ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆତଙ୍କର ଅନ୍ତରାଳେ

ଆତଙ୍କର ଅନ୍ତରାଳେ

  ବେଣୁଧର ସୂତାର

 

ମାନବ ଜାତିର ମର୍ମ ବେଦନା

ଆହତ ଆର୍ତ୍ତନାଦ

ମିଥ୍ୟା ଆଦର୍ଶର ଭ୍ରଷ୍ଟ ସମାଜ

ବର୍ଣ୍ଣ ବୈଷମ୍ୟ ବାଦ ।।

ବିଳାସ ବାଦର ନଗ୍ନ ଚେତନା

ଅପ ସଂସ୍କୃତି ମନ

ଧ୍ବଂସ କରୁଛି ସୁସ୍ଥ ସମାଜ

ଜୀବନର ସମ୍ବିଧାନ ।।

ନୀତିର ନାମରେ ଚାଲିଛି ଧରାରେ

ବିପୁଳ ଶୋଷଣ କଳା

ବିଶ୍ୱାସର ମୂଳେ ଭରା ବିଷ ଏଠି

ବୈଶାଖି ଦହନ ଜ୍ଜାଳା ।।

ଅର୍ଥ ପିପାସୁ କ୍ଷମତା ପାଗଳ

ତକ୍ଷକ ଗୁପ୍ତ ଘାତି

ରକ୍ତ ଲୋଲୁପୀ ରାକ୍ଷସ ଦଳ

ସଂତ୍ରାସେ ଛନ୍ତି ମାତି ।।

ବିବସନା ଆଜି ଦ୍ରୌପଦୀ ଏଠି

ଧର୍ଷିତା ହୁଏ ମାଆ

ଅସତ୍ୟର ଏଇ ଅନ୍ଧାର ତଳୁ 

ସତ୍ୟ ଖୋଜୁଛି ରାହା ।।

ମାଟିଦୀପ ଠାରୁ ମହାଦ୍ବୀପ ଯାଏ

ଅଧର୍ମର ପଟ୍ଟୁଆର

ମହା ଶିଖରରୁ ମହୋଦଧି ବ୍ୟାପି

ବିଳାପର ଅନ୍ତଃସ୍ବର ।।

ମହା ପ୍ରଳୟର ଧ୍ବାନ୍ତ ପଥରେ

ସଂତ୍ରାସ ବାଦର ବୋମା

ମରଣ ଆତଙ୍କେ ମାନବବାଦଟା

ସାଜଅଛି ଆଜି କୋମା ।।

ଜାଗିଉଠ ଆରେ ସୁପ୍ତ ମାନବ

ଜାଗହେ ଦୁର୍ଜୟ ବୀର

ରାକ୍ଷସ ମାନଙ୍କ ବକ୍ଷ ବିଦାରି

ଛୁଟାଅ ରକ୍ତ ଧାର ।।

ସତେକି ଜନନୀ ତ୍ରିଶୂଳ ତୋହର

ଗର୍ଜି ଉଠିବ ପୁଣି

ଖଣ୍ଡା ଖର୍ପରେ ଦୁଷ୍ଟ ଦନୁଜେ

ଦୁର୍ବାରେ ଯିବୁ ହାଣି ।।

ସାଜ ମୃଣ୍ମୟୀ ଧ୍ବଂସ କାରିଣୀ

ଦଶ ପ୍ରହରଣ ନେଇ

ଦୁଷ୍ଟ ଆତଙ୍କ ଦର୍ପ ଦଳନେ

ଉଶ୍ବାସ କର ମହୀ ।।

ଏଧରା ବକ୍ଷରେ ସତ୍ୟ ଧର୍ମର

ହେଉ ପୁଣ୍ୟ ସୂର୍ଯ୍ୟୋଦୟ

ଦୁଃସ୍ଥ ହୃଦୟ ପ୍ରତିଟି ସ୍ପନ୍ଦନେ

ଫୁଟିଉଠୁ ବରାଭୟ ।।

ବିଶ୍ବ ମାନସ ବିଶ୍ୱାସର ବିଶ୍ବ

ଆଲୋକରେ କରୁ ସ୍ନାନ

କୋଟିକଣ୍ଠରେ ଜନନୀଲୋ ତୋର

ଶୁଭୁଥିବ ଜୟଗାନ ।।

କେଶଦୁରାପାଳ
କେନ୍ଦୁଝର 

 

Related posts

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

Sunil Chandra Nayak

ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା, ସରପଞ୍ଚଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!