ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନାରେ ଯୋଗଦାନ କଲେ ନୂଆ ଥାନା ଅଧିକାରୀ 

ଡାବୁଗାଁ ଥାନାରେ ଯୋଗଦାନ କଲେ ନୂଆ ଥାନା ଅଧିକାରୀ 

ନବରଙ୍ଗପୁର:(୧|୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ପୂର୍ବରୁ ସୁନୀଲ କୁମାର ପ୍ରଧାନ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ବଦଳି ହୋଇଥିଲା l ଡାବୁଗାଁ ଥାନା ସବ ଇନ୍ସପେକ୍ଟର ବିଜୁରାମ ବାଗ ଥାନା ରେ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ l କିଛିଦିନ ପରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ବଦଳି ହୋଇ ଡାବୁଗାଁ ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଇଛନ୍ତି l ତାଙ୍କର ଯୋଗଦାନ ରେ ଥାନାରେ ଖୁସିର ଜୁଆର ଖେଳି ଯାଇଛି l ସମସ୍ତ ଙ୍କ ସହଯୋଗ ରହିଲେ ଥାନା ରେ ଆସୁଥିବା ଅଭିଯୋଗ ଅଚିରେ ସମାଧାନ ହୋଇ ଜନସାଧାରଣ ଉଚିତ୍ ନ୍ୟାୟ ପାଇ ପାରିବେ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ଆଗୁପାତ୍ର ସୂଚନା ଦେଇଛନ୍ତି l

( ମ ନି ସ )

Related posts

ନଦୀ ରେ ବୁଡି ୨ବର୍ଷ ର ଶିଶୁ ମୃତ

Sunil Chandra Nayak

ମୁସ୍କୁଟି ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ  ବ୍ୟାଙ୍କ୍ ସେବା

masiha

ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପରିପ୍ରେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ପାଳିତ

masiha

Leave a Comment

error: Content is protected !!