ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିଜୁପଟ୍ଟନାୟକ ଛକରେ ଦିର୍ଘ ଦିନ ହେଲା ଟେଣ୍ଟ ବନ୍ଧା ଯୋଗୁଁ ଯାତ୍ରୀ ଓ ପରିବହନ ହନ୍ତସନ୍ତ

ରାଇରଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିଜୁପଟ୍ଟନାୟକ ଛକରେ ଦିର୍ଘ ଦିନ ହେଲା ଟେଣ୍ଟ ବନ୍ଧା ଯୋଗୁଁ ଯାତ୍ରୀ ଓ ପରିବହନ ହନ୍ତସନ୍ତ

 ମୟୂରଭଞ୍ଜ – ୧୧/୦୩ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ହେଉଛି ଦିତୀୟ ବୃହତ୍ତମ ସହର ।ଏହି ସହରର ଲୋକସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ୍ବ ଥିବାବେଳେ ବାହାର ଓ ଆଖ ପାଖ ଅଂଚଳରୁ ଦୈନିକ ୫୦ ହଜାର ଲୋକ ବିଭିନ୍ନ ସରକାରୀ , ବେସରକାରୀ ,ଦୋକାନ, ବାଣିଜ୍ୟ ପାଇଁ ଆସନ୍ତି ।ଏହି ସହରର ଭିତର ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ରାଞ୍ଚି – ବିଜୟଓ୍ବାଡା ଯାଇଛି ।ଏହି ସହର ଦେଇ ଦୈନିକ ୩୦୦ ରୁ ଉର୍ଦ୍ଧ୍ବ ରାଜ୍ୟ ଓ ଆନ୍ତଃ ରାଜ୍ୟ ବସ ଚଳା ଚଳ କରୁଛି । ରାଇରଙ୍ଗପୁର ସହରରେ ବାଇ ପାସ୍ ରାସ୍ତା ନାହିଁ ।ତଦସହ ଦୈନିକ ଶତାଧିକ ଲୌହ ବୋଝେଇ ହାଇଓ୍ବା ଗାଡ଼ି ଏହି ରାସ୍ତା ଦେଇ ଯିବା ଆସିବା କରୁଛି । ବିକଳ୍ପ ରାସ୍ତା ନ ଥିବାରୁ ଏହା ଏକ ସିଙ୍ଗଲ ମୁଖ୍ୟ ରାସ୍ତା ହୋଇଛି ।ଗୋଲେଇ ଛକ ଟ୍ରାଫିକ ଛକ, ମହୁଲଡିହା ଛକ, ନିଶାମଣି ହୋଟେଲ ସମ୍ମୁଖରେ ଟ୍ରାଫିକ,ବଜାର,ତିନି କୋଣିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ।ନିକଟରେ ମାର୍ଚ୍ଚ ୫ ତାରିଖ ଦିନ ଦୁର୍ଗା ମଣ୍ଡପ ଛକରେ ଏକ ରାଜନୈତିକ ଦଳର କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ବନ୍ଧା ହୋଇଥିଲା ।ଆଜକୁ ସେଠାରେ ୬ ଦିନ ହେଲାଣି ଟେଣ୍ଟ ମାଲିକ ମନମାନି ଯୋଗୁଁ ଟେଣ୍ଟ ଉଠା ଯାଉନାହିଁ ।ସେହି ସ୍ଥାନରେ ଜଗନ୍ନାଥ ବସ, ଏବଂ ଅନ୍ୟ ଗାଡ଼ି ରହଣି ହେବା ସହ ବାଇପାସ୍ ଭଳି ସେହି ଛକ କାମ କରେ । ସେହି ଛକ ଏକ ଟ୍ରାଫିକ କାମ ତୁଲାଇବା ରେ ମୁଖ୍ୟ ଭୂମିକା ନିଭାଇଥାଏ । କିନ୍ତୁ ଟେଣ୍ଟ ଉଠା ନ ଯିବା ଯୋଗୁଁ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ତେଣୁ ଟେଣ୍ଟକୁ ତୁରନ୍ତ ସେଠାରୁ ଉଠାଇବା ପାଇଁ ରାଇରଙ୍ଗପୁର ପୌରାଧିକାରୀ , ରାଇରଙ୍ଗପୁର ପୋଲିସ, ଉପଖଣ୍ଡ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡିରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି ଦାବି ପୂରଣ ନହେଲେ ହେବ ଭୟାବହ ଆନ୍ଦୋଳନ

masiha

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

Leave a Comment

error: Content is protected !!