ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

ଭବାନୀପାଟଣା, ୬/୩ ( ମ ନି ସ)- ସ୍ଥାନୀୟ ସହର ସମୀପବର୍ତ୍ତୀ କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରଥମ ଗ୍ରାଜୁଏସନ୍ ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଶୁଭ୍ରାଂଶୁ ଶେଖର ଦାଶ ଅଧ୍ୟକ୍ଷତା କରିଥିଲା ବେଳେ ବୁର୍ଲା ଡିନ୍ ପ୍ରଫେସର ଡ.ସିଦ୍ଧାର୍ଥ ପଣ୍ଡା, ଜିଇସିକେ, ଭବାନୀପାଟଣାର ପ୍ରଫେସର ଗୋପାଳ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସିଭିଲ୍ ଇଞ୍ଜିନିୟରିଂରେ ଟପର୍ ହୋଇଥିବା ଛାତ୍ର ଅର୍ଦ୍ଧେନ୍ଦୁ ମହନ୍ତ,କମ୍ପ୍ୟୁଟର ସାଇନ୍ସରେ ଟପର୍ ହୋଇଥିବା ସୌମ୍ୟରଞ୍ଜନ ନାୟକ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଟପର୍ ହୋଇଥିବା ସ୍ୱସ୍ତିକ ଗୌରବ ସାହୁ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ରେ ଟପର୍ ହୋଇଥିବା ଗୋପଳ ବଲ୍ଲଭ ଦାସଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା ବେଳେ ୨୦୨୪ ବର୍ଷରେ ଗ୍ରାଜୁଏସନ୍ ପାଶ୍ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଶେଷରେ ପ୍ରଫେସର ଜୟନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆଇସି ଆଲୁମିନି ଅଧ୍ୟାପିକା ଡ. ଏସ୍. ପ୍ରିୟା, ପ୍ରଫେସର କିଶୋର ଚନ୍ଦ୍ର ପଣ୍ଡା, ପ୍ରଫେସର ଚିତ୍ତରଞ୍ଜନ ଦାସ,ଡ.ବସନ୍ତ ସ୍ୱାଇଁ,ଡ. ଲକ୍ଷ୍ମୀ ପ୍ରସାଦ ପଣ୍ଡା, ରମେଶ ଚନ୍ଦ୍ର ମହାପାତ୍ର, ଦେବପ୍ରସାଦ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

( ମ ନି ସ ) 

Related posts

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

୧୩ ବର୍ଷର ସେବା ପରେ ଆଡ୍ ହକ ଅଧ୍ୟାପକଙ୍କ ଭବିଷ୍ୟତ ଅନିଶ୍ଚିତ ବେତନ ବୈଷମ୍ୟ, ସ୍ଥାୟୀ ନିଯୁକ୍ତି ଓ ଛଟେଇକୁ ନେଇ ବଢ଼ୁଛି ଅସନ୍ତୋଷ; ସମାଧାନ ନ ମିଳିଲେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଚେତାବନୀ

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!