ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା: ନାରୀ ମାନେ ଅସୀମ ଶକ୍ତିର ଅଧିକାରୀ। ଏହି ଶକ୍ତିର ସଦୁପଯୋଗ କରିପାରିଲେ ସଂସାର ସ୍ଵର୍ଗରେ ପରିଣତ ହୋଇ ପାରିବ। ଭାରତୀୟ ପରମ୍ପରାରେ ନାରୀ ଶକ୍ତିକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି। ଆଜିର ନାରୀ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ପୁରୁଷ ସହ ସମାନତା ପ୍ରତିପାଦିତ କରିପାରିଛି। ମହିଳା ଦିବସ କେବଳ ଗୋଟିଏ ଦିନ ନୁହେଁ ଏହା ସବୁଦିନ ମହତ୍ଵ ବହନ କରେ। ଗୋପବନ୍ଧୁ ପାଠାଗାର ଏବଂ ଉତ୍କଳ ସ୍ନେହୀ ମହିଳା ସମିତିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ରହ୍ମକୁମାରୀ ଭଉଣୀ ଶ୍ୱେତପଦ୍ମା ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ। ମହିଳା ସମିତିର ସଭାପତି ସଭାପତି ସବିତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାକୁ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ଏବଂ ଧୂପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ମହିଳା ସମିତିର ସଦସ୍ୟା ସୁପ୍ରିୟା ମହାନ୍ତି, ନନ୍ଦିତା ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ରଶ୍ମିତା ସାହୁ ଏବଂ ମଞ୍ଜୁବାଳା ମହାପାତ୍ର ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ପାଠାଗାର ସଭାପତି ନବଘନ ସାହୁ ସ୍ବାଗତ ଅଭିଭାଷଣ ସହ ଏପରି କାର୍ଯ୍ୟକ୍ରମ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି କହିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ କର୍ମୀ ଆଇଲିନ୍ ତିଗ୍ଗା ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମଞ୍ଜୁବାଳା ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ସବିତା ସାହୁ ମହିଳା ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ସମିତିର ସଦସ୍ୟା ସାବିତ୍ରୀ ଦାସ, ଗୀତା ସେନାପତି, ଭାରତୀ କର, ଡାକ୍ତର ଗୋକୁଳାନନ୍ଦ ସାହୁ ଏବଂ ଗୋପବନ୍ଧୁ ପାଠାଗାରର ଲକ୍ଷ୍ମଣ ନାଥ ଦାସ, ହରିହର ଶତପଥୀ, ବିଶ୍ବନାଥ ଜେନା, ରବୀନ୍ଦ୍ର କୁମାର ସରାଫ ପ୍ରମୁଖ ସହାୟତା କରିଥିବା ବେଳେ,ବି.କେ. ଅଞ୍ଜନା, ଚିନ୍ମୟୀ ପୁରୋହିତ, ସବିତା ଦାସ, ସଙ୍ଗୀତା ମହାନ୍ତି, ତିଳୋତ୍ତମା ବଳ, ପ୍ରତିମା ବାଳା ଶତପଥୀ, ଜ୍ୟୋସ୍ନା ପାଣିଗ୍ରାହୀ, ଚମ୍ପାବତୀ ପୃଷେଠ୍, ମନ୍ଦାକିନୀ ବେହେରା, ଡାକ୍ତର ଶଶୀଭୂଷଣ ନେପାକ, ନାରାୟଣ ଚନ୍ଦ୍ର ଜେନା, ଦିଲୀପ କୁମାର ସାହୁ, ଡାକ୍ତର ମହେଶ ପ୍ରସାଦ ବେହେରା, ଉମେଶ ଚନ୍ଦ୍ର ଜେନା, ନଳିନୀ ପଟ୍ଟନାୟକ, ଜ୍ଞାନେନ୍ଦ୍ର କୁମାର ରାୟ, ବିଜୟ କୁମାର ଦାସ, ଅଶୋକ କୁମାର ଶୁକ୍ଳ, ସୁରେନ୍ଦ୍ର କୁମାର ପଣ୍ଡା, ଶରତ ଚନ୍ଦ୍ର ମହାନ୍ତି, ଗଗନ ବିହାରୀ ଜେନା, ରମାକାନ୍ତ ଷଡ଼ଙ୍ଗୀ ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବି.ବି.ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ 

masiha

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଶିଶୁ କବି କୁମୁଦିନୀ ଘିଙ୍କ “ଫୁଲ ହୋଇ ଫୁଟିବି” କବିତା ସଙ୍କଳନ ଉନ୍ମୋଚନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!