ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

ରାଉରକେଲା: ୬/୩/୨୫ : କାଲି ବିଳମ୍ବିତ ରାତିରେ ଉପଜିଲ୍ଲାୁପାଳ ପାନପୋଷ ବିଜୟ ନାୟକଙ୍କ ନେତୃତ୍ୱରେ ପାନପୋଷ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କାର୍ଡ  ଉପଖଣ୍ଡର ୪ଟି ବାଲିଘାଟରେ ଚଢାଉ କରି ବେଆଇନ  ଚୋରି ଚାଲାଣରେ  ୩ଟି ବାଲି ରେ ଭର୍ତ୍ତି ଟ୍ରକ କୁ ଜବତ କରିିଛି l  

ମିଳିଥିବା ସୂଚନା ଅନୁସାରେ ରାତି ୧୧.୩୦ ରୁ  ୧୨.୩୦ ଘଟିକାରେ ମଧ୍ୟରେ   ଉପଖଣ୍ଡ ର  ତୁମକେଲା ବାଲିଘାଟ, ବିଜୁବନ୍ଧ, ତାରକେରା ବାଲିଘାଟ ଓ ଅଟାଘାଟ ରେ ସ୍କାର୍ଡ ଦ୍ବାରା ଚଢାଉ କରାଯାଇଥିଲା l  ଚଢାଉ ସମୟରେ ଅଟାଘାଟ ଅଂଚଳରେ ବାଲିରେ ଭରା ଥବା ୩ ଗୋଟି ଟ୍ରକ ଜବତ କରି ଲାଠକଟ ଥାନl ରେ ରଖାଯାଇଛି l ଗାଡି ନମ୍ବର   OR 14 R 6786 ରୁ ୭.୭୯୨ କ୍ୟୁବିକ ମି.ବାଲି ,  OR 14 P 0465ରୁ ୮.୭୭୬ କ୍ୟୁବିକ ମି.ଓ OR 14 W 2784 ରୁ ୮.୬୧୨ କ୍ୟୁବିକ ମି.  ବାଲି ଜବତ କରାଯାଇଛି l  

ଏହି ସ୍କାର୍ଡ ରେ ଡେପୁଟି ଡାଇରେକ୍ଟର ମାଇନିଂ ବିମ୍ବାଧର ସେଠୀ , ତହସିଲଦାର ନିବେଦିତା ପ୍ରଧାନ , ଏସଡିପିଓ ପାନପୋଷ ଅମ୍ବିତ ମହାନ୍ତି, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ଓ ଅମୁଲ୍ୟ ରତନ ସାହୁ , ଉକ୍ତ ଅଂଚଳର ଥାନାଧିକାରୀ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

MINERAL SMUGGLING AND ILLEGAL QUARRYING ON THE RISE IN RAYAGADA*

masiha

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ମାମଲା… ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍

masiha

ତିନିଜଣ ଜନ୍ତୁ ଶିକାରୀଙ୍କୁ ଜଙ୍ଗଲ ରୁ ଗିରଫ କଲା ହିନ୍ଦୋଳ ବନ ବିଭାଗ

Sunil Chandra Nayak

Leave a Comment

error: Content is protected !!