ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ 

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ 

ଡାବୁଗାଁ,୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ବିଜୁ ଜନତା ଦଳ ତରଫରୁ ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିସରରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସଭାପତିତ୍ଵରେ ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ବରିଷ୍ଠ ବିଜେଡି ନେତା ଏମ୍. ଆପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ପୂର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ, ଆର୍ ପ୍ରକାଶ ରାଓ, ଟି. ଯୁଗୁନୁ ବାବୁ, ଶିବ ପ୍ରସାଦ ମିଶ୍ର, ଗେଦୁ ପଟ୍ଟନାୟକ, ରମେଶ ପଟ୍ଟନାୟକ, ବବୁଲ ତ୍ରିପାଠୀ,ଏମ୍. ବାସୀ ରାଓ, ପୂର୍ବତନ ସରପଞ୍ଚ ପି. ସୁବୁଦ୍ଧି ରାଓ, ବିକ୍ରମ ଗୌଡ, ପାପନା ରେଲି, ଜଗନ୍ନାଥ ରେଲି, କାଳିଆ ପଣ୍ଡା ପ୍ରମୂଖ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଜୟ ଜୟକାର ଧ୍ୱନି ରେ ପରିବେଶ କୁ ପ୍ରକମ୍ପିତ କରି ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୫୧ ନମ୍ୱର ୱାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ 

masiha

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

କର୍ଲାମୁଣ୍ଡା ବିଜେଡ଼ି ସଭାପତି ହେଲେ ଯଶୋବନ୍ତ ସାହୁ

Sunil Chandra Nayak

Leave a Comment

error: Content is protected !!