ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୈବପୀଠ ମାନଙ୍କରେ ମହା ଶିବରାତ୍ରି ପାଇଁ ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ

ଶୈବପୀଠ ମାନଙ୍କରେ ମହା ଶିବରାତ୍ରି ପାଇଁ ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ

କଲମପୁର -(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଅବସ୍ଥାପିତ ବିଭିନ୍ନ ଶୈବପୀଠ ମାନଙ୍କରେ ମହା ଶିବରାତ୍ରି ପାଇଁ ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି। ପ୍ରାତଃରୁ ଶୈବପୀଠ ମାନଙ୍କରେ ପୂଜାପାଠ ସହିତ ଭଜନ କୀର୍ତ୍ତନ ଆରମ୍ଭ ହୋଇଥିଲା।ଦେପୁର ଶୈବପୀଠ, କଲମପୁର ଶୈବପୀଠ, ପୋଟେସ ଶୈବପୀଠ,ବିରିପୁର ଶୈବପୀଠ,କର୍ମେଲ ଡଙ୍ଗରିଗୁଡା ଶୈବପୀଠ, ବଡକୁଟୃ ଶୈବପୀଠ, ପାତ୍ରବସା ଶୈବପୀଠ,ହାରାମାଲ ଶୈବପୀଠ ,ବ୍ରାହ୍ମଣ କେନ୍ଧୁଗୁଡା,ମାଠିଆ ଡଙ୍ଗରି ଶୈବପୀଠ,କସାବାହି ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଉ କେତେକ ଶୈବପୀଠରେ ଭକ୍ତ ମାନଙ୍କ ପାଇଁ ଭୋଗର ବ୍ୟବସ୍ଥା କରାଯାଇଥିବା ବେଳେ କେତେକ ସ୍ଥାନରେ ଉଜାଗର ପାଇଁ ପୂଜାପାଠ ଆୟୋଜନ ହୋଇଥିଲା। ଅନେକ ସ୍ଥାନରେ ଅଷ୍ଟ ପ୍ରହର ନାମଯଜ୍ଞ ଓ କେତେକ ସ୍ଥାନରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରଦ୍ଧାଳୁ ମାନେ ରାତ୍ର ଉଜାଗର ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ନିଜ ନିଜ ଅଧିନରେ ଥିବା ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କୁ ସହଯୋଗ କରୁଥିବା ବେଳେ ଶୃଙ୍ଖଳିତ ଭାବେ ପୂଜାପାଠ ଆୟୋଜିତ ହୋଇ ଆସୁଛି। 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଆବର୍ଜନା ମୁକ୍ତ ରାଉରକେଲା, ସମ୍ପୁର୍ଣ୍ଣ ସ୍ବଚ୍ଛ ଏନଆଇଟି ପରିସର 

masiha

ବାଲୁକା କଳାରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!