ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଲଦାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

ଜଲଦାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

ରାଉରକେଲା: ଜଲଦା ବି ବ୍ଲକର ଏସ ଏଚ ଜି ଆନୁକୂଲ୍ୟରେ ଜି ପି ସଭାପତି ବୃନ୍ଦାବତୀ ଦାସଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରା ଯାଇ ଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ବାସନ୍ତୀ ଓରାମ ଯୋଗ ଦେଉଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଖେଳ, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା । ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନାରୀମାନେ ସେମାନଙ୍କର ଅଧିକାର ପାଇଁ କିଭଳି ସଂଗ୍ରାମ କରିଥିଲେ ସେ ବିଷୟରେ ବିସ୍ତାର ରୂପରେ ଆଲୋକପାତ କରିଥିଲେ । ନାରୀମାନେ ଆଜି ସବୁ କ୍ଷେତ୍ରରେ ପାରଙ୍ଗମ ଅଟନ୍ତି । ଏହି ନାରୀ ଦେଶର ଶାସନରେ ମଧ୍ୟ ରାଷ୍ଟ୍ରପତି ପଦବୀରେ ଅବସ୍ଥାପିତ ହୋଇ ପାରିଛନ୍ତି । ନିଜର ସୁରକ୍ଷା ଏବଂ ନିର୍ଭିକ ଭାବେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଓରାମ ତାଙ୍କ ବକ୍ତବ୍ୟରେ ପ୍ରଥମେ ଜୟ ମା ସୁଭଦ୍ରାଙ୍କୁ ସ୍ମରଣ କରି ସମସ୍ତ ଭଉଣୀ ମାନଙ୍କ ପାଖରେ କିପରି ପହଞ୍ଚିବ ଓ ସେମାନେ କିଭଳି ସୁବିଧା ପାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାନ୍ତି ଲତା ମହାନ୍ତି, ଅନନ୍ଦିତା କିସପୋଟା, ନିଳୀମା ତନ୍ତୀ ଆଦି ସ୍ବେଛାସେବୀ ହିସାବରେ କାମ କରିଥିଲେ ଏବଂ ଏହାର ପରିଚାଳନା ସୂଚିତା କିସପୋଟା କରିଥିବା ବେଳେ ସସ୍ମିତା ପାଢୀ ଓ ଇନ୍ଦ୍ରାବତୀ ଲୋହର ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମ୍ବିଧାନିକ ଓ ମାନବିକ ଅଧିକାର ପ୍ରାପ୍ତି ନିମନ୍ତେ ଓଡ଼ପଡ଼ା ବ୍ଲକ୍ ଠାରୁ ହିନ୍ଦୋଳ ବ୍ଲକ୍ ଯାଏଁ ବାଇକ୍ ରାଲି ଓ ଜନ ସମାବେଶ ଅନୁଷ୍ଠିତ

Sunil Chandra Nayak

ବାଦାମପାହାଡ଼ରୁ ଟାଟା ନଗର ସକାଳୁଆ ଟ୍ରେନ ଚଳାଚଳ ଏବଂ ରାଇରଙ୍ଗପୁରରେ ଉଡନ୍ତା ପୋଲ ନିର୍ମାଣ ପାଇଁ ରାଇରଙ୍ଗପୁର ବାଣିଜ୍ୟ ସଂଘ ତରଫରୁ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କୁ ଲିଖିତ ଦାବିପତ୍ର 

masiha

“ଅସାଧୁ ଅଫିସରର ବେଳା ଖରାପ-ନିର୍ଦ୍ଧେଶକ” ଅଭାବୀ ଆଉଟସୋର୍ସଙ୍କ ପାଇଁ ବର୍ଦ୍ଦାନ ସାଜିବେ ରୋହିତ କୁମାର

masiha

Leave a Comment

error: Content is protected !!