ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷ ହେଲା ଭବାନୀପାଟଣା ବ୍ଲକର କର୍ଲାପଡା ଠାରେ କ୍ଲଷ୍ଟରସ୍ତରୀୟ ଟିଏଲ୍ଏମ୍ ମେଳା

ଶେଷ ହେଲା ଭବାନୀପାଟଣା ବ୍ଲକର କର୍ଲାପଡା ଠାରେ କ୍ଲଷ୍ଟରସ୍ତରୀୟ ଟିଏଲ୍ଏମ୍ ମେଳା

 ପ୍ରଦର୍ଶିତ ହେଲା ୧୦୦ରୁ ଉର୍ଦ୍ଧ୍ବ ଶିକ୍ଷଣ ସାମଗ୍ରୀ

ଭବାନୀପାଟଣା- ଏଠାରୁ ପ୍ରାୟ ୨୦ କି.ମି. ଦୂରବର୍ତ୍ତୀ ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କର୍ଲାପଡା ଠାରେ କ୍ଲଷ୍ଟର ସ୍ତରୀୟ ଟିଏଲ୍ ଏମ୍ ମେଳାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହ ଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ । କର୍ଲାପଡା କ୍ଳଷ୍ଟର ସଂଯୋଜକ ପ୍ରଦ୍ୟୁମ୍ନ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାଟି,କାଠି, କାର୍ଡଆଦି ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ଶିକ୍ଷଣ ସାମଗ୍ରୀକୁ ଅତ୍ୟନ୍ତ ଚିତ୍ତାକର୍ଷକ ତଥା ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିଥିଲେ । ଶିକ୍ଷାଦାନ ଓ ଶିକ୍ଷାଗ୍ରହଣରେ ସହାୟକ ହେଉଥିବା ଏଇଭଳି ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସାମଗ୍ରୀ ଏହି ମେଳାରେ ପ୍ରଦର୍ଶିତ ହୋଇଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଜଗନ୍ନାଥ ଦାଶ,କାଳୀ ପ୍ରସାଦ ରଥ,ଶୁକ୍ରୁ ଜାନି, କ୍ଷେତ୍ରୀ କୁମାର ରାଉତ,ସୁଶାନ୍ତ କୁମାର ପ୍ରଧାନ, ସରୋଜ ମିଶ୍ର ଏବଂ ସିଆରସିସି ପ୍ରଦ୍ୟୁମ୍ନ କୁମାର ହୋତା ପ୍ରମୁଖ ପ୍ରଦର୍ଶିତ ସାମଗ୍ରୀ ଗୁଡିକ ପର୍ଯ୍ୟବେକ୍ଷଣ କରିଥିଲେ ଓ ଶିକ୍ଷଣ ସାମଗ୍ରୀ ଗୁଡିକ ଯଥେଷ୍ଟ ଉପାଦେୟ ତଥା ଉଚ୍ଚକୋଟୀର ବୋଲି ମତ ପ୍ରକାଶ କରିବା ସହ ଏ ସବୁକୁ ପ୍ରସ୍ତୁତ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିଷ୍ଠା ଓ ଚେଷ୍ଟାର ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ସିଆରସିସି ଶ୍ରୀ ହୋତା କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଶୋଭାରାଣୀ ନାୟକ,କସ୍ତୁରୀ ଚାଲାଣ, ମୃତ୍ୟୁଞ୍ଜୟ ପ୍ରଧାନ, ବିକାଶ ଗଡତିୟା, ସଂଯୁକ୍ତା ଖିଲାର, ସୁଜାତା ବାରିକ୍, ନିରୂପମା ଦୁର୍ଗା, ତୃଷ୍ଣା ଦାଶ, ସରସ୍ଵତୀ ସାହୁ, ବିଶେଶ୍ୱରୀ ଦାଶ, ରଶ୍ମିତା ପତି, ଉଦ୍ଧବ ଜାନି, କାଳନ୍ଦ୍ରି ସ୍ୱାଇଁ ପ୍ରମୁଖ କର୍ଲାପଡା କ୍ଲଷ୍ଟରର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ଭାବେ ସହଯୋଗ କରିଥିଲେ। 

( ମ ନି ସ ) 

Related posts

ମାଁ ମାଣିକେଶ୍ବରୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ଯରେ ଲୋକେ ଶ୍ରମଦାନ କଲେ

Sunil Chandra Nayak

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

ବିଷମ କଟକ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!