ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଶାମୁକା ସ୍ମତିରେ

ଶାମୁକା ସ୍ମତିରେ

ସମର୍ପି ଦେଇଛି ଶାମୁକା ସ୍ମୃତିରେ

      ଶଙ୍ଖର ସ୍ୱପ୍ନ ଆଜି

ଆରବ୍ୟ ରାତ୍ରୀର ପ୍ରଣୟ ପ୍ରାସାଦେ

      ମୋ ପ୍ରିୟା ଯାଇଛି ହଜି l

ରାକା ରଜନୀର ରାଜହଂସୀ ସିଏ

      ଶତରୂପା ମଧୁମତି

ଓଢଣା ନଟାଣି ଓଠରେ ଫୁଟାଏ

      ମୋନାଲିସା ପ୍ରତିକୃତି ।

ସବୁ ଦୁଃଖକୁ ମୁଁ ହଜେଇ ଦେଇଛି

  ମନ ବିଜ୍ଞାନର ପଥେ

ଦୋସରା ଦିନର ସୁଖ ଆମର

   ଯାଉଁଳି କବାଟେ ଦିଶେ ।

ସରି ଆସେ କଥା ପ୍ରୀତି ହେମଲତା

    ଏଇମିତି ହସୁଥାଉ

ମାଳମାଳ ମଧୁ ମାଳତୀ ବାସ୍ନାରେ

    ମହମହ ବାସୁଆଉ ।

କଳକଳ ତାର କୁଆଁରୀ କଣ୍ଠ

   ଛଳଛଳ ତାର ଛଇ

ଅଧା ଦେଖା ମୋର ସ୍ୱପ୍ନରେ ରହିଛି

   ତା ଚୋରା ଚୁମ୍ବନ ଛାଇ ।

କାଙ୍ଗାଳୀଚରଣ ସେଠୀ

    ଯାଜପୁର

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମାଟି ମଟାଳର ମଣିଷ

Sunil Chandra Nayak

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

Leave a Comment

error: Content is protected !!