ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ଠାରେ “ଲକ୍ଷପତି ଦିଦି ” ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବାରିପଦା ଠାରେ “ଲକ୍ଷପତି ଦିଦି ” ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

  ମୟୂରଭଞ୍ଜ -୧୧/୦୩  // ଆଜି ବାରିପଦା ର ଛଉ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଓଡିଶା ଜୀବିକା ମିଶନ, ମୟୁରଭଞ୍ଜ ଆନୁକୂଲ୍ୟରେ “ଲକ୍ଷପତି ଦିଦି ” ସମ୍ପର୍କିତ ଏକ ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ପଦାଧିକାରୀ ମାନଙ୍କ ସହିତ ଉକ୍ତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ  ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ନବୀନ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ “ଲକ୍ଷପତି ଦିଦି ” ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ପ୍ରତିପାଦନ କରିବାକୁ ଯାଇ କହିଥିଲେଯେ ଏହା ଦିନଦୟାଲ ଅନ୍ତର୍ଦ୍ବୟ ଯୋଜନା -ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଭାରତ ସରକାର ଓ ଓଡିଶା ସରକାରଙ୍କ ଏକ ମିଳିତ ଫ୍ଲାଗସିପ କାର୍ଯ୍ୟକ୍ରମ। ସେହିପରି ଡିପିସି ଏମଏସ ଶ୍ରୀ ନିରଞ୍ଜନ ପଣ୍ଡା ଏହି ଯୋଜନା ରେ ଲକ୍ଷପତି ହେବାର ମେକାନିଜିମ ସମ୍ପର୍କରେ ବିଶଦ ଭାବେ ଉଲ୍ଲେଖ କରିଥିଲେ ।ଏହାର ମୂଳ ଲକ୍ଷ୍ୟ ହେଉଛି ଗ୍ରାମୀଣ ମା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ କାର୍ଯ୍ୟ କ୍ଷେତ୍ରରେ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦେଇ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ଦକ୍ଷତାକୁ ପରିପ୍ରକାଶ କରିବା ଯଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱଚ୍ଛଳତାରେ ଉନ୍ନତି ଆସିବା ସହିତ ସେମାନଙ୍କର ଜୀବନ ଧାରଣ ମାନ ଉନ୍ନତ ହେବ ଏବଂ ସେମାନେ ସ୍ୱାବଲମ୍ବୀ ଓ ସଶକ୍ତ ହେବେ । ଏହି ଯୋଜନାରେ ମା ମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ,ଉଦ୍ୟୋଗୀକରଣ ପାଇଁ ତାଲିମ ପ୍ରଦାନ ଏବଂ ଉତ୍ପାଦିକା ସାମଗ୍ରୀର ବିକ୍ରୟ ପାଇଁ ବାଣିଜ୍ୟ ମେଳା, ପ୍ରଦର୍ଶନୀ ଇତ୍ୟାଦି ଦ୍ୱାରା ଉତ୍ତମ ବଜାର ସଂଯୋଗର ବ୍ୟବସ୍ଥା କରାଯାଇଛି।

ଯେଉଁ ପରିବାରର ଆୟ ବର୍ଷକୁ ୧ଲକ୍ଷ ବା ତଦୁର୍ଦ୍ଧ ହେବ ସେଇ ପରିବାରର ମା ଲକ୍ଷପତି ଦିଦି ଭାବେ ଚିହ୍ନିତ ହେବେ।ଓଡିଶା ରେ ଚଳିତ ବର୍ଷ ୧୯ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଆମ ଜିଲ୍ଲା ରେ ସମୁଦାୟ ୧ଲକ୍ଷ ଲକ୍ଷପତି ଦିଦି ତିଆରି ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ୪୬ ହଜାର ମା ଲକ୍ଷପତି ଦିଦି ହୋଇସାରିଲେଣି ।ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଯଦିଓ ଏହି ଯୋଜନା ରେ ଆମର ମୂଳ ଲକ୍ଷ୍ୟ ମା ମାନଙ୍କୁ ଲକ୍ଷ ପତି ବନେଇବା, ମାତ୍ର ଆମର ଅନ୍ତର୍ନିହିତ ମୂଲ୍ୟବାନ ଲକ୍ଷ୍ୟ ହେଉଛି, ମା ମାନଙ୍କ ଆର୍ଥିକ ସ୍ଵଛଳତାରେ ଉନ୍ନତି ହେଲେ ସେମାନଙ୍କ ପିଲାମାନେ ପାଠ ପଢି ବଡ ମଣିଷ ହେବେ।

ମଂଚାସୀନ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ଯ ଏହି ଯୋଜନା ସମ୍ପର୍କ ରେ ମତାମତ ରଖିବା ସହିତ ଲକ୍ଷପତି ଦିଦି ବନିବା ପାଇଁ ନିଜ ନିଜ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ଉଲ୍ଲେଖ କରିଥିଲେ।ଏହି ଅବସରରେ ଏହି ଯୋଜନାରେ ଅଧିକ ଆୟ କରିଥିବା ପ୍ରତି ବ୍ଲକ ରୁ ୨ଜଣ ଲକ୍ଷପତି ଦିଦିଙ୍କୁ ଏବଂ ୩ଟି ବ୍ୟାଙ୍କ ଯେଉଁମାନେ ଲକ୍ଷପତି ଦିଦି ବନେଇବାରେ ଆବଶ୍ୟକୀୟ ଆର୍ଥିକ ସହଯୋଗ କରିଥିଲେ ଉକ୍ତ ବ୍ୟାଙ୍କ ଗୁଡିକୁ ପୁରସ୍କୃତ କରାଯାଇଥିଲା।ଏତଦ ବ୍ୟତୀତ ଖୁଣ୍ଟା, ମୋରଡା ଓ ବଡ଼ସାହି ବ୍ଲକ ରେ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ଚିହ୍ନିତ ହୋଇଥିବାରୁ ଏହି ୩ଟି ବ୍ଲକ କୁ ମଧ୍ୟ୍ୟ ପୁରସ୍କୃତ କରାଯାଇଥିଲା।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରା ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡାକ୍ତର କଳ୍ପତରୁ ସ୍ୱାଇଁ,ଡ଼ିଡ଼ିଏମ, ନାବାର୍ଡ ଶ୍ରୀ ସ୍ମାରକ ମହାନ୍ତି,ଏଲ ଡି ଏମ, ଶ୍ରୀ ସୂର୍ଯ୍ୟ ନାରାୟଣ ମହାନ୍ତି ଜିଏମ, ଡି ଆଇ ସି, ଶ୍ରୀ ଅଜୟ କୁମାର ମହାନ୍ତ, ସମାଖୁଣ୍ଟା କେ ଭି କେର ବରିଷ୍ଠ ବିଜ୍ଞାନିକ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ,ଡେପୁଟି ସି ଇ ଓ, ଓରମାସ ଶ୍ରୀ ବିମାନ ମଲ,ଡି ଏସ ଡବ୍ଲୁ ଓ ଶ୍ରୀମତୀ ନିହାରିକା ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷିମିତ୍ର, ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର, ସ୍ୱୟଂସହାୟିକା ଗୋଷ୍ଠୀ, କମ୍ୟୁନିଟି ସପୋର୍ଟ ଷ୍ଟାଫ, ଏମ ବି କେ,ପି ଆର ପି -ସି ଏମ , ସଫଳ ଲକ୍ଷ ପତି ଦିଦି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ବାରିପଦା ଉପ ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରି ସମସ୍ତ ଙ୍କୁ ବିମୁଗ୍ଧ କରିଥିଲେ।ଜୀବିକା ମିଶନ ମଧୁସ୍ମିତା ଭୂୟାଁ, ପି ଏମ., ପି ଇ କ୍ଷେତ୍ର ମୋହନ ସେଠୀ, ସୁନୀଲ ମଲ୍ଲିକ, ଆୟୁସୀ ମହାନ୍ତି, ଡିଟିଇ, ମେଘା ଭାର୍ଗବ ୱାଇପି ଓ ଜ଼ିଲ୍ଳା ପରିଷଦର ବିଭାଗ ଅଧିକାରୀ ଶ୍ରୀ ବିଶ୍ଵରଂଜନ ଦାସ ଏବଂ ବାସନ୍ତୀ ସୋରେନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

A Leading Researcher in the field of MEP : Er.Jitendra Yadav

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ 

masiha

ନୂଆପଡ଼ାରେ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!