ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

ଜୁନାଗଡ଼ ୪/୩ ( ମନୀସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଂଚାୟତର ପୁରୁଣା ସର ଗ୍ରାମ ସ୍ଥିତ ଖଳିଆ ପଡ଼ା କୁ ରାସ୍ତା ନାହିଁ ।ଯାହା ଫଳରେ ଏବେ ଖଳିଆ ପଡ଼ା ବାସୀ ଘୋର ଅସୁବିଧାରେ ପଡି ଛନ୍ତି ।ପ୍ରକାଶ ଥାଉକି ଜୁନାଗଡ଼ କଲମପୁର ମୁଖ୍ୟ ଖଳିଆ ପଡ଼ା ପିପିଡବ୍ଲୁଡି ରାସ୍ତାରୁ ଖଳିଆ ପଡ଼ା ରାସ୍ତା ମାତ୍ର ୧ କିମି ଦୁର ଅଟେ ।ଏହି ୧ କିମି ରାସ୍ତାରୁ ପ୍ରୟା ୧୦୦ ମିଟର ରାସ୍ତା ଜଣେ ମହାଜନ ର ଜାଗା ବୋଲି ଚିହ୍ନଟ କରାଯାଇଛି ।ଯାହା ଫଳରେ ଦୀର୍ଘ ବର୍ଷ ହେବ ଏହି ୧୦୦ ମିଟର ରାସ୍ତା ମରାମତି ନ ହୋଇ ପଡି ରହିଛି ।ମହାଜନ ଜାଗା ହୋଇଥିବାରୁ ରାସ୍ତା କାମ ଅଟକି ଯାଇଛି ।ଯାହା ଫଳରେ ଖଳିଆ ପଡ଼ା ବାସି ଏବେ ଚିନ୍ତାରେ ରହିଛନ୍ତି ।ରାସ୍ତା ସମସ୍ୟା ଥିବାରୁ ସେମାନେ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ହେଉଛନ୍ତି ।ଏପରିକି ଗର୍ଭବତୀ ମହିଳା କିମ୍ଭା ବୃଦ୍ଧ ବୃଦ୍ଧା ମାନଙ୍କୁ ଏହି ରାସ୍ତା ଦେଇ ଯିବା ଆସିବା କରି ହେଉ ନାହିଁ ।ରାସ୍ତା ମରାମତି ନ ହେବାରୁ ରାସ୍ତାରେ ବଡ଼ ବଡ଼ ମେଟାଲ ଗୁଡିକ ଉପରକୁ ଉଠିଯାଇ ଖାଲ ଢ଼ିପ ହୋଇଛି । ଏହି ଖଳିଆ ପଡ଼ା ବାସି ଏବେ କେଉଁ ରାସ୍ତା ଦେଇ ଯିବା ଆସିବା କରିବେ ଏବେ ଚିନ୍ତାର ବିଷୟ ପାଲଟିଛି । ଶୁଣିବାକୁ ମିଳୁଛି ମହାଜନ ଜାଗାକୁ ଲାଗି ସରକାରୀ ରାସ୍ତା ରହିଛି ।ହେଲେ ଏହି ରାସ୍ତାର ଚିହ୍ନଟ ପ୍ରକ୍ରିୟା କରାଯାଇ ନାହିଁ ।ରାସ୍ତା ଚିହ୍ନଟ ହେଲେ ଏ ନ ଆର ଇଜି ଏ ସ ମାଧ୍ୟମରେ ମାଟି କାମ କରି ରାସ୍ତା ନିର୍ମାଣ ପଞ୍ଚାୟତ ସ୍ତରରେ କରାଯାଇ ପାରନ୍ତା ।ମାତ୍ର ଏଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ମଧ୍ୟ ନୀରବ ରହିବା ଯୋଗୁ ଖଳିଆ ପଡ଼ା ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଖଳିଆ ପଡ଼ାରେ ୫୦ ରୁ ଉର୍ଦ୍ଧ ପରିବାର ଲୋକେ ବସ ବାସ କରୁଛନ୍ତି ।ନୀତି ଏହି ରାସ୍ତା ଦେଇ ସ୍କୁଲ ,କଲେଜ ଏବଂ ଜୁନାଗଡ଼ କୁ ଯିବା ଆସିବା କରୁଛନ୍ତି ।ଏଣୁ ରାସ୍ତାର ଚିହ୍ନଟ କରି ଏହି ପଡ଼ା ବାସୀଙ୍କୁ ଏକ ସ୍ଥାୟୀ ରାସ୍ତାର ସୁବିଧା ସୁଯୋଗ କରିବା ପାଇଁ ଗ୍ରାମର ୟସ ପାଳ ପଣ୍ଡା ,ବାଲ୍ମୀକି ନ।ଏକ ,ବୈକୁଣ୍ଠ ନନ୍ଦ ତଥା ଖଳିଆ ପଡ଼ା ବାସି ଦୃଢ଼ ଦାବି କରିଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ରୁପ୍ରାଠାରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

masiha

Leave a Comment

error: Content is protected !!