ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରଏମସି ତରଫରୁ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରଏମସି ତରଫରୁ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

ରାଉରକେଲା, ୮ ମାର୍ଚ୍ଚ ୨୦୨୫: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ବଡ଼ାଖାନାର ଆୟୋଜନ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଦେବା ପୂର୍ବକ ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପରେ ଏହି ବଡ଼ାଖାନାର ଆୟୋଜନ କରାଯାଇଥିଲା। ଏଥିରେ ସେମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ। ରାଉରକେଲାକୁ ଏକ ସ୍ଵଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଅବଦାନ ଗ୍ରହଣ କରୁଥିବା ସଫେଇ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସହରକୁ ସ୍ଵଚ୍ଛ ରଖିବା ଦାୟିତ୍ଵ କେବଳ ଯେ ସଫେଇ କର୍ମଚାରୀଙ୍କ ଉପରେ ନ୍ୟସ୍ତ ତାହା ନୁହେଁ ବରଂ ସମସ୍ତ ନାଗରିକ ଏହି କ୍ଷେତ୍ରରେ ଯତ୍ନବାନ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥିମାନେ ମତ ଦେଇଥିଲେ। ଏଥିସହ ସ୍ଵଚ୍ଛ ସର୍ବେକ୍ଷଣ-୨୦୨୪ ରେ ରାଉରକେଲା ସହରକୁ ଅଧିକରୁ ଅଧିକ ମତ ଦେଇ ଯଦି ଆମେ ଜିତାଇ ପାରିବା, ତେବେ ତାହା ସଫେଇ କର୍ମଚାରୀଙ୍କ ନିମନ୍ତେ ସର୍ବଶ୍ରେଷ୍ଠ ପୁରସ୍କାର ହେବ ବୋଲି ଅତିଥିମାନେ କହିଥିଲେ। 

ଏହି ଅବସରରେ ରାଉରକେଲା ସହରର ପରିମଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହିଳା କର୍ମଚାରୀମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଦିନ ଝାଡୁ ସାହାଯ୍ୟରେ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ଵରେ ଥିବା ଝାଡୁଦାରଙ୍କ ସହ ସ୍ଵଚ୍ଛସାଥୀ, ସର୍ବସାଧାରଣ ଶୌଚାଳୟ ସଫେଇ କାର୍ଯ୍ୟରେ ନିୟୋଜିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସ୍ତୁ ପୁନଃଲାଭ କେନ୍ଦ୍ର ଏବଂ ମଳ ପରିଚାଳନା କେନ୍ଦ୍ର ଦାୟିତ୍ଵରେ ଥିବା ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। 

ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାୟକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରତି ଶୁକ୍ରବାର ହସ୍ତତନ୍ତ ବସ୍ତ୍ର ପରିଧାନ 

masiha

Leave a Comment

error: Content is protected !!