ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକରୁ ପଡି ଯୁବକ ମୃତ 

ବାଇକରୁ ପଡି ଯୁବକ ମୃତ 

ଜୁନାଗଡ଼,୧/୩(ମ ନି ସ)କଳାହାଣ୍ଡି ଜୁନାଗଡ଼ ଥାନା ଚଂଚରାଭାଡ଼ି ଶିବମନ୍ଦିର ନିକଟ ରେ ବାଇକ ରୁ ପଡି ଜଣେ ଯୁବକ ଙ୍କ ମୃତ୍ୟୁହୋଇଥିବା ଜଣାପଡିଛି। । ମୃତ ଯୁବକ ଜୁନାଗଡ଼ ଥାନା ଅନ୍ତର୍ଗତ ଡୁମେରବାହାଲ ଗ୍ରାମ ର ଡମ୍ବରୁଧର ମାଝୀ(୪୦) ହୋଇଥିବା ଜଣା ପଡ଼ିଛି ।ମୃତ ଯୁବକ କୌଣସି କାମରେ ନିଜ ଗ୍ରାମରୁ ଜୁନାଗଡ଼ ଅଭିମୁଖେ ଆସୁଥିବା ବେଳେ ସ୍ଥାନୀୟ ଚଂଚରାଭାଡ଼ି ଶିବ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି।ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ହୋଇ ବାଇକ ଓ ଶବକୁ ଜବତ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କୋଣସି ଅଜଣା ଗାଡି ଧକ୍କା ରେ ଗାଡିରୁ ପଡି ମୃତ୍ୟୁ ଘଟିଥିବା ସନ୍ଦେଶ ହେଉଥିବା ଜଣା ଯାଇଛି। ପୋଲି ସ ତଦନ୍ତ ଚଳାଇଥିବା ପ୍ରକାଶ କରିଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ସୁଗୋ ପଞ୍ଚାୟତର ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟାଙ୍କ ପରଲୋକ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!