍ଲକ ରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ଉନ୍ନୟନ କାମ ବନ୍ଦ ରହିଥିବା ବେଳେ ନୂତନ ବୈଠକ ଡାକି ଜନପ୍ରତିନିଧି ଙ୍କୁ ବିଡ଼ିଓ କି ପ୍ରକାର ପ୍ରୋତ୍ସାହନ କରୁଛନ୍ତି ବୋଲି ମତ ପ୍ରକାଶ ପାଇଥିଲା ।  ସମିତି ସଭ୍ୟ ମାନେ ବ୍ଲକ ରେ ହଉଥିବା ବିଭିନ୍ନ କାମ ରେ 5 ରୁ 20 ପ୍ରତିଶତ ପିସୀ କାରବାର ଚାଲିଥିବାର  କହି ବ୍ଲକ ରେ ପୁରୁଣା କାମ ର ବିଲ ମାନ ମିଳିନଥିବା ବେଳେ ପୁଣି କୋଟି ଟଙ୍କା ର ବିଭିନ୍ନ ଉନ୍ନୟନ କାମ ହେବାର ବାକି ଥିଲା ବେଳେ ନୂତନ କାମ କାହିଁକି ବୋଲି ହୋହାଲ୍ଲା କରିଥିଲେ ।  ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଅଧ୍ୟକ୍ଷ,ଉପାଧ୍ୟକ୍ଷ ଙ୍କୁ ନ ଜଣାଇ ମନମୁଖୀ ପ୍ରସ୍ତାବ ହୋଇଥିବାର ଅଭିଯୋଗ ହୋଇଥିଲା । ଜନପ୍ରତିନିଧି ମାନେ ପିଶି ରେ ପିଶୀ ହୋଇଯାଉଛନ୍ତି ବୋଲି କହି ସମିତି ସଭ୍ୟ ସଭ୍ୟଆ ମାନେ ଗୃହତ୍ୟାଗ କରିଥିଲେ । ଏହା ଉପରେ ବିଡ଼ିଓ ମେହେର ଙ୍କ ଫୋନ ରେ ମତାମତ ପାଈଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ

masiha

ପରିବେଶ ସୁରକ୍ଷା ପାଇଁ କନ୍ୟାକୁମାରୀ ରୁ ଭୋପାଳ ସାଇକଲ ଯାତ୍ରା

Sunil Chandra Nayak

ଝାଡଖଣ୍ଡି ହାତୀ ଆତଙ୍କ 

masiha

Leave a Comment

error: Content is protected !!