ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ପାଳିତ 

ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ପାଳିତ 

ରାୟଗଡା :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ନିପୁଣ ଓଡିଶା ମେଳା 7 .3.25 ତାରିଖ ଦିବା 10 ଘଂଟିକା ସମୟରେ ଉଦଘାଟିତ ହୋଇଯାଇଅଛି ଏହି ମେଳା କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଡାଏଟ ପ୍ରିନ୍ସପାଲ୍ ଶ୍ରୀଯୁକ୍ତ ଜଗନ୍ନାଥ ମେହେର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ନାହାକ ମଞ୍ଚାସିନ ହୋଇଥିଲେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝି ରାୟଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ଦାସ ପିରାମଲ ଭିତ୍ତିପ୍ରସ୍ତର ର ଜିଲ୍ଲା ପ୍ରତିନିଧି ଶ୍ରୀ କେଶବ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ଭୋଇ ମଞ୍ଚାସିନ ହୋଇଥିଲେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଏହି ମେଳା କୁ ସଂଯୋଜନା କରିଥିଲେ ।

ଏହି ମେଳା ର ଆବଶ୍ୟକ କଣ କାହାପାଇଁ ତାହା ଶ୍ରୀ ମେହେର ସାର ବୁଝାଇଥିଲେ ପ୍ରଥମ ଦ୍ଵିତୀୟ ତୃତୀୟ ଶ୍ରେଣୀ ରେ ପଢ଼ୁଥିବା ପିଲା ମାନଙ୍କୁ ଖେଳ ମାଧ୍ୟମରେ ପଢ଼ାଇବା ସ୍ଥାନୀୟ ଭାଷାରେ ବୁଝାଇବା ଅଜା ଆଇ ମାନଙ୍କ ଗପ କହିବା ଯାହାଦ୍ୱାରା ପିଲା ନିଜ ଅଞ୍ଚଳର ଅନେକ ପୁରୁଣା ଇତିହାସ ବିଷୟରେ ଜାଣିପାରିବେ ।

ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଙ୍କ ଭାଷଣରେ ପାଠ ସହ ସାଠ ବିଷୟରେ ନିଜର ପିଲାଦିନର କିଛି ମୁହୂର୍ତ୍ତ କୁ ସମସ୍ତଙ୍କ ସହ ବାଣ୍ଟିଥିଲେ କିଭଳି ପାଠ ପଢିନଥିବା ନିଜ ସାଙ୍ଗ ପାଖରୁ ଟଙ୍କା ପଇସା ର ହିସାବ ସହ ତରଳ ଜିନିଷ ର ମାପ ଉପରେ ଜାଣିଥିଲେ ତାହା ପ୍ରକାଶ କରିବା ସହ ଜଣେ ଶିକ୍ଷକ ଙ୍କ ବିଦ୍ୟାଳୟ ରେ ପାଠ ପଢା ସହ ସେହି ଗାଁ ର ଲୋକଙ୍କ ସହ ସମ୍ପର୍କ ସୁଦୃଢ଼ ରହିବ ଆବଶ୍ୟକ ଏବଂ ସେମନସ୍ଙ୍କ ଦୁଃଖ ସୁଖ ରେ ଭାଗିଦାରୀ ହେବାପାଇଁ କହିଥିଲେ ।    କିଭଳି ଭାବେ ଛୋଟ ଛୋଟ ପିଲାଙ୍କ ନିକଟତର ହେବେ ତାହା ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ ଆଜିର ଏହି ମେଳା ମାଧ୍ୟମରେ ଯେଉଁ. ଟି ଏଲ ଏମ ଦ୍ୱାରା ଛୋଟ ଛୋଟ ପିଲା ଙ୍କ ପାଠ ପଢା ପ୍ରତି ଆଗ୍ରହ ଆସିବ ସେହିଗୁଡିକ ବିଦ୍ୟାଳୟ ରେ ବହୁତ ପରିମାଣରେ ରହିବା ଉଚିତ ଏବଂ ତାହାର ଉଚିତ ବ୍ୟବହାର ହେବା ପାଇଁ ପରାମର୍ଶ ଦେଇଥିଲେ ।

11ଗୋଟି ବ୍ଲକ ରୁ 33ଗୋଟି ପ୍ରକଳ୍ପ ଏହି ମେଳା ରେ ସ୍ଥାନ ପାଈଥିଲା ଏହି ପ୍ରକଳ୍ପ ଗୁଡିକୁ ବୁଲି ସମସ୍ତ ଅତିଥି ବୁଲି ଦେଖିଥିଲେ ଏବଂ କୁନି କୁନି ପିଲାଙ୍କ ଦ୍ୱାରା ବ୍ୟାଖ୍ୟା ଶୁଣି ସମସ୍ତ ଅତିଥି ବହୁତ ଖୁସି ପ୍ରକଟ କରିଥିଲେ ଏବଂ ଶେଷରେ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କଅଁର ଦ୍ୱାରା ପ୍ରମାଣପତ୍ର ଦିଆଯାଇଥିଲା ।ଏହି ମେଳା କୁ ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ ପରିଚାଳନା କରିଥିଲେ ରାୟଗଡ଼ ବ୍ଲକ ର ସମସ୍ତ ସି ଆର ସି ସି ସହ ବରିଷ୍ଟ ଶିକ୍ଷକ ସୁରେଶ ପଟନାୟକ ଓ ନରେଶ ସିଂ ସହଯୋଗ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅନୁଷ୍ଠିତ ହେଲା ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ 

Sunil Chandra Nayak

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ରେଳ ମଣ୍ଡଳ ନିମନ୍ତେ ଶିଳାନ୍ୟାସ 

masiha

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

Sunil Chandra Nayak

Leave a Comment

error: Content is protected !!