ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମହିୟସୀ ନାରୀ ଗଣ  ରଖିଲେ ଦେଶର ନାମ 

ମହିୟସୀ ନାରୀ ଗଣ 

ରଖିଲେ ଦେଶର ନାମ 

ପୁରାଣ ଶାସ୍ତ୍ର ରୁ ପୂଜୁଛେ ନାରୀ ଙ୍କୁ 
ଅନୁସୂୟା ସାବିତ୍ରୀ ଦମୟନ୍ତୀ ଦ୍ରୌପଦୀ କୁନ୍ତୀ ଗାନ୍ଧାରୀ l
ଆମଜାତି ଆମ ରାଜ୍ୟ 
ଆମ ସର୍ବ ଧର୍ମ ର କିର୍ତ୍ତୀ ଯଶ l
ସରୋଜିନୀ ନାଇଡ଼ୁ ମହିଳା କଂଗ୍ରେସ ର ପ୍ରଥମ ସଭାପତି ନାରୀ ନେତ୍ରୀ 
ନାରୀ ଜାଗରଣ ର ଅସହଯୋଗ ଆନ୍ଦୋଳନ ର ପୁରୋଧା ଧରି ହସ୍ତେ ଜାତୀୟ ପତlକା ପ୍ରଥମ କଂଗ୍ରେସ ର ସଭାପତି ସରୋଜିନୀ ନାଇଡ଼ୁ l
ଅତୀତ ନାମ ସରୋଜିନୀ ଗଙ୍ଗୋପାଧ୍ୟାୟ l
ଲଢ଼ିଥିଲେ ବ୍ରିଟିଶ “ଭାରତ ଛାଡ ଆନ୍ଦୋଳନ” ର ସଂଗ୍ରାମ l 
ନାରୀ ଶିକ୍ଷା ର ପରାକାଷ୍ଠା 
ମହାତ୍ମା ଗାନ୍ଧୀ ଙ୍କ ଦିଅl ଉପାଧି ରେ ଭୁଷିତା 
କୋକିଳl ଭାରତୀ “nitingale of India” ଉପାଧି ରେ ସମ୍ମାନୀତl 
ରଚିଥିଲେ କେତେ କlବ୍ୟ, ଗଳ୍ପ ଓ ପ୍ରବନ୍ଧ l 
ହାକୁମ୍ ଭାଈ ତାଙ୍କ ଇଂରାଜୀ କବିତା ର ନିପୁଣତା ପାରଦର୍ଶିତା 
ତାପରେ ମୁଁ ବନ୍ଦିବି ସେ ମହିୟସୀ ନାରୀ ଙ୍କ ନାମ ଝାଂଶୀ ରାଣୀ ଲଷ୍ମୀ ବାଇ ବିରଙ୍ଗନା ବୀରତ୍ୱ ର ଧରି ମସାଲ 
ବୀର ସିପାହୀ ସେ ଲଢ଼ିଥିଲେ 
“ସିପାହୀ ବିଦ୍ରୋହ “ର ଯୁଦ୍ଧ ଦେଇ ଆବାହନ ଶହ ଶହ ସିପାହୀ ବିରଙ୍ଗନା ମହିଳା ଯୋଦ୍ଧା ମାନ ବ୍ରିଟିଶ ସେନା ବିରୁଦ୍ଧରେ ମlରଣlତ୍ମକ ମରଣାତ୍ମକ ଯୁଦ୍ଧ l
ସଂଗ୍ରାମ ସାହସ ଦମ୍ଭ ଧୈର୍ଯ୍ୟ ନିପୁଣ କଳା କୌଶଳ ଯୁଦ୍ଧ ର ଧରି ହସ୍ତେ ଖଡ୍ଗ ଅସ୍ତ୍ର 
ମହାମୟୀ ମହାଲକ୍ଷ୍ମୀ ମହା ଚଣ୍ଡୀ କାଳୀ ରୂପେ ଅବତରି ମା ଦୁର୍ଗେ ଦୁର୍ଗତିନାଶିନୀ ହୋଇ ବିରାଜମାନ ଅଶ୍ୱ ରେ ଲଢ଼ିଲେ 
ଭୟଙ୍କର ଯୁଦ୍ଧ ମହିଳା ସିପାହୀ ଗଣ ଦେଲେ ଯୁଦ୍ଧ ରଣ ହୁଙ୍କାର 
ରଣ ନୀତି କୌଶଳ 
ପ୍ରତିରକ୍ଷାତ୍ମକ ଯୁଦ୍ଧ କୌଶଳ l
ଇଂରେଜ ବିରୁଦ୍ଧରେ ଲଢ଼ିଲେ ଏ ଯୁଦ୍ଧ 
କରି ଘୋର ପ୍ରତିରୋଧ ସମ୍ରାଜ୍ୟବାଦ କୂଟନୀତି ବ୍ରିଟିଶ ସରକାର ର 
ନିଜ ରାଜ୍ୟ ନିଜ ସିଂହାସନ 
ନିଜ ଶାସନ ସାମ୍ରାଜ୍ୟ ର 
ପରାଜୟ ନକଲେ ସ୍ୱୀକାର l 
ପରାସ୍ତ ହୋଇଲେ ଇଂରେଜ ସରକାର ଛଳେ ବଳେ କୌଶଳେ ନପାରିଲେ ତାଙ୍କ ଯୁଦ୍ଧ ନୀତି ଆଗେ l 
ଦେଲେ ନାହିଁ ତାଙ୍କ ରାଜ୍ୟ ତାଙ୍କ ସିଂହାସନ ଥିବl ଯାଏ ଶେଷ ରକ୍ତ ବିନ୍ଦୁ ଦେହେ l 
ଲଢ଼ିଲେ ମହା ସମର ଦେଇ ପ୍ରlଣାହୁତି ଯୁଦ୍ଧ କ୍ଷେତ୍ରେ ବିରଙ୍ଗନା ବୀରତ୍ୱ ର ପରାକାଷ୍ଠା ରହିଲା ଯୁଗେ ଯୁଗେ ଅମର ସ୍ବର୍ଣ୍ଣlକ୍ଷରେ ଇତିହାସ ଲିପିବଦ୍ଧ ହୋଇ l 
ତାପରେ ବନ୍ଦିବି ମୁଁ ସେଇ ମହିୟସୀ ନାରୀ ମାନଙ୍କର ତ୍ୟାଗ ନିଷ୍ଠା ଅମର କିର୍ତ୍ତୀ ଯଶ ଓଡିଶା ର ନାରୀ ନେତ୍ରୀ ମା ରମାଦେବୀ ଓଡିଶା ର ମା ଚୀର ବନ୍ଦନୀୟା l
ନାରୀ ଶିକ୍ଷା ନାରୀ ଜାଗରଣ ର ପ୍ରତି ମୂର୍ତ୍ତୀ ବନ୍ଦନୀୟା ତାଙ୍କ ସହ ଥିଲେ ନାରୀ କବୟିତ୍ରୀ କୁନ୍ତଳା କୁମାରୀ l
ସେ ଯେ ଲଢ଼ିଲେ ଅସହଯୋଗ ଆନ୍ଦୋଳନ ଦେଇ ସ୍ୱାର୍ଥ ତ୍ୟାଗ ମହାତ୍ମା ଗାନ୍ଧୀ ଙ୍କ ଅହିଂସା ର ପଥ ବ୍ରିଟିଶ “ଭାରତ ଛାଡ ଆନ୍ଦୋଳନ” l 
ଥିଲେ ଚିକିତ୍ସିକା ବୃତ୍ତି ରେ ଜ୍ଞାନ ଓ ବୁଦ୍ଧିରେ ହେଲେ ସେ ଲେଖିକା ଅନେକ କବିତା ଗଳ୍ପ ଲେଖନୀ ମୁନରେ ଆଣି ଜାଗରଣ 
ମହିଳା ସଶକ୍ତିକରଣ ନାରୀ ଶିକ୍ଷା, ନାରୀ ଜାଗରଣ,ନାରୀ ସ୍ୱାଧୀନତା, ନାରୀ ସ୍ୱତନ୍ତ୍ରତା ନାରୀ ର ସ୍ୱତନ୍ତ୍ର ଭୂମିକା l ପରଦାପ୍ରଥl ଓ ବାଲ୍ୟ ବିବାହ ପ୍ରଥା ର ବିରୋଧ ସ୍ୱାଧୀନତା ସଂଗ୍ରାମ ରେ ସମର୍ପିତ ତାଙ୍କ ଜୀବନ l 
ତାଙ୍କ ପୁସ୍ତକ ମାନ ଦେଲା ଉଦବୋଧନ ଆହ୍ୱାନ ଜାତୀୟତା ବହ୍ନି ଶିଖା ରେ ହେଲା ପ୍ରଜ୍ଵଳିତ ପ୍ରତିଟି ସ୍ୱାଧୀନତା ସଂଗ୍ରାମୀ ର ପ୍ରାଣ l
ସେବାକୁ ଜୀବନର ବ୍ରତ କରି 
ରୋଗୀସେବା,ସାହିତ୍ୟ ସେବା ସହିତ ନିଜକୁ ଜାତୀୟ ଚେତନାରେ ସଦା 
ରଖି ନିମଗ୍ନରତା l
ଆର୍ଯ୍ୟସମାଜର ମହାସମ୍ମେଳନର ସଭାନେତ୍ରୀ ସାଜି 
ନାରୀ ସ୍ୱରାଜ ପତ୍ରିକା କଲେ ପ୍ରକାଶିତ ।
ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।
‘ତାରାପ୍ରତି, ଶେଫାଳିପ୍ରତି, ଅଞ୍ଜଳି, ଆହ୍ୱାନ,
ଉଚ୍ଛ୍ୱାସ ସ୍ଫୁଲିଙ୍ଗ ,ପ୍ରେମଚିନ୍ତାମଣି କବିତା ମାନ ଭ୍ରାନ୍ତି, ନଅତୁଣ୍ଡି, କାଳୀ ବୋହୁ, ରଘୁ ଅରକ୍ଷିତ, ପରଷମଣି ଚିତ୍ରପଟ ଉପନ୍ୟାସ ରଚିଲେ । 
ହୃଦୟସ୍ପର୍ଶୀ କବିତା ପାଇଁ ସେ ‘ଉତ୍କଳ ଭାରତୀ ଉପାଧି ପାଇଲେ 
“ଭାରତ ଭୂଷଣ ଉପାଧି” ରେ ଭୂଷିତ ହୋଇଲେ ।
ଏହା ପରେ ଆସିଲେ ନାରୀ ନେତ୍ରୀ ଇନ୍ଦିରା ଗାନ୍ଧୀ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ 
ଗର୍ବ ଯଶ ସମ୍ମାନ ଗୌରବ ଆଣିଦେଲେ ନାରୀ ଜାତି ପାଈଁ ଏକ ସାହସୀ ବୀର ରମଣୀ “Iron woman” ଲୁହl ର ରମଣୀ କଠୋର ରଣ ନୀତି ରାଜନୀତି ରେ ସେ ଥିଲେ ବିଚକ୍ଷଣl କୂଟନୀତି ପାରଦର୍ଶୀତା ସୁଦକ୍ଷl ରାଜନୀତିଜ୍ଞା ପାଇଥିଲେ “ଭାରତ ରତ୍ନ” ର ଉପାଧି ଅନେକ ସମ୍ମାନ l 
ତାପରେ ମୁଁ ସ୍ମରଣ କରୁଛି ବନ୍ଦନୀୟା ଓଡିଶା ର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥି ଙ୍କୁ l
ସେ ଥିଲେ ସୁଦକ୍ଷା ବୁଦ୍ଧିମତୀ ବିଚକ୍ଷଣl ଲେଖିକା ଅନୁବାଦିକା ବହୁ ଭାଷା ର 
ହେଲେ ସମ୍ମାନୀତl “ସାହିତ୍ୟ ଭାରତୀ ସମ୍ମାନ” ରେ ଲେଖି ତସଲିମା ନଶ୍ରୀନ ଙ୍କ ଲଜ୍ଜ୍ୟା ଅନୁବାଦ l
ଶେଷ ରେ ବନ୍ଦୁଛି ରାଷ୍ଟ୍ରପତି ଦ୍ରୋପଦୀ ମୂର୍ମୁ ଙ୍କୁ ଆମ ଦେଶ ଆମ ରାଜ୍ୟ ର ଗୌରବ ପ୍ରଥମ ମହିଳା ରାଷ୍ଟ୍ରପତି ଆମ ଦେଶ ର ଯଶ କିର୍ତ୍ତୀ ସମ୍ମାନ ର ରକ୍ଷା କବଚ 
ମହିଳା ମାନଙ୍କ ର ଆଦିବାସୀ ପଛୁଆ 
ଜନ ଜାତି ର ଅଧ୍ୟକ୍ଷା ଅଧିନାୟିକା l 
ସ୍ମରଣ କରୁଛି ଯୁଗ ବନ୍ଦନୀୟା ନାରୀ ମାନଙ୍କୁ ମହିଳା ଦିବସେ ଦେଇ ଶ୍ରଦ୍ଧାଞ୍ଜଳି ଅର୍ଘ୍ୟ ପୁଷ୍ପମାନ l
ଅହଲ୍ୟା ବାଇ ମରାଠୀ ସlମ୍ରାଜ୍ଞି 
ସୁଚେତା କ୍ରିପାଲିନି ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ,କଳ୍ପନା ଚାୱଏଲ ପର୍ବତ ଆରୋହିଣୀ, ଜ୍ଞାନୀ ଅର୍ଥନୀତିଜ୍ଞା ସୁଧା ମୂର୍ତ୍ତୀ, ଭାରତ ଅର୍ଥ ମନ୍ତ୍ରୀ ସୀତାରାମନ, ଗୃହ ପ୍ରତିରକ୍ଷା ମନ୍ତ୍ରୀ ସୁଷମା ସ୍ୱରାଜ, ଶିକ୍ଷାବିତ ରାଜନୈତିକ ସ୍ୱାଧୀନତା ସଂଗ୍ରାମୀ ଅରୁଣା ଅସlଫ ଅଲ୍ଲୀ, ଶିକ୍ଷାବିତ ସମାଜସେବୀ ସମାଜ ସଂସ୍କାରକ ସାବିତ୍ରୀ ବାଇ ପୂଲେ, କିରନବେଦୀ ଆଇନ ରକ୍ଷା କର୍ତ୍ତୀ ସମାଜସେବୀକା,  
ଅଲମ୍ପିକ ଖେକାଳୀ ବିଜେତା, ମାରୀକମ, ଦ୍ୟୁତି ଚାନ୍ଦ, ସାଇନl ନେହେୱାଲ, ସାନିଆ ମିର୍ଜ଼l, ଦିନେଶ ପୋହଗlତ, ଦୀପା ଦାସ,  
ସମାଜ ସେବିକା ଦୁଖୀ ରୋଗୀ କୁଷ୍ଠ ରୋଗୀ ର ସlହାଭରଷା ମଦର ଟେରେସା, 
ପ୍ରବୀଣା ଲେଖିକା ମହାଦେବୀ ବର୍ମା, 
ଜ୍ଞାନୀ ପ୍ରତିଭାଶାଳୀ ଭାରତ ପଦ୍ମ ଶ୍ରୀ ଲେଖିକା ପ୍ରତିଭା ରାୟ, ଭାଷାବିତ ପ୍ରଜ୍ଞାମୟୀ ଲେଖିକା ବୀଣାପାଣି ମହାନ୍ତି ଏବଂ ବାଗ୍ମୀ ଲେଖିକା ସାମ୍ବାଦିକ ସ୍ତମ୍ଭକାର ମନୋରମା ମିଶ୍ର ଆଦି ପ୍ରମୁଖ ଓଡ଼ିଆ ଲେଖିକା କବୟିତ୍ରୀ ଅନୁବାଦିକା ଗାଳ୍ପିକା ମାନଙ୍କ ସ୍ଥାନ ମଧ୍ୟ ରହିଛି ଭାରତ ଇତିହାସରେ ହୋଇ ଲିପିବଦ୍ଧ l
ସେମାନେ ଲେଖିଛନ୍ତି ଅନେକ ସୃଜନାତ୍ମକ ଲେଖା ଯାହା ଅନୁବାଦ ହୋଇଛି ଇଂରାଜୀ ବଙ୍ଗଳା, ହିନ୍ଦି, ଆସାମୀ ଭାଷାରେ ପଢ଼ନ୍ତି ସାରା ବିଶ୍ଵ ସେମାନଙ୍କ ଲେଖା ସାହିତ୍ୟ ସଂସ୍କୃତି ଉପରେ l
ଲେଖିକା ଶ୍ରୀମତୀ ଇନ୍ଦିରା ମିଶ୍ର ତମlଣ୍ଡୋ, କେନ୍ଦ୍ରୀୟ ବିହାର,ଭୁବନେଶ୍ୱର 

Related posts

କୁନା ସେଠୀ ଙ୍କ କବିତା l l ଅଧେ ଛାଇ ଅଧେ ଖରା

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା // ମହା ଜାଗର 

Sunil Chandra Nayak

ଅମରନାଥ ବାରିକ୍ ଙ୍କ କବିତା ଆଗ ନିମନ୍ତ୍ରଣ

Sunil Chandra Nayak

Leave a Comment

error: Content is protected !!