ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

ଖଇରା,୦୪/୩/୨୫) – ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅସୁରିଆ ଗାଁ ବିଲ ମଝିରେ ଥିବା ଏକ ଆମ୍ବ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତ ଯୁବକଙ୍କ ଘର ଡଗରପଡା ପଞ୍ଚାୟତ ଓଗାଳପୁର ଗାଁର ୪୯ ବର୍ଷୀୟ ମନୋରଞ୍ଜନ ବେହେରା । ସେ ଗତ ଶନିବାର ସକାଳୁ ବ୍ୟାଙ୍କ କାମରେ ତୁଡିଗଡ଼ିଆ ବଜାରକୁ ଆସି ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକେ ଏନେଇ ଖଇରା ଥାନାରେ ଅଭିଯୋଗ କରି ବିଭିନ୍ନ ସୋସିଆଲ ମିଡ଼ିଆରେ ଫଟୋ ସହିତ ପ୍ରଚାର କରିଥିଲେ । କିନ୍ତୁ ମନୋରଞ୍ଜନଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ହଠାତ୍ ଅସୁରିଆ ଗାଁ ବିଲ ମଝିରେ ଥିବା ଏକ ଆମ୍ବ ଗଛରେ ମନୋରଞ୍ଜନଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକମାନେ ଦେଖି ଖଇରା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଜବଦ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପରିବାର ଓ ଦେଖଣାହାରୀ ଭରସାରେ ଅଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଡାମତଳିଆ ଲ୍ଯାମ୍ପରେ ୭୦ ତମ ଲ୍ଯାମ୍ପ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

masiha

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ନରେନ୍ଦ୍ର ମୋଦୀ ସେବା ସଂକଳ୍ପ ତରଫରୁ ପ୍ରସାଦ ବିତରଣ

Sunil Chandra Nayak

Leave a Comment

error: Content is protected !!